ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ; ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

The Sakala Picture
Published On

ବାଙ୍କୀ: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସକୁ ବଡ଼ ସଫଳତା । ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ ଟିମ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡ ର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । […]

ବାଙ୍କୀ: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସକୁ ବଡ଼ ସଫଳତା । ଧଳାଜହର କାରବାର ବେଳେ ମାଡିବସିଲା ଏସଟିଏଫ ଟିମ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡ ର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ଠାରୁ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା । ସେମାନଙ୍କ ନିକଟରୁ ଏକ ସାନଟରୋ କାର ମଧ୍ୟ ଜବତ କରାଯାଇଛି। ଏସଟିଏଫ କେସ ନମ୍ବର ୨୯ ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ମରିଗଲା ମଣିଷ ପଣିଆ: ସାମାନ୍ୟ କଥାକୁ ନେଇ ମାନସିକ ବିକାରଗ୍ରସ୍ତଙ୍କୁ ଗୋଡ଼ହାତ ବାନ୍ଧି ପିଟିଲେ ଦୁର୍ବୃତ୍ତ

ସୂଚନା ମୁତାବକ ୨୦୨୦ ରୁ ଆଜି ମଧ୍ୟରେ ୬୫ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଓ ହେରୋଇନ, ୨୦୨ ଗ୍ରାମ କୋକେନ ଏବଂ ୧୧୧ କୁଇଣ୍ଟାଲ ରୁ ଅଧିକ ଗଂଜେଇ ଓ ଭାଙ୍ଗ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ ଥିବା ୧୬୫ ନିଶାମାଫିଆଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ ।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବରଙ୍ଗପୁରରେ ବିଜେଡିର ବିଶାଳ ରାଲି ‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର