କର୍କଟ ପାଇଁ ବରଦାନ ସାଜିଛି ବିଏସ୍‌‌କେୱାଇ କାର୍ଡ…..

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ବର୍ଷ ଭିତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରି ସ୍ଥିତିରେ ନବୀନ ସରକାରଙ୍କ ପ୍ରଚଳିତ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା(ବିଏସ୍‌‌କେୱାଇ) କର୍କଟ ରୋଗୀଙ୍କ ପାଇଁ ବରଦାନ ପାଲଟିଛି। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ କର୍କଟ ରୋଗଜନିତ ମୃତ୍ୟୁ ଉପରେ ଅଙ୍କୁଶ ଲଗାଯିବା ସମ୍ଭବ ହୋଇ ପାରିଛି। ‘ପାର୍ଟନର୍‌‌ସିପ ଟୁ ଫାଇଟ୍‌‌ କ୍ରୋନିକ୍‌‌ ଡିଜିଜ୍‌‌’ (ପିଏଫ୍‌‌ସିଡି) ପକ୍ଷରୁ ଓଡ଼ିଶାରେ ବୃଦ୍ଧି ପାଉଥିବା କ୍ୟାନ୍‌‌ସର ରୋଗର ମୁକାବିଲା ସଂକ୍ରାନ୍ତ ଏକ […]

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ବର୍ଷ ଭିତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରି ସ୍ଥିତିରେ ନବୀନ ସରକାରଙ୍କ ପ୍ରଚଳିତ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା(ବିଏସ୍‌‌କେୱାଇ) କର୍କଟ ରୋଗୀଙ୍କ ପାଇଁ ବରଦାନ ପାଲଟିଛି। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ କର୍କଟ ରୋଗଜନିତ ମୃତ୍ୟୁ ଉପରେ ଅଙ୍କୁଶ ଲଗାଯିବା ସମ୍ଭବ ହୋଇ ପାରିଛି। ‘ପାର୍ଟନର୍‌‌ସିପ ଟୁ ଫାଇଟ୍‌‌ କ୍ରୋନିକ୍‌‌ ଡିଜିଜ୍‌‌’ (ପିଏଫ୍‌‌ସିଡି) ପକ୍ଷରୁ ଓଡ଼ିଶାରେ ବୃଦ୍ଧି ପାଉଥିବା କ୍ୟାନ୍‌‌ସର ରୋଗର ମୁକାବିଲା ସଂକ୍ରାନ୍ତ ଏକ ବୈଠକରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅନୁରୂପ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ କ୍ୟାନ୍‌‌ସର ମାମଲା ସଂକ୍ରାନ୍ତରେ ଏକ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା। ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ୨୨.୫ ପ୍ରତିଶତ ଓ ମୃତ୍ୟୁହାର୨୨.୬ ପ୍ରତିଶତ ବୃଦ୍ଧି ପାଇଛି। ସମଗ୍ର ଦେଶରେ ଦୃତଗତିରେ କର୍କଟ ବୃଦ୍ଧି ପାଉଥିବା ୧୨ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଏ ସଂକ୍ରାନ୍ତରେ ଡାକ୍ତର ସଞ୍ଜୀବ କୁମାର ମିଶ୍ର କହିଛନ୍ତି ଯେ ଓଡ଼ିଶା କ୍ୟାନ୍‌‌ସର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି। ଜାତୀୟସ୍ତରର ତଥ୍ୟ ଏକ ଚିନ୍ତାଜନକ ବୃଦ୍ଧିକୁ ଦର୍ଶାଉଥିବା ବେଳେ ଓଡ଼ିଶା ବିଶେଷ କରି ସ୍ତନ ଓ ଗର୍ଭାଶୟ କର୍କଟ କ୍ଷେତ୍ରରେ ଅଧିକ ବୋଝର ସମ୍ମୁଖୀନ ହେଉଛି। ରୋଗୀଙ୍କ ଚିକିତ୍ସା ଫଳାଫଳକୁ ଉନ୍ନତ କରିବା ପାଇଁ ଶୀଘ୍ର ଚିହ୍ନଟ ଓ ଆଡ୍‌‌ଭାନ୍ସଡ ଥେରାପିଗୁଡିକ ପାଇଁ ସରକାରୀସ୍ତରରେ ବିକେନ୍ଦ୍ରୀକରଣର ଆବଶ୍ୟକତା ରହିଛି।ଏଥିସହ ତୃଣମୂଳସ୍ତରରେ ରୋଗ, ରୋଗୀର ଲକ୍ଷଣ ଓ ଅତ୍ୟାଧୁନିକ ଚିକିତ୍ସାଗୁଡିକର ଲାଭ ସମ୍ପର୍କରେ ସଚେତନତା ବୃଦ୍ଧି କରିବାର ବିଶେଷ ଆବଶ୍ୟକତା ରହିଛି। ସେହିଭଳି ଜିଲ୍ଲା ହସ୍ପିଟାଲ ଓ ଆଖପାଖ ଅଞ୍ଚଳଗୁଡ଼ିକରେ ସୁବ୍ୟବସ୍ଥିତ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଚିକିତ୍ସା ବ୍ୟବସ୍ଥା ସ୍ଥାପନ କରିବା ମଧ୍ୟ ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଡାକ୍ତର ଚିରା ଖାଡ଼ଙ୍ଗା ଅନ୍‌‌କୋଲୋଜି କ୍ଷେତ୍ରରେ ନିଜର ବିସ୍ତୃତ ଅଭିଜ୍ଞତା ସହିତ ବଢ଼ୁଥିବା କର୍କଟ ମାମଲାକୁ ହ୍ରାସ କରିବା ପାଇଁ ବୈଷୟିକ ଅଗ୍ରଗତି ଏବଂ ଏକ ମଜଭୁତ କର୍କଟ ଚିକିତ୍ସା ଭିତ୍ତିଭୂମି ନିର୍ମାଣ କରିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। କର୍କଟ ବିରୋଧରେ ବାସ୍ତବରେ ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଆମେ ଏକ ମଜଭୁତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଆବଶ୍ୟକ କରୁଛୁ। ଆଡ୍‌‌ଭାନ୍ସଡ ରେଡିଓଥେରାପି ପାଇଁ ବ୍ୟାପକ ପହଞ୍ଚ ସହିତ ସୁସଜ୍ଜିତ କର୍କଟ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରି ଆମେ ବହୁମାତ୍ରାରେ କର୍କଟ ମାମଲାକୁ ହ୍ରାସ କରିପାରିବା ଏବଂ ରୋଗୀଙ୍କ ସୁସ୍ଥତାକୁ ଉନ୍ନତ କରିପାରିବା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସେହିପରି ଡାକ୍ତର ସଞ୍ଜୟ କୁମାର ମିଶ୍ର ସରକାରଙ୍କ ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରିଛନ୍ତି। କର୍କଟ ଚିକିତ୍ସା ଭିତିଭୂମି ଓ ଉଚ୍ଚମାନର ସ୍ୱାସ୍ଥ୍ୟସେବାକୁ ଉନ୍ନତ ରାଜ୍ୟ ସରକାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ତେବେ ସରକାରଙ୍କ ପଦକ୍ଷେପ ଓ କର୍କଟ ଚିକିତ୍ସା କ୍ଷେତ୍ରରେ ବୈଷୟିକ ଅଗ୍ରଗତି ସତ୍ତ୍ବେ ଏହି ରୋଗର ବଢ଼ୁଥିବା ବୋଝକୁ ହ୍ରାସ କରିବା ପାଇଁ ମିଳିତ ପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର