ସମସ୍ତଙ୍କୁ ମିଳିବ BSKY ‘ନବୀନ କାର୍ଡ’, ନଥିଲେ ତୁରନ୍ତ ଆବେଦନ କରନ୍ତୁ: 5T ଅଧ୍ୟକ୍ଷ

The Sakala Picture
Published On

ବାଣପୁର: ଗାଁରେ ୧୫ ପ୍ରତିଶତ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ନାହିଁ। ଏହି କଥାକୁ ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି। ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ୍ ନାହିଁ ସେମାନଙ୍କୁ ମଧ୍ୟ ଆଗାମୀ ଦିନରେ କାର୍ଡ୍ ଯୋଗାଇ ଦିଆଯିବ। ଏହା ସହିତ ବାର୍ଦ୍ଧକ୍ୟ ଭାତ୍ତା ସହିତ ଅଙ୍ଗନୱାଡି,ଏମକେଭି ଆଦିଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ସରକାର ଖୁସି ଖବର ଦେବେ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଦିନ ବାଣପୁରରେ କହିଛନ୍ତି । […]

ବାଣପୁର: ଗାଁରେ ୧୫ ପ୍ରତିଶତ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ନାହିଁ। ଏହି କଥାକୁ ମୁଖ୍ୟମନ୍ତ୍ରୀ ଅନୁଭବ କରିଛନ୍ତି। ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ୍ ନାହିଁ ସେମାନଙ୍କୁ ମଧ୍ୟ ଆଗାମୀ ଦିନରେ କାର୍ଡ୍ ଯୋଗାଇ ଦିଆଯିବ। ଏହା ସହିତ ବାର୍ଦ୍ଧକ୍ୟ ଭାତ୍ତା ସହିତ ଅଙ୍ଗନୱାଡି,ଏମକେଭି ଆଦିଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ସରକାର ଖୁସି ଖବର ଦେବେ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଦିନ ବାଣପୁରରେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଗ୍ରାମାଞ୍ଚଳରେ ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ୍ ନାହିଁ ସେମାନଙ୍କୁ ମଧ୍ୟ ସରକାର କାର୍ଡ୍ ଯୋଗାଇ ଦେବେ। ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଏନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କାର୍ଡ୍ ମିଳୁ ବୋଲି ଚାହୁଁଛନ୍ତି। ଯେଉଁଥିପାଇଁ ଯେଉଁମାନଙ୍କ ପାଖରେ ଏହି କାର୍ଡ୍ ନାହିଁ ସେମାନେ ୧୬ ତାରିଖ ସୁଧା ଏଥିପାଇଁ ଆବେଦନ କରିପାରିବେ ବୋଲି 5T ଅଧ୍ୟକ୍ଷକ୍ଷ ପାଣ୍ଡିଆନ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ପ୍ରତି ପଂଚାୟତରୁ ଲକ୍ଷ୍ମୀ ବସ ଯୋଜନା କ୍ରମରେ ବସ ଗଡିବ ବୋଲି 5T ଅଧ୍ୟକ୍ଷ କହିଛନ୍ତି। ଏହି ଯୋଜନାରେ ମହିଳା ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କାରେ ବସରେ ଯାତ୍ରା କରିପାରିବେ। ସେହପପି ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧାର ଅଭାବ ଦୂର ପାଇଁ ସରକାର ପ୍ରତି ପଂଚୟାତରେ ବ୍ୟାଙ୍କ ଖୋଲିବେ। ଯାହା ଫଳରେ ଗାଁ ଲୋକ ନିଜ ପଂଚାୟତରେ ବ୍ୟାଙ୍କ ସୁବିଧା ପାଇପାରିବେ। ଭତ୍ତା ପାଇଁ ଆଉ କାହାକୁ ଦୂରକୁ ଯିବାକୁ ପଡିବ ନାହିଁ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏମବିକେ, ସିଆରବି, ଅଙ୍ଗନୱାଡି କର୍ମୀଙ୍କ ଦରମା ବଢିବ ବୋଲି ସଭାରେ 5T ଅଧ୍ୟକ୍ଷ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାର୍ଦ୍ଧକ୍ୟ ଭତ୍ତାଠାରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ବଢିବ। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଏନେଇ ଖୁସିଖବର ଶୁଣିବେ ବୋଲି ସେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର