ବିଶ୍ୱାସରେ ବନ୍ଧା ପରିବେଶ, ଗଛ ପାଇଁ ଯୋଜନା ସହ ବଦଳୁଛି ରାସ୍ତା ମୋଡ଼

The Sakala Picture
Published On

ଭୁବନେଶ୍ୱର: ଉନ୍ନତୀକରଣ ନାମରେ ରାଜଧାନୀରେ ଶିଳ୍ପ ପ୍ରତିଷ୍ଠା, ଗୃହ ଓ ବିଶାଳ ଅଟ୍ଟାଳିକା ନିର୍ମାଣ ଏବଂ ରାସ୍ତା ଚଉଡ଼ା ହେଲେ ପ୍ରଥମେ ଗଛକୁ କଟି ଦିଆଯାଉଛି। ଏପରି କି ପାଣି ପାଇପ୍‌‌ ସଂଯୋଗ, ବିଦ୍ୟୁତ୍‌‌ ବିଛାଇବା, ଗ୍ୟାସ ଲାଇନ୍‌‌ ସଂଯୋଗ ବେଳେ ବଡ଼ ବଡ଼ ଗଛକୁ କାଟି ଦିଆଯିବା ଘଟଣା ସବୁଦିନିଆ ହୋଇଗଲାଣି। ଗଛକଟାକୁ କିଛିଲୋକ ବିରୋଧ କଲେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଏପରିସ୍ଥଳେ ଧର୍ମୀୟ ବିଶ୍ୱାସକୁ ଆଧାର କରି ଗଛରେ ନାଲିସୁତା ବନ୍ଧା […]

ଭୁବନେଶ୍ୱର: ଉନ୍ନତୀକରଣ ନାମରେ ରାଜଧାନୀରେ ଶିଳ୍ପ ପ୍ରତିଷ୍ଠା, ଗୃହ ଓ ବିଶାଳ ଅଟ୍ଟାଳିକା ନିର୍ମାଣ ଏବଂ ରାସ୍ତା ଚଉଡ଼ା ହେଲେ ପ୍ରଥମେ ଗଛକୁ କଟି ଦିଆଯାଉଛି। ଏପରି କି ପାଣି ପାଇପ୍‌‌ ସଂଯୋଗ, ବିଦ୍ୟୁତ୍‌‌ ବିଛାଇବା, ଗ୍ୟାସ ଲାଇନ୍‌‌ ସଂଯୋଗ ବେଳେ ବଡ଼ ବଡ଼ ଗଛକୁ କାଟି ଦିଆଯିବା ଘଟଣା ସବୁଦିନିଆ ହୋଇଗଲାଣି। ଗଛକଟାକୁ କିଛିଲୋକ ବିରୋଧ କଲେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଏପରିସ୍ଥଳେ ଧର୍ମୀୟ ବିଶ୍ୱାସକୁ ଆଧାର କରି ଗଛରେ ନାଲିସୁତା ବନ୍ଧା ଯାଇଥିବା ରାଜଧାନୀରେ ଅନେକ ପୁରୁଣା ଗଛକୁ କଟାଯାଇପାରି ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆମେରିକୀୟ ଫିଲ୍ମ ନିର୍ମାତାଙ୍କୁ ମାଗଣା ଚିକିତ୍ସା, ୦ ଟଙ୍କାର ବିଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ବିଦେଶୀ ପର୍ଯ୍ୟଟକ

ବଡଗଡ଼ ଥାନା ନିକଟରେ ରାସ୍ତା ଚଉଡ଼ା ନାମରେ ଗଛ କଟାଯାଉଥିଲା। ବହୁସଂଖ୍ୟାରେ ବିଶାଳ ବରଗଛ କଟିଦିଆଗଲା। ହେଲେ ନାଲିସୁତା ଏବଂ କପଡ଼ା ବନ୍ଧାଯାଇଥିବା ଏକ ବରଗଛକୁ ଛାଡ଼ିଦିଆଗଲା। ଆସ୍ଥା ଦ୍ୱାରା ଆଚ୍ଛାଦିତ ଥିବାରୁ ଏହାକୁ କେହି କାଟିଲେ ନାହିଁ। ସେହିପରି ବଡ଼ଗଡ଼ ବ୍ରିଟ୍‌‌ କଲୋନୀରେ ଶନିମନ୍ଦିରକୁ ଲାଗିରହିଥିବା ଏକ ବିଶାଳ ଓସ୍ତ ଗଛକୁ ଲୋକେ ପୂଜା କରୁଛନ୍ତି। ନିଜର ମନସ୍କାମନା ପୂରଣ ପାଇଁ ନାଲିଫିତା ବାନ୍ଧୁଛନ୍ତି। ଦିନେ ଏହି ବାଟ ଦେଇ କଂକ୍ରିଟ ରାସ୍ତା ଗଲା। ଆଖପାଖରେ ଥିବା ଅଧିକାଂଶ ଗଛକୁ କଟି ମୂଳପୋଛ କରିଦିଆଗଲା। ପୂଜାପାଉଥିବା ଓସ୍ତଗଛର ଡାଳ ଖଣ୍ଡେ କାଟିବାକୁ କେହି ସାହସ କଲେ ନାହିଁ। ସେହିପରି ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର ସାମ୍ନା ରାସ୍ତାରେ ଫୁଟପାଥ୍‌‌ ଏବଂ ସୌନ୍ଦର୍ଯ୍ୟକରଣ ନାମରେ ଅନେକ ଗଛ କାଟି ଦିଆଗଲା। ହେଲେ ଗଛରେ ବନ୍ଧା ଯାଇଥିବା ନାଲିଫିତା ୨ଟି ଗଛକୁ ଏବେ କଟାଯିବାରୁ ବଞ୍ଚିତ କରିପାରିଛି। ରାଜଧାନୀରେ ରସୁଲଗଡ଼, ପଳାଶୁଣୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନାଲି ଫିତା ଯୋଗୁଁ କଂକ୍ରିଟ ଜଙ୍ଗଲ ମଧ୍ୟରେ ଅନେକ ଗଛ ସଂରକ୍ଷିତ ହୋଇରହିଛି। ଲୋକଙ୍କ ମନର ଆସ୍ଥା ରାଜଧାନୀର ଅନେକ ଗଛକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛି। ଏହି ଗଛ ସାମ୍ନାରେ ରାସ୍ତା ଯାଉ କିମ୍ବା ବିଦ୍ୟୁତ ତାର, ବହୁଦିନ ଧରି ଥିବା ଗଛଗୁଡ଼ିକ ନିଜସ୍ଥାନରୁ କିନ୍ତୁ ହଟୁ ନାହିଁ। ବରଂ ରାସ୍ତା ନିଜର ଦିଗ ପରିବର୍ତ୍ତନ କରି ଦେଉଛି। ବିଦ୍ୟୁତ୍‌‌ ତାରକୁ ବୁଲାଇ ବୁଲାଇ ନିଆଯାଉଛି। ବିଭିନ୍ନ ସରକାରୀ ଯୋଜନା ପରିବର୍ତ୍ତନ ହୋଇଯାଉଛି। ଗଛଗୁଡ଼ିକରେ ବନ୍ଧାଯାଇଥିବା ନାଲିଫିତାକୁ ଦେଖି ଗଛକଟାଳି ଗଛକାଟିବାକୁ ମନା କରି ଦେଉଛି। ରାସ୍ତା ଚଉଡ଼ା କରୁଥିବା ଠିକାଦାର ଏହିଗଛଗୁଡ଼ିକ କାଟିବାକୁ କୌଣସି ମତେ ଲୋକ ସମର୍ଥନ ହାସଲ କରି ପାରୁ ନାହାନ୍ତି। ପ୍ରଶାସନ ଲୋକଙ୍କ ଆସ୍ଥାକୁ ଦେଖି ପଛ ଘୁଞ୍ଚ ଦେଇ ବିକଳ୍ପ ଯୋଜନା ପ୍ରସ୍ତୁତ କରୁଛି। ଅନେକ କ୍ଷେତ୍ରରେ ଗଛଗୁଡ଼ିକ ଲୋକଙ୍କ ଆସ୍ଥା ଯୋଡ଼ି ହୋଇ ରହିଥିବାରୁ କୋର୍ଟ ମଧ୍ୟ ଗଛ ନ କାଟିବାକୁ ରାୟ ପ୍ରଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ଏହିଭଳି ଗଛପାଖରେ ରାସ୍ତା ଏବଂ କଂକ୍ରିଟ ନିର୍ମାଣ ନିଜର ଦିଗ ପରିବର୍ତ୍ତନ କରିଦେଉଛି। ଏହି ବିଶାଳକାୟ ଗଛଗୁଡ଼ିକ ଏଠାରେ ରହି ଏବେବି ଲୋକଙ୍କୁ ଟାଣ ଖରାରେ ଛାଇ ପ୍ରଦାନ କରୁଛି। ଏହାସହ ସହରକୁ ଥଣ୍ଡା ରଖିବାରେ ସାହାର୍ଯ୍ୟ କରୁଛି। ଏହି ଉପାୟରେ ଅନେକଗୁଡ଼ିଏ ଗଛ କଟିବାରୁ ରୋକା ଯାଇପାରିବ ବୋଲି ବହୁ ଲୋକେ ମତବ୍ୟକ୍ତ କରିଛନ୍ତି। ଏସମ୍ପର୍କରେ ଅର୍ବାନପ୍ଲାନର ଡଃ ପୀୟୂଷ ମହାନ୍ତି କହିଛନ୍ତି, ଏଭଳି ଉପାୟରେ ଅନେକ ଗଛକୁ ସଂରକ୍ଷିତ କରି ରଖାଯାଇ ପାରିବ।

ଆହୁରି ପଢ଼ନ୍ତୁ: ଲୁଣା ନଦୀକୁ ଡେଇଁ ୨୨ ବର୍ଷୀୟ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

ଧର୍ମ ସହ ବହୁ ପୁରାଣ ସମ୍ପର୍କ

ହିନ୍ଦୁ ଧର୍ମ ସହ ଗଛର ସମ୍ପର୍କ ବହୁ ପୁରୁଣା। ଧାର୍ମିକ କାର୍ଯ୍ୟରେ ବିଭିନ୍ନ ଗଛର ମହତ୍ୱ ଅନେକ। ତୁଳସୀକୁ ପ୍ରତ୍ୟେକ ଦିନ ଲୋକେ ଘରେ ପୂଜା କରନ୍ତି। ତେଣୁ ଆଜି ବି ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳୁଛି। ସେହିପରି ଗାଁ ଗଣ୍ଡାରେ ବର, ଓସ୍ତ, ଲିମ୍ବ, ବେଳ ଗଛକୁ ପୂଜା କରାଯାଏ। ଏଣୁ ଏହି ଗଛଗୁଡ଼ିକୁ ହଣାଯାଏ ନାହିଁ। କେବଳ ଗଛ ନୁହେଁ ଛୋଟ ଛୋଟ ଜଙ୍ଗଲକୁ ମଧ୍ୟ ଲୋକେ ପୂଜାକରି ସଂରକ୍ଷଣ କରନ୍ତି। ଆଦୀବାସୀମାନେ ଛୋଟ ଜଙ୍ଗଲକୁ ପୂଜା କରିବା ସହ ଏହାକୁ ସଂରକ୍ଷଣ କରିଥାନ୍ତି। ଅସ୍ଥା ଦ୍ୱାରା ଆଚ୍ଛାଦିନ ରାଜ୍ୟରେ ୩୨୨ ଜଙ୍ଗଳକୁ ଏଭଳି ସଂରକ୍ଷଣ କରି ରଖାଯାଇଛି। ଯାହା ୮୪ ହେକଟର ଜମିରେ ପରିବ୍ୟାପ୍ତ ବୋଲି ଏକ ଆକଳନରୁ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର