ଆର୍‍ଟିଓ ଅଫିସ୍‍ ରେ ଦଲାଲଙ୍କ ରାଜୁତି: ମାସିକିଆ ହାତଗୁଞ୍ଜା ନେଇ କାମ କରୁଛନ୍ତି କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର: ଆର୍‍ଟିଓ ଅଫିସ୍‍କୁ ଦଲାଲ ମୁକ୍ତ କରିବା ପାଇଁ କିଛିମାସ ତଳେ ଆରଟିଓ ଅଫିସ୍‍ ରେ ଚଢ଼ଉ କରି ଦଲାଲମାନଙ୍କୁ ଗିରଫ କଲା ପୁଲିସ। ହେଲେ ଏବେ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ଦେଖିବାକୁ ମିଳିଛି। ରାଜଧାନୀର ଆରଟିଓ-୧ରେ ମାଳମାଳ ଦଲାଲ ଦେଖିବାକୁ ମିଳିଛି। ସେମାନେ ଏବେ ଆରଟିଓ ଅଫିସ୍‍ ରେ ଏକପ୍ରକାର ମୁଖ୍ୟ ପୁରୋଧା ସାଜିଛନ୍ତି। କିଏ ଲାଇସେନ୍ସ ପାଇବ, କାହାର ଗାଡ଼ିର ମାଲିକାନା ବଦଳିବ, ଏହିମାନେ ସବୁ କିଛି ନିଷ୍ପତ୍ତି ନେଉଛନ୍ତି। ସାଧାରଣ […]

ଭୁବନେଶ୍ୱର: ଆର୍‍ଟିଓ ଅଫିସ୍‍କୁ ଦଲାଲ ମୁକ୍ତ କରିବା ପାଇଁ କିଛିମାସ ତଳେ ଆରଟିଓ ଅଫିସ୍‍ ରେ ଚଢ଼ଉ କରି ଦଲାଲମାନଙ୍କୁ ଗିରଫ କଲା ପୁଲିସ। ହେଲେ ଏବେ ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତି ଦେଖିବାକୁ ମିଳିଛି। ରାଜଧାନୀର ଆରଟିଓ-୧ରେ ମାଳମାଳ ଦଲାଲ ଦେଖିବାକୁ ମିଳିଛି। ସେମାନେ ଏବେ ଆରଟିଓ ଅଫିସ୍‍ ରେ ଏକପ୍ରକାର ମୁଖ୍ୟ ପୁରୋଧା ସାଜିଛନ୍ତି। କିଏ ଲାଇସେନ୍ସ ପାଇବ, କାହାର ଗାଡ଼ିର ମାଲିକାନା ବଦଳିବ, ଏହିମାନେ ସବୁ କିଛି ନିଷ୍ପତ୍ତି ନେଉଛନ୍ତି। ସାଧାରଣ ଲୋକ ଲାଇସେନ୍ସ ଟିଏ ପାଇବା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବେଳେ ଅନେକ ସମୟରେ ଆବଶ୍ୟକ କାଗଜାତ ପାଇଁ କର୍ମଚାରୀମାନେ ସହଯୋଗ କରୁନାହାନ୍ତି। ଏମିତି କି ଛୋଟଛୋଟ କାମ ପାଇଁ କର୍ମଚାରୀମାନେ ଲୋକଙ୍କୁ ଫେରାଇ ଦେଉଥିବା ଭଳି ଅଭିଯୋଗ ହେଉଛି। ଯେଉଁଥିପାଇଁ କାମ ପାଇଁ ଯାଇଥିବା ବ୍ୟକ୍ତି ବାରମ୍ବାର ନିରାଶ ହୋଇ ଦଲାଲଙ୍କ ସହାୟତା ଲୋଡ଼ୁଛି। ଏହାର ସୁଯୋଗ ନେଇ ଦଲାଲମାନେ କିନ୍ତୁ ବିନା ବାଧାରେ ଆରଟିଓ ଅଫିସ୍‍କୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି କୋଭିଡ୍‍ ପୂର୍ବରୁ ପ୍ରଶାସନ ଆରଟିଓ ଅଫିସରେ କାର୍ଯ୍ୟ କରୁଥିବା ଏଜେଣ୍ଟ ମାନଙ୍କୁ ବିଦା କରି ଦେଇଥିଲା। ସେମାନେ ଚାକିରି ହରାଇବା ପରେ ଏହି ଅଫିସ୍‍ ରେ ଏବେ ଦଲାଲ କରୁଛନ୍ତି। ସେମାନେ ଅଫିସ୍‍ର ପାସ୍‍ୱାର୍ଡ ଏବଂ ଅନ୍ୟାନ ଗୋପନୀୟ ତଥ୍ୟ ଜାଣିଥିବାରୁ ସହଜରେ ଅନ୍ୟକୁ ଲାଇସେନ୍ସ ଦେଇପାରୁଛନ୍ତି। ଯେଉଁଥି ପାଇଁ ଏହି ଦଲାଲମାନେ ଲୋକଙ୍କ ଠାରୁ ମୋଟା ରକମର ପାଉଣା ମଧ୍ୟ ଆଦାୟ କରୁଛନ୍ତି। ବଡ଼ କଥା ହେଲା ସେମାନଙ୍କ ପାଇଁ ଆରଟିଓ ଅଫିସ୍‍ରେ ଚେୟାର ମଧ୍ୟ ପଡ଼ିଛି। ସେମାନେ ସିଧା ଅଫିସ୍‍ ଭିତରକୁ ଯାଇ ଏହି ଚେୟାରରେ ବସୁଛନ୍ତି। ଆଉ ଆରଟିଓ ଅଫିସ୍‍ରେ ଥିବା ଅନ୍ୟ କର୍ମଚାରୀ୍‍ଙ୍କୁ ଧରି ସହଜରେ ଲାଇସେନ୍ସ ହାତଉଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ଆରଟିଓ ଅଫିସ୍‍ର ଗେଟ୍‍ ନିକଟରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସାଧାରଣ ଲୋକେ ଏହି ଅଫିସ୍‍ ଭିତରକୁ ଯିବାକୁ ହେଲେ ସେମାନେ କେଉଁ କାମ ପାଇଁ ଯିବେ ତାହାର କାଗଜପତ୍ର ଦେଖାଉଛନ୍ତି। କିନ୍ତୁ ଏହି ଦଲାଲମାନେ ବିନା କୌଣସି କାଗଜପତ୍ର ନଦେଖାଇ ଅବାଧରେ ଅଫିସ୍‍ ଭିତରକୁ ପଶୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଆରଟିଓ ଅଫିସ୍‍ ରେ ଏବେ ସବୁକିଛି ଅନ୍‍ଲାଇନ୍‍ରେ ହୋଇଯାଇଛି। କିନ୍ତୁ ସାଧାରଣ ଲୋକେ ଏହାର ସୁବିଧା ନେଇ ପାରୁନାହାନ୍ତି। ଅନେକ ଅନ୍‍ଲାଇନ୍‍ରେ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବେଳେ ସ୍ଲଟ୍‍ ମିଳୁନି। ଅନେକ ଲୋକେ ଅନ୍‍ଲାଇନ୍‍ରେ ଆବେଦନ କରୁଥିଲେ ମଧ୍ୟ ଆରଟିଓ ଅଫିସ୍‍କୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କିଛି କାମ ହେଉନାହିଁ। ତେଣୁ ସେ ବାଧ୍ୟ ହୋଇ ଦଲାଲଙ୍କ ସହଯୋଗ ନେଉଛନ୍ତି। ଦଲାଲ ଲାଇସେନ୍ସ ପାଇଁ ସେମାନଙ୍କ ଠାରୁ ୧୫ଶହ ଟଙ୍କା ନେଉଛନ୍ତି। ଦଲାଲ ଏଥିରୁ ୧ହଜାର ଟଙ୍କା ରଖୁଥିବା ବେଳେ ଆରଟିଓ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ୫ଶହ ଟଙ୍କା ଦେଉଛନ୍ତି। ଏହିଭଳି ଆରଟିଓ ଅଫିସରେ ଥିବା କର୍ମଚାରୀ ହଜାର ହଜାର ଟଙ୍କା ଦଲାଲମାନଙ୍କ ଦ୍ୱାରା ରୋଜଗାର କରୁଛନ୍ତି। ଏହି ଅଫିସରେ ଟଙ୍କା ନ ଦେଲେ କୌଣସି କାମ ହେଉନାହିଁ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଜଣେ ଦଲାଲ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଆରଟିଓ-୧ ଅଫିସ୍‍ରେ ଏକାଧିକ କର୍ମଚାରୀ ଲାଇସେନ୍ସ ପାଇଁ ମୋଟାରକମର ପାଉଣା ନେଉଛନ୍ତି। ସେମାନେ ଟଙ୍କା ନ ନେଲେ କାମ କରୁନାହାନ୍ତି। ତଳଠୁ ଉପର ସମସ୍ତେ ଗୋଟେ ଦସ୍ତଖତ ପାଇଁ ହାତଗୁଞ୍ଜା ନେଉଛନ୍ତି। ବଡ଼ କଥା ହେଲା ଏହି ହାତଗୁଞ୍ଜା କାରବାର ପାଇଁ ଏକ କୋଡ ୱାର୍ଡ ଦିଆଯାଇଛି। ଯଦି ଦଲାଲ କୌଣସି କାମ ବ୍ୟସ୍ତରେ ଅଫିସ୍‍ ଭିତରକୁ ଯାଇପାରୁନି, ସେ ଉକ୍ତ ବ୍ୟକ୍ତିଙ୍କୁ ତାର କୋଡୱାର୍ଡ ଦେଉଛନ୍ତି। ଫଳରେ ଉକ୍ତ ବ୍ୟକ୍ତି ଜଣଙ୍କ ଅଫିସ୍‍ ଭିତରକୁ ଯାଇ ଏକ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ଦେଖା କରି ଏହି କୋଡ ଦେଉଛନ୍ତି। କୋଡ ୱାର୍ଡ ଦେବା ପରେ ଉକ୍ତ ଅଫିସ୍‍ରେ ଥିବା କର୍ମଚାରୀ ତୁରନ୍ତ କାମ କରିଥାନ୍ତି। ଏହିଭଳି ଗୋଲକ ଧନ୍ଧାରେ ଆରଟିଓ-୧ ଏବଂ ଆରଟିଓ-୨ ଚାଲୁଛି। ଏନେଇ ସାଧାରଣ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଏହାର କିଛି ସୁଫଳ ମିଳିପାରୁନି। ଏନେଇ ଆରଟିଓ(୧) ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେମାନଙ୍କୁ ଆମେ କିଭଳି ଜଗିବୁ। ସେମାନେ ବିଭିନ୍ନ ବାହାନାରେ ଅଫିସ ଭିତରକୁ ପଶୁଛନ୍ତି। ଏଥିପ୍ରତି ଆମେ ଆଗକୁ ଅଧିକ ଦୃଷ୍ଟି ଦେବୁ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର