ବିଧାନସଭାରେ ଅତିରିକ୍ତ ବଜେଟ୍ ୨୦୨୫-୨୬ ଆଗତ, ଜାଣନ୍ତୁ ସୁଭଦ୍ରା ଯୋଜନା ପାଇଁ କେତେ ଟଙ୍କା ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରେ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅତିରିକ୍ତ ବଜେଟରେ ମହିଳା ଓ ଶିଶୁ ବିକାଶ ପାଇଁ ମୋଟ ୧୫୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ବିଭାଗରେ ଯୋଡି ହୋଇଛି ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା' । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ୨୯୫ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ।
ଆହୁରି ପଢ଼ନ୍ତୁ: ୨୦୨୭ ସୁଦ୍ଧା ଅଧା ହୋଇଯିବ ତେଲ ଦର...





