ବ୍ରଜରାଜନଗର ଉପନିର୍ବାଚନ : ବଜାୟ ରହିବ ବିଜେଡିର ଅପରାଜେୟ ରେକର୍ଡ

The Sakala Picture
Published On

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନରେ ପୁଣି ବିଜେଡି। ଆଉ ଏକ ଉପ-ନିର୍ବାଚନକୁ ବୃହତ ବ୍ୟବଧାନରେ ଜିତିବାକୁ ଯାଉଛି ବିଜେଡି। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ସଦର, ପିପିଲି ପରି ବ୍ରଜରାଜନଗରରେ ବିଜେଡି ବେଶ୍‍ ଭଲ ଫଳ କରିବ ଏବଂ ପୂର୍ବଥର ବିଜୟ ବ୍ୟବଧାନଠାରୁ ଚଳିତ ନିର୍ବାଚନରେ ବିଜୟ ବ୍ୟବଧାନ ଦୁଇଗୁଣରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ରାଜ୍ୟର ଅଗ୍ରଣୀ ଦୈନିକ ସକାଳ- ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ନନ୍ଦିଘୋଷ କରାଯାଇଥିବା ବୁଥ୍‍ ବାହୁଡ଼ା ମତରେ ଏହା […]

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନରେ ପୁଣି ବିଜେଡି। ଆଉ ଏକ ଉପ-ନିର୍ବାଚନକୁ ବୃହତ ବ୍ୟବଧାନରେ ଜିତିବାକୁ ଯାଉଛି ବିଜେଡି। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ସଦର, ପିପିଲି ପରି ବ୍ରଜରାଜନଗରରେ ବିଜେଡି ବେଶ୍‍ ଭଲ ଫଳ କରିବ ଏବଂ ପୂର୍ବଥର ବିଜୟ ବ୍ୟବଧାନଠାରୁ ଚଳିତ ନିର୍ବାଚନରେ ବିଜୟ ବ୍ୟବଧାନ ଦୁଇଗୁଣରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ରାଜ୍ୟର ଅଗ୍ରଣୀ ଦୈନିକ ସକାଳ- ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ନନ୍ଦିଘୋଷ କରାଯାଇଥିବା ବୁଥ୍‍ ବାହୁଡ଼ା ମତରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବ୍ରଜରାଜନଗର ଫଳାଫଳ ବିଜେଡି କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ମଙ୍ଗଳବାର ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ବୁଧବାର ସାମଗ୍ରିକ ଭାବେ ମତଦାନ ପ୍ରତିଶତ ଜଣାପଡ଼ିବ। ମତଦାନ ହାର ପୁନର୍ବାର ୭୫ରୁ ୭୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସେହିପରି ଗତଥର ମୋଦି ହାୱା ଉପନିର୍ବାଚନରେ କୌଣସି ପ୍ରଭାବ ପକାଇନାହିଁ। ତେଣୁ ବିଜେଡି ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଏକାଧିକ ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନ ହାସଲ କରିଥିଲା। ମାତ୍ର ବିଜେପି ନିଜ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୩୬ରୁ ୨୯୦କୁ ବୃଦ୍ଧି କରିପାରିଥିଲା। ମାତ୍ର ଏହାର ପରବର୍ଷ ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମାତ୍ର ଏଠାରେ ବିଜେଡି ଆଶାତୀତ ସଫଳତା ପାଇଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପ୍ରତିଫଳନ ଦେଖିବାକୁ ମିଳିଥିଲା। ତେଣୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆଗାମୀ ଦିନରେ ରାଜ୍ୟ ରାଜନୀତି ସମ୍ପର୍କରେ ବିଶେଷ ବାର୍ତ୍ତା ଦେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। କିଛି ମାସ ତଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ସମୟରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏଥିରେ ବିଜେଡି ଏକତରଫା ବିଜୟୀ ହୋଇଥିଲା। ସେମିଫାଇନାଲ କୁହାଯାଉଥିବା ଏହି ଫଳାଫଳ ପରେ ବ୍ରଜରାଜନଗର ଉପନିର୍ବାଚନ ହେଉଛି। ତେଣୁ ଏହି ନିର୍ବାଚନରେ ବିଜେଡି ଯଦି ପୂର୍ବ ବ୍ୟବଧାନ ବୃଦ୍ଧି କରୁଛି, ତେବେ ତାହା କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ବିଜେପି ପଶ୍ଚିମ ଓଡ଼ିଶାରେ ନିଜକୁ ଅଧିକ ଶକ୍ତିଶାଳୀ ବୋଲି ଅଭିହିତ କରିଥାଏ। ମାତ୍ର ଯଦି ଉପନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ ଯିବା ସହ ଦଳର ଭୋଟ ହାର ଯଦି ହ୍ରାସ ପାଇବ, ତେବେ ଏହା ଦଳ ପାଇଁ ସତର୍କଘଣ୍ଟି ହେବ। ଯଦି ଭୋଟ ହାର ଅପରିବର୍ତ୍ତିତ ରହିବ, ତେବେ ଏହା ଗୈରିକ ଦଳ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେବ। ସେହିପରି ଏହି ଆସନଟି କଂଗ୍ରେସ ଏବଂ ବାମପନ୍ଥୀ ଦଳର ଗଡ଼ ଭାବେ ପରିଚିତ ଥିଲା। କଂଗ୍ରେସ ନିଜର ଜଣେ ବରିଷ୍ଠ ନେତାଙ୍କୁୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଯଦି ସମ୍ମାନଜନକ ଭୋଟ ପାଏ, ତେବେ ଏହା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଟିମ୍‍କୁ ଉତ୍ସାହିତ କରିବ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

01 Jun 2022 By The Sakala

ବ୍ରଜରାଜନଗର ଉପନିର୍ବାଚନ : ବଜାୟ ରହିବ ବିଜେଡିର ଅପରାଜେୟ ରେକର୍ଡ

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନରେ ପୁଣି ବିଜେଡି। ଆଉ ଏକ ଉପ-ନିର୍ବାଚନକୁ ବୃହତ ବ୍ୟବଧାନରେ ଜିତିବାକୁ ଯାଉଛି ବିଜେଡି। ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ସଦର, ପିପିଲି ପରି ବ୍ରଜରାଜନଗରରେ ବିଜେଡି ବେଶ୍‍ ଭଲ ଫଳ କରିବ ଏବଂ ପୂର୍ବଥର ବିଜୟ ବ୍ୟବଧାନଠାରୁ ଚଳିତ ନିର୍ବାଚନରେ ବିଜୟ ବ୍ୟବଧାନ ଦୁଇଗୁଣରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଇଛି। ରାଜ୍ୟର ଅଗ୍ରଣୀ ଦୈନିକ ସକାଳ- ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ନନ୍ଦିଘୋଷ କରାଯାଇଥିବା ବୁଥ୍‍ ବାହୁଡ଼ା ମତରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବ୍ରଜରାଜନଗର ଫଳାଫଳ ବିଜେଡି କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ମଙ୍ଗଳବାର ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ବୁଧବାର ସାମଗ୍ରିକ ଭାବେ ମତଦାନ ପ୍ରତିଶତ ଜଣାପଡ଼ିବ। ମତଦାନ ହାର ପୁନର୍ବାର ୭୫ରୁ ୭୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

ସେହିପରି ଗତଥର ମୋଦି ହାୱା ଉପନିର୍ବାଚନରେ କୌଣସି ପ୍ରଭାବ ପକାଇନାହିଁ। ତେଣୁ ବିଜେଡି ବିଜୟ ବ୍ୟବଧାନ ବୃଦ୍ଧି କରିବ ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଏକାଧିକ ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନ ହାସଲ କରିଥିଲା। ମାତ୍ର ବିଜେପି ନିଜ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୩୬ରୁ ୨୯୦କୁ ବୃଦ୍ଧି କରିପାରିଥିଲା। ମାତ୍ର ଏହାର ପରବର୍ଷ ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମାତ୍ର ଏଠାରେ ବିଜେଡି ଆଶାତୀତ ସଫଳତା ପାଇଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ପ୍ରତିଫଳନ ଦେଖିବାକୁ ମିଳିଥିଲା। ତେଣୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆଗାମୀ ଦିନରେ ରାଜ୍ୟ ରାଜନୀତି ସମ୍ପର୍କରେ ବିଶେଷ ବାର୍ତ୍ତା ଦେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। କିଛି ମାସ ତଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପରବର୍ତ୍ତୀ ସମୟରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେଡି ଏକତରଫା ବିଜୟୀ ହୋଇଥିଲା। ସେମିଫାଇନାଲ କୁହାଯାଉଥିବା ଏହି ଫଳାଫଳ ପରେ ବ୍ରଜରାଜନଗର ଉପନିର୍ବାଚନ ହେଉଛି। ତେଣୁ ଏହି ନିର୍ବାଚନରେ ବିଜେଡି ଯଦି ପୂର୍ବ ବ୍ୟବଧାନ ବୃଦ୍ଧି କରୁଛି, ତେବେ ତାହା କର୍ମୀଙ୍କ ମନୋବଳ ବୃଦ୍ଧି କରିବ। ବିଜେପି ପଶ୍ଚିମ ଓଡ଼ିଶାରେ ନିଜକୁ ଅଧିକ ଶକ୍ତିଶାଳୀ ବୋଲି ଅଭିହିତ କରିଥାଏ। ମାତ୍ର ଯଦି ଉପନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ ଯିବା ସହ ଦଳର ଭୋଟ ହାର ଯଦି ହ୍ରାସ ପାଇବ, ତେବେ ଏହା ଦଳ ପାଇଁ ସତର୍କଘଣ୍ଟି ହେବ। ଯଦି ଭୋଟ ହାର ଅପରିବର୍ତ୍ତିତ ରହିବ, ତେବେ ଏହା ଗୈରିକ ଦଳ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେବ। ସେହିପରି ଏହି ଆସନଟି କଂଗ୍ରେସ ଏବଂ ବାମପନ୍ଥୀ ଦଳର ଗଡ଼ ଭାବେ ପରିଚିତ ଥିଲା। କଂଗ୍ରେସ ନିଜର ଜଣେ ବରିଷ୍ଠ ନେତାଙ୍କୁୁ ମଇଦାନକୁ ଓହ୍ଲାଇଛି। କଂଗ୍ରେସ ଯଦି ସମ୍ମାନଜନକ ଭୋଟ ପାଏ, ତେବେ ଏହା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଟିମ୍‍କୁ ଉତ୍ସାହିତ କରିବ।

https://www.thesakala.in/latest-odisha-news/brajrajnagar-by-election-bjds-unbeaten-record-will-be-maintained/article-12072
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର