ଜୀବନରେଖା ସାଜିଛି BSKY: ରାଜ୍ୟ ବାହାରେ ଶତାଧିକ ଡାକ୍ତରଖାନାରେ ମିଳୁଛି ଚିକିତ୍ସା ସୁବିଧା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଗରିବ ଲୋକଙ୍କ ପାଇଁ ଜୀବନରେଖାରେ ପରିଣତ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ରୂପାନ୍ତରଣ ରାଜ୍ୟବାସୀ ଓ ରାଜ୍ୟର ବିକାଶ କ୍ଷେତ୍ରରେ ବଡ଼ ଅବଦାନ ରଖିଛି। ଗତ ମେ ମାସରେ ରାଜ୍ୟ ସରକାର ଏ ବାବଦରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି […]

ଭୁବନେଶ୍ୱର: ରାଜ୍ୟର ଗରିବ ଲୋକଙ୍କ ପାଇଁ ଜୀବନରେଖାରେ ପରିଣତ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ରୂପାନ୍ତରଣ ରାଜ୍ୟବାସୀ ଓ ରାଜ୍ୟର ବିକାଶ କ୍ଷେତ୍ରରେ ବଡ଼ ଅବଦାନ ରଖିଛି। ଗତ ମେ ମାସରେ ରାଜ୍ୟ ସରକାର ଏ ବାବଦରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ୪୪ ହଜାର ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏହି ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦବ୍ୟକ୍ତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନେ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ଗୋଟିଏ ମାସରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଚିକିତ୍ସାଜନିତ ଆର୍ଥିକ ଖର୍ଚ୍ଚ ବଞ୍ଚାଇ ପାରିଛନ୍ତି। ଯେଉଁ ଅର୍ଥକୁ ସେମାନେ ନିଜ ପରିବାର ନିମନ୍ତେ ବ୍ୟୟ କରିପାରିବେ। ଏହି ଯୋଜନାରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରୁଥିବାରୁ ମୁଁ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଯେଉଁ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ୍ୱାକାଂକ୍ଷୀ BSKY ଯୋଜନା ଆରମ୍ଭ କରିଥିଲେ ଆଜି ତାହା ଆଶା ଠାରୁ ଅଧିକ ସଫଳତା ଆଣି ଦେଇଛି। ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି ଏହି ଯୁଗାନ୍ତକାରୀ ପଦକ୍ଷେପ। ଉପକୃତ ହେଉଥିବା ହିତାଧିକାରୀ ଏବଂ ମାଗଣା ଚିକିତ୍ସା ବାବଦରେ ବ୍ୟୟଭାର ବଢ଼ି ବଢ଼ି ଚାଲିଛି। ମାସକ ମଧ୍ୟରେ BSKYରେ ଚିକିତ୍ସା ଖର୍ଚ୍ଚ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମେ’ ମାସରେ ସମୁଦାୟ ୪୩,୭୯୫ ଜଣ ହିତାଧିକାରୀ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ଏବଂ ସେମାନଙ୍କ ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ହିତାଧିକାରୀଙ୍କ ମାଗଣା ଚିକିତ୍ସା ନିମନ୍ତେ ସରକାର ଦୈନିକ ୩.୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଚଳିତ ବର୍ଷ ଜାନୁଆରୀ ମାସରେ ଓଡ଼ିଶା ସରକାର ହିତାଧିକାରୀଙ୍କର ମାଗଣା ଚିକିତ୍ସା ପାଇଁ ଦୈନିକ ୧.୬ କୋଟି ଟଙ୍କା ବ୍ୟୟ କରୁଥିଲେ। ତେବେ ଏପ୍ରିଲ ମାସରେ ଦୈନିକ ଖର୍ଚ୍ଚ ୩.୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଫେବୃଆରୀ ଓ ମାର୍ଚ୍ଚ ମାସରେ ଦୈନିକ ଖର୍ଚ୍ଚ ଯଥାକ୍ରମେ ୨ କୋଟି ଏବଂ ୩ କୋଟି ଟଙ୍କା ରହିଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଜାନୁଆରୀ ମାସରେ ରାଜ୍ୟ ସରକାର BSKYରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୪୭.୦୨ କୋଟି ଟଙ୍କା ଘରୋଇ ଡ଼ାକ୍ତରଖାନାକୁ ଦେଇଥିଲେ। ସେହିପରି ଫେବୃଆରୀ ମାସରେ ୬୦.୦୨ କୋଟି, ମାର୍ଚ୍ଚ ମାସରେ ୮୯.୨୭ କୋଟି ଏବଂ ଏପ୍ରିଲ ମାସରେ ୯୩.୮୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ବିଏସ୍‍କେୱାଇ ହିତାଧିକାରୀଙ୍କୁ ଉନ୍ନତ ତଥା ସୁପର ସ୍ପେଶାଲିଟି ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ବାହାରେ ଥିବା ୯୦ଟି ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇଛି। ଏସବୁ ଡାକ୍ତରଖାନା ମୁଖ୍ୟତଃ ମୁମ୍ବଇ, କୋଲକାତା, ଭେଲୋର, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ସୁରତ, ରାୟପୁର ଭଳି ସହରରେ ରହିଛି। ବିଶାଖାପାଟଣାରେ ସର୍ବାଧିକ ଘରୋଇ ଡାକ୍ତରଖାନାକୁ BSKYରେ ସାମିଲ କରାଯାଇଛି। ସେହିପରି ରାଜ୍ୟ ଭିତରେ ଥିବା ଶତାଧିକ ଘରୋଇ ଡାକ୍ତରଖାନା, ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି। ହିତାଧିକାରୀଙ୍କୁ ମାଗଣା ଚିକିତ୍ସା ସହିତ ମାଗଣାରେ ଔଷଧ, କେମୋଥେରାପି, ଡାଏଲିସିସ୍‍, ମାଗଣାରେ ଓଟି, ଆଇସିୟୁ, ମାଗଣା ନିଦାନ ସୁବିଧା ପ୍ରଦାନ କରାଯାଉଛି। ସେହିପରି କିଡ୍‍ନୀ, କର୍କଟ, ହୃଦରୋଗ, ଟ୍ୟୁମର୍‍ ଭଳି ଜଟିଳ ରୋଗ ପାଇଁ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ କରାଯାଉଛି। ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଓଡ଼ିଶା ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ BSKY ଯୋଜନାର ଶୁଭାରମ୍ଭ କରିଥିଲେ।

ତେବେ ୨୦୨୧ରେ BSKYର ନବକଳେବର କରାଯାଇଥିଲା। ହିତାଧିକାରୀଙ୍କୁ କ୍ୟାସଲେସ୍‍ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ହେଉଛି ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପରିଣାମ ସ୍ୱରୂପ ବିଏସ୍‍କେୱାଇର ପରିସର ଲଗାତାର ବୃଦ୍ଧି ପାଇବାରେ ଲାଗିଛି।

29 Jun 2022 By The Sakala

https://www.thesakala.in/latest-odisha-news/bsky-smart-card-have-become-the-lifeline-for-the-poor-people/article-12878
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର