ନୂଆ ଜୀବନ ଦେଇଛି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ: ୭ ମାସରେ ଉପକୃତ ହେଲେଣି ୧.୨ଲକ୍ଷ ହିତାଧିକାରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବ୍ୟବସ୍ଥା କରାଯାଇଛି; ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ମହିଳାଙ୍କ କ୍ଷେତ୍ରରେ ଏହି ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସରକାରୀ ଓ ଘରୋଇ ଡ଼ାକ୍ତରଖାନାଗୁଡ଼ିକରେ ଏହି କାର୍ଡ଼ ଜରିଆରେ ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ […]

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବ୍ୟବସ୍ଥା କରାଯାଇଛି; ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ମହିଳାଙ୍କ କ୍ଷେତ୍ରରେ ଏହି ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସରକାରୀ ଓ ଘରୋଇ ଡ଼ାକ୍ତରଖାନାଗୁଡ଼ିକରେ ଏହି କାର୍ଡ଼ ଜରିଆରେ ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) କାର୍ଯ୍ୟକାରୀ ହେବା ପରଠାରୁ ଯେତିକି ସହାୟତା ପ୍ରଦାନ କରାଯାଇଥିଲା, ଗତ ୭ମାସ ମଧ୍ୟରେ ଏହାଠାରୁ ଯଥେଷ୍ଟ ଅଧିକ ରୋଗୀ ଉପକୃତ ହୋଇଛନ୍ତି ଓ ଚିକିତ୍ସା ବାବଦକୁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ‘ସୁସ୍ଥ ଓଡ଼ିଶା- ସୁଖୀ ଓଡ଼ିଶା’ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ମାର୍ଟ କାର୍ଡ଼ ବ୍ୟବସ୍ଥା କରିଛନ୍ତି ତାହା ରାଜ୍ୟର ଗରିବ ଜନସାଧାରଣଙ୍କ ପାଇ ବରଦାନ ହୋଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନା ଆରମ୍ଭ ହେବା ଦିନରୁ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ଭାବେ ପାଣ୍ଠି ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼଼ୁଛି ଆଉ ଅନୁଦାନ ମଧ୍ୟ ବୃଦ୍ଧି ପାଉଛି। ୧୫ ଅଗଷ୍ଟ ୨୦୧୮ରୁ ଗତ ମାର୍ଚ୍ଚ ମାସ ମଧ୍ୟରେ ୪୨୧,୩୦,୪୯,୮୭୫ ଟଙ୍କା ହିତାଧିକାରୀଙ୍କ ମାଗଣା ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି। ସେହିପରି ୨୬୫୧୪୬ ହିତାଧିକାରୀ ମାଗଣାରେ ଚିକିତ୍ସିତ ହେଲେଣି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତବର୍ଷ ବିଏସ୍‍କେୱାଇ ସ୍ମାର୍ଟକାର୍ଡ ଲାଗୁ ହେବା ପରେ ହିତାଧିକାରୀ ଏବଂ ଚିକିତ୍ସା ଖର୍ଚ୍ଚ ପୂର୍ବାପେକ୍ଷା ଢ଼େର ବୃଦ୍ଧି ପାଇଛି। ୨୦୧୮-୧୯ରେ ବିଏସ୍‍କେୱାଇ ପାଇଁ ୨୦.୨୯ କୋଟି ଟଙ୍କା ଦିଆଯାଇଥିଲା। ୨୦୧୯-୨୦ରେ ୬୯ କୋଟି, ୨୦୨୦-୨୧ରେ ୯୨.୧୪ ଟଙ୍କା ଏବଂ ୨୦୨୧-୨୨ରେ ୩୭୮.୨୧ କୋଟି ଟଙ୍କା ଅନୁଦାନ ମିଳିଛି। ଗତବର୍ଷ ମିଳିଥିବା ଅନୁଦାନରୁ ଗତ ଫେବୃଆରୀ ମାସ ସୁଦ୍ଧା ୩୪୬.୪୩ କୋଟି ଟଙ୍କା ବ୍ୟୟ କରାଯାଇ ପାରିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୮ ଅଗଷ୍ଟ ୧୫ରୁ ୨୦୨୧ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୧,୪୪,୫୯୪ ଜଣ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୮୯,୯୧,୮୬,୭୭୭ ଟଙ୍କା ବ୍ୟୟ କରିଛନ୍ତି। ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ମୁଣ୍ଡ ପିଛା ୧୩,୧୩୫ ଟଙ୍କା ଖର୍ଚ୍ଚ ବହନ କରିଛନ୍ତି। ଏହି ଅବଧି ମଧ୍ୟରେ ସମୁଦାୟ ୬୯,୬୯,୬୭୨ ପରିବାର ବିଏସ୍‍କେୱାଇରେ ପଞ୍ଜିକୃତ ହୋଇଥିଲେ। ତେବେ ଏହା ପରଠାରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ହିତାଧିକାରୀ ସଂଖ୍ୟା ଓ ବ୍ୟୟ ପରିମାଣ ଢ଼େର ବୃଦ୍ଧି ପାଇଛି। ଗତବର୍ଷ ସେପ୍ଟେମ୍ବର ୧ ତାରିଖରୁ ମାର୍ଚ୍ଚ ୨୮ ମଧ୍ୟରେ ୯୬,୪୪,୮୧୭ ପରିବାର ବିଏସ୍‍କେୱାଇରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଗତ ୭ ମାସରେ ୧,୨୦,୫୫୨ ଜଣ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୨୩୧,୩୮,୬୩,୦୯୮ ଟଙ୍କା ବ୍ୟୟ କରାଯାଇଛି। ଫଳରେ ମୁଣ୍ଡପିଛା ଖର୍ଚ୍ଚ ୧୯,୧୯୪ ଟଙ୍କାକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ହିତାଧିକାରୀ ପରିବାର ସଂଖ୍ୟା ପ୍ରାୟ ୩୦ ଲକ୍ଷ ବୃଦ୍ଧି ପାଇଛି। ଗତ ସାତ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ହିତାଧିକାରୀଙ୍କ ପାଇଁ ସର୍ବାଧିକ ୨୬,୦୫,୫୧,୯୮୪ ଟଙ୍କା ରାଜ୍ୟ ସରକାର ବ୍ୟୟ କରିଛନ୍ତି। ସେହିପରି ଏହା ପଛକୁ କଟକ (୨୪,୩୪,୮୬,୪୨୯ ଟଙ୍କା), ପୁରୀ (୨୦,୭୨,୦୧,୧୩୨ ଟଙ୍କା), ଗଞ୍ଜାମ (୧୬,୩୫,୩୦,୮୬୪ ଟଙ୍କା), ଯାଜପୁର (୧୪,୬୫,୭୬,୧୨୫ ଟଙ୍କା), ବାଲେଶ୍ୱର (୧୪,୪୭,୨୫,୧୬୯ ଟଙ୍କା), କେନ୍ଦ୍ରାପଡ଼ା (୧୨,୪୪,୮୪,୯୭୬ ଟଙ୍କା), ଢ଼େଙ୍କାନାଳ (୧୧,୩୯,୭୬,୫୦୫ ଟଙ୍କା) ରହିଛନ୍ତି। ରାୟଗଡ଼଼ା ଜିଲ୍ଲାରେ ସର୍ବନିମ୍ନ ୯୩,୫୬,୨୬୩ ଟଙ୍କା ବ୍ୟୟ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସର୍ବାଧିକ ପାଣ୍ଠି ପାଇଥିବା ଖୋର୍ଦ୍ଧାରେ ମୁଣ୍ଡ ପିଛା ବ୍ୟୟ ୨୪,୬୧୮ ଟଙ୍କା ରହିଥିଲା ବେଳେ ସର୍ବନିମ୍ନ ପାଣ୍ଠି ପାଇଥିବା ରାୟଗଡ଼଼ାରେ ମୁଣ୍ଡପିଛା ବ୍ୟୟ ୩୦,୩୭୭ ଟଙ୍କା ରହିଛି। ସେହିପରି ମାଲକାନଗିରିରେ ବିଏସ୍‍କେୱାଇ ପାଇଁ ସ୍ୱାସ୍ଥ୍ୟ ବିଭାଗ ୪୮,୪୪,୬୧୮ ଟଙ୍କା ବ୍ୟୟ କରି ଥିବା ବେଳେ ୧୪୫ ଜଣ ଚିକିତ୍ସିତ ହୋଇଛନ୍ତି। ଜିଲ୍ଲାରେ ମୁଣ୍ଡପିଛା ବ୍ୟୟ ୩୩,୪୧୧ ଟଙ୍କା ଅଛି। ନୂଆପଡ଼ା ଜିଲ୍ଲାରେ ୫୪୯ ହିତାଧିକାରୀଙ୍କ ଲାଗି ୯୬,୭୦,୮୧୧ ଟଙ୍କା ବ୍ୟୟ କରାଯାଇଛି। ଜିଲ୍ଲାର ମୁଣ୍ଡ ପିଛା ବ୍ୟୟ ୧୭,୬୧୫ ଟଙ୍କା ଅଛି। ଅପରପକ୍ଷେ କୋରାପୁଟ ଜିଲ୍ଲାରେ ୧ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି ଏବଂ ୨୮୧ ଜଣ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। କୋରାପୁଟରେ ମୁଣ୍ଡପିଛା ବ୍ୟୟ ୩୬,୫୪୧ ଟଙ୍କା ଅଛି। ବିଏସ୍‍କେୱାଇରେ କଟକ ଜିଲ୍ଲାରେ ସର୍ବାଧିକ ୧୪,୫୪୮ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। ମୁଣ୍ଡପିଛା ବ୍ୟୟରେ କୋରାପୁଟ ସର୍ବାଗ୍ରେ (୩୬,୫୪୧ ଟଙ୍କା) ଥିବା ବେଳେ ଏହା ପଛକୁ ମାଲକାନଗିରି (୩୩,୪୧୧ ଟଙ୍କା), ରାୟଗଡ଼଼ା (୩୦,୩୭୭ ଟଙ୍କା), ଗଜପତି (୨୬,୭୦୬ ଟଙ୍କା), ଖୋର୍ଦ୍ଧା (୨୪,୬୧୮ ଟଙ୍କା), କଟକ (୧୬,୭୩୭ ଟଙ୍କା) ରହିଛି।
ବିଏସ୍‍କେୱାଇ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ୨୦୦ରୁ କିଛି ଅଧିକ ଘରୋଇ ଡାକ୍ତରଖାନାକୁ ସାମିଲ କରିଥିବା ବେଳେ ଚଳିତ ମାସରେ ଆଉ ୫୦ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଫଳରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢ଼଼ୁଛି। ଗତ ବର୍ଷ ଅଗଷ୍ଟ ମାସରେ ସ୍ମାର୍ଟକାର୍ଡ ପ୍ରଚଳନ ଫଳରେ ଅଧିକ ସଂଖ୍ୟକ ହିତାଧିକାରୀ ଉପକୃତ ହୋଇପାରୁଛନ୍ତି ବୋଲି କୁହାଯାଇଛି।

22 Apr 2022 By The Sakala

https://www.thesakala.in/latest-odisha-news/bsky-smart-health-card-gives-new-life-more-than-1-lakh-beneficiaries-benefit-in-7-months/article-10955
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର