ଜୀବନଯନ୍ତ୍ରଣାରେ ଭାଇଭଉଣୀ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

The Sakala Picture
Published On

ଭୁବନେଶ୍ୱର: ଅନ୍ୟମାନଙ୍କ ଭଳି ନିଜ ଝିଅପୁଅକୁ ନେଇ ବାପାମା’ ଦେଖିଥିଲେ ଅନେକ ସ୍ୱପ୍ନ। କିନ୍ତୁ ଭଗବାନ ଯେ ତାଙ୍କ ଉପରେ ଦୁଃଖର ପାହାଡ଼ ଲଦି ଦେବେ ସେ ବିଷୟରେ ତାଙ୍କୁ ଜଣା ନ ଥିଲା। ସେମାନେ ହେଉଛନ୍ତି ୧୮ବର୍ଷର ଝିଅ ତାରିଣୀ ପ୍ରଧାନ ଏବଂ ୧୫ବର୍ଷର ପୁଅ ଶମ୍ଭୁ ପ୍ରଧାନଙ୍କ ବାପା ଆଉ ମାଆ। ରାଜଧାନୀ ମଞ୍ଚେଶ୍ୱରସ୍ଥିତ ରେଲଲାଇନ୍‍ ମୁଣ୍ଡା ବସ୍ତି। ବାପା ରାଜେନ୍ଦ୍ର ପ୍ରଧାନ ଓ ମା’ ମଙ୍ଗୁଳି ପ୍ରଧାନ ଦିନ ମଜୁରିଆଭାବେ କାମ କରନ୍ତି। […]

ଭୁବନେଶ୍ୱର: ଅନ୍ୟମାନଙ୍କ ଭଳି ନିଜ ଝିଅପୁଅକୁ ନେଇ ବାପାମା’ ଦେଖିଥିଲେ ଅନେକ ସ୍ୱପ୍ନ। କିନ୍ତୁ ଭଗବାନ ଯେ ତାଙ୍କ ଉପରେ ଦୁଃଖର ପାହାଡ଼ ଲଦି ଦେବେ ସେ ବିଷୟରେ ତାଙ୍କୁ ଜଣା ନ ଥିଲା। ସେମାନେ ହେଉଛନ୍ତି ୧୮ବର୍ଷର ଝିଅ ତାରିଣୀ ପ୍ରଧାନ ଏବଂ ୧୫ବର୍ଷର ପୁଅ ଶମ୍ଭୁ ପ୍ରଧାନଙ୍କ ବାପା ଆଉ ମାଆ। ରାଜଧାନୀ ମଞ୍ଚେଶ୍ୱରସ୍ଥିତ ରେଲଲାଇନ୍‍ ମୁଣ୍ଡା ବସ୍ତି। ବାପା ରାଜେନ୍ଦ୍ର ପ୍ରଧାନ ଓ ମା’ ମଙ୍ଗୁଳି ପ୍ରଧାନ ଦିନ ମଜୁରିଆଭାବେ କାମ କରନ୍ତି। କେଉଁଦିନ କାମ ମିଳିଲେ ୪ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଭାତ ଗଣ୍ଡାଏ ଯାଏ ତ ଆଉ କେଉଁଦିନ ଉପାସରେ ଦିନ କଟିଯାଏ। କିନ୍ତୁ ସେତିକି ସରିଯାଇ ନାହିଁ ପରିବାରର ଦୁଃଖ। ଝିଅ ତାରିଣୀ ଜନ୍ମ ହେବା ଦିନଠାରୁ ମୁହଁରେ ମାଂସ ବଢ଼଼ିଚାଲିଲା। ଦିନ ମଜୁରି ଲାଗି ଯେଉଁ ରୋଜଗାର ହୁଏ, ସେଥିରେ ଝିଅର ମୁହଁକୁ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳିପାରି ନ ଥିଲା। ଏପଟେ ଝିଅର ଗୋଟିଏ ଆଖିକୁ ଦେଖା ମଧ୍ୟ ଯାଉ ନ ଥିଲା। ପରେ ପୁଅକୁ ନେଇ ଦେଖିଥିବା ସ୍ୱପ୍ନ ମଧ୍ୟ ଅଧାରେ ରହିଗଲା। ଛୋଟବେଳେ ପୁଅ ଖେଳିବା ସମୟରେ ପଡ଼ିଯିବାରୁ ଗୋଡ଼ ଅଚଳ ହୋଇଯାଇଥିଲା। ଅର୍ଥାଭାବ ଯୋଗୁଁ ପୁଅର ଚିକିିତ୍ସା କରାଇପାରି ନ ଥିଲେ ବାପାମା’।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

କିଛିଦିନ ହେବ ପୁଅ ଶମ୍ଭୁର ୨ଟି ଯାକ ଆଖି ନଷ୍ଟ ହୋଇଯିବାରୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଛନ୍ତି। ବାପାମା’ଙ୍କ ଆଗରେ ୨ ପୁଅଝିଅଙ୍କ ଏଭଳି ଅବସ୍ଥାକୁ ଦେଖି କେବଳ ଛାତିକୁ ପଥର କରି ରହିଛନ୍ତି। ଭାଗ୍ୟକୁ ଆଦରି ଜୀବନ ସହ ସଂଗ୍ରାମ କରିଚାଲିଛନ୍ତି। ଏଭଳି ଅବସ୍ଥା ଯୋଗୁଁ ଘରେ ଗଣ୍ଡାଏ ଦୁଇଓଳି ଭଲରେ ଖାଇବା ପାଇଁ ଅଛି ନା କି ଭଲ ହଳେ ପୋଷାକ ପିନ୍ଧିବା ପାଇଁ ଅଛି। କେବଳ ଯେ ପୁଅ ଏବଂ ଝିଅର ଏ ଅବସ୍ଥା ଦେଖି ଚିନ୍ତାରେ ଜୀବନ ବିତାଉଛନ୍ତି ବାପାମା’। ବୋଝ ଉପରେ ନଳୀତା ବିଡ଼ା ପରି ପ୍ରଥମେ ଝିଅ ଏବଂ ପରେ ପୁଅ ଦିବ୍ୟାଙ୍ଗ ହୋଇ ଜୀବନ ବିତାଉଛନ୍ତି। କାମ ମିଳିଲେ ବାପାମା’ ଦିନକୁ ୮ଶହ ଟଙ୍କା ରୋଜଗାର କରନ୍ତି। କିନ୍ତୁ ସେତିକି ଟଙ୍କାରେ ପିଲାଙ୍କ ଚିକିତ୍ସା ସାଙ୍ଗକୁ ପାଠପଢ଼଼ା ଖର୍ଚ୍ଚ ତୁଲାଇବା ଓ ପରିବାର ପୋଷିବା କଷ୍ଟକର ହୋଇପଡୁଛି। ଅର୍ଥାଭାବ ଯୋଗୁଁ ୨ଜଣ ପିଲା ପାଠ ମଧ୍ୟ ପଢ଼ିପାରୁନାହାଁନ୍ତି। ଦାରିଦ୍ର୍ୟର କଷାଘାତ ମଧ୍ୟରେ ଦୁଃସାଧ୍ୟ ରୋଗକୁ ଧରି ଜୀବନ ବିତାଉଥିବା ତାରିଣୀ ଏବଂ ଶମ୍ଭୁ ଏବେ ପାଠପଢ଼ାରୁ ବଞ୍ଚିତ। ବାପାମା’ ବି ପିଲାମାନଙ୍କର ଏଭଳି ଅବସ୍ଥାରେ ଉପାୟ ଶୂନ୍ୟ। କେବଳ ୨ ପିଲାଙ୍କର ଜୀବନ ରକ୍ଷା ପାଇଁ ବହୁ ଲୋକଙ୍କ ପାଖରେ ନେହୁରା ହୋଇଛନ୍ତି। ଗୋଟିଏପଟେ ଅର୍ଥାଭାବ ଅନ୍ୟପଟେ ପୁଅଝିଅଙ୍କ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ବାପାମା’। ବାପାମା’ କାମକୁ ଚାଲିଗଲା ପରେ ଚଲାବୁଲା କରିପାରୁ ନ ଥିବା ସମ୍ଭୁର ସାହା ଭରସା ହେଉଛି ତା’ ଭଉଣୀ ତାରିଣୀ। ସମ୍ଭୁକୁ ଦିବ୍ୟାଙ୍ଗ ଭତ୍ତା ୫ଶହ ଟଙ୍କା ମିଳୁଛି ସତ, ହେଲେ ସେତିକିରେ କ’ଣ ପାଠପଢ଼଼ିବା ଏବଂ ଚିକିତ୍ସା କରାଇବା ସମ୍ଭବପର ହୋଇପାରୁଛି ବୋଲି କହିଛନ୍ତି ମା’ ମଙ୍ଗୁଳି। କାମ ମିଳିଲେ ୪ପ୍ରାଣୀଙ୍କ ପେଟକୁ ଭାତ ଗଣ୍ଡାଏ ଯାଏ ନ ହେଲେ ଉପାସରେ ବି ଦିନ କଟିଯାଏ। ଝିଅର ମେଡିକାଲ କାଗଜପତ୍ର ନ ଥିବାରୁ ଭତ୍ତା ହୋଇପାରୁନାହିଁ। ପୁଅଝିଅଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲୁ, କିନ୍ତୁ ସବୁ ଖୁସି ଭଗବାନ ଆମଠାରୁ ଛଡାଇନେଇଛନ୍ତି। କେବଳ ଭଗବାନଙ୍କ ଭରସାରେ ବଞ୍ଚିଛୁ। ଏପର୍ଯ୍ୟନ୍ତ ପିଲା ଦୁଇଟାଙ୍କର ଭଲରେ ଚିକିତ୍ସା ମଧ୍ୟ ହୋଇପାରିଲା ନାହିଁ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

27 Apr 2021 By The Sakala

https://www.thesakala.in/latest-odisha-news/brothers-and-sisters-in-pain-money-is-barrier-to-treatment/article-1850
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର