ବ୍ରହ୍ମପୁର ବଡ଼ ମେଡିକାଲରେ ଭଙ୍ଗା ଚେୟାରକୁ ଇଟା ଭରସା
ବ୍ରହ୍ମପୁର: ଛୋଟମୋଟ ଅବ୍ୟବସ୍ଥା ହିଁ ବିଭିନ୍ନ ବିଭାଗର ପାରିବାର ପଣିଆକୁ ପଦାରେ ପକାଇଥାଏ। ଉନ୍ନତ ଭିତ୍ତିଭୂମି ସହିତ ଲୋକଙ୍କ ସୁବିଧାକୁ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁୁ ବହୁ ସ୍ଥାନରେ ଜୁଗାଡ କରି ସଂସ୍ଥା ଚାଲୁ ରଖାଯାଇଥିବା ଦେଖିବାକୁ ମିଳିଛି। ଏମକେସିଜି ମେଡ଼ିକାଲ କଲେଜର ସିଟି ସ୍କାନ ରୁମ ଆଗରେ ରୋଗୀଙ୍କ ପାଇଁ ଦୁଇଟି ଚେୟାର ପଡ଼ିଛି। ସେଥିରୁ ଗୋଟିଏର ଷ୍ଟାଣ୍ଡ ଭାଙ୍ଗି ଯାଇଛି। ମରାମତି କରାଯିବା ପରିବର୍ତ୍ତେ ସିମେଣ୍ଟ ଇଟାକୁ […]
ବ୍ରହ୍ମପୁର: ଛୋଟମୋଟ ଅବ୍ୟବସ୍ଥା ହିଁ ବିଭିନ୍ନ ବିଭାଗର ପାରିବାର ପଣିଆକୁ ପଦାରେ ପକାଇଥାଏ। ଉନ୍ନତ ଭିତ୍ତିଭୂମି ସହିତ ଲୋକଙ୍କ ସୁବିଧାକୁ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁୁ ବହୁ ସ୍ଥାନରେ ଜୁଗାଡ କରି ସଂସ୍ଥା ଚାଲୁ ରଖାଯାଇଥିବା ଦେଖିବାକୁ ମିଳିଛି। ଏମକେସିଜି ମେଡ଼ିକାଲ କଲେଜର ସିଟି ସ୍କାନ ରୁମ ଆଗରେ ରୋଗୀଙ୍କ ପାଇଁ ଦୁଇଟି ଚେୟାର ପଡ଼ିଛି। ସେଥିରୁ ଗୋଟିଏର ଷ୍ଟାଣ୍ଡ ଭାଙ୍ଗି ଯାଇଛି। ମରାମତି କରାଯିବା ପରିବର୍ତ୍ତେ ସିମେଣ୍ଟ ଇଟାକୁ ବ୍ୟବହାର କରି ଚେୟାରକୁ ଚଳନୀୟ କରାଯାଇଛି। ସିଟି ସ୍କାନ ପାଇଁ ଆସିଥିବା ରୋଗୀ ଏଠାରେ ଅପେକ୍ଷା କରିବା ପାଇଁ ବସିଥାନ୍ତି। ଏଠାକୁ ବହୁ ଗୁରତର ରୋଗୀ ମଧ୍ୟ ଆସିଥାନ୍ତି। ସେଠାରେ ସିମେଣ୍ଟ ଇଟା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେବଡ଼ ମେଡ଼ିକାଲରେ ଏଭଳି ଛୋଟିଆ ଘଟଣା ଉପରେ ସ୍ୱାସ୍ଥ୍ୟ ପ୍ରଶାସନର ନଜର ପଡ଼ୁନଥିବାରୁ ରୋଗୀ ଓ ସମ୍ପର୍କିୟଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେଠାରେ ବସିବାକୁ ରୋଗୀ ଅମଙ୍ଗ ହେଉଥିବା ବେଳେ ପଡ଼ିଯିବାର ଭୟ ଘାରୁଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହ ଚେୟାର ପରିବର୍ତ୍ତନ ଅଥବା ମରାମତି କରିବାକୁ ଦାବି ହୋଇଛି।