ମୌସୁମୀ ସୂଚନା ପାଇଲେ ସକ୍ରିୟ ହେଉଛନ୍ତି ବାଲି ମାଫିଆ, ବେଧଡକ ଖୋଳୁଛନ୍ତି ନଦୀଶଯ୍ୟା

The Sakala Picture
Published On

ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି ଦେଇଥାନ୍ତି। ଏହି ସମୟରେ ନଦୀରୁ ଉତ୍ତୋଳନ ହେଉଥିବା ବାଲିରୁ କୋଟି କୋଟି ଟଙ୍କା ମୁନାଫା ହେଉଥିବା ବେଳେ ଏହାର ଅଂଶ ସମସ୍ତଙ୍କ ପାଖକୁ ଯାଇଥାଏ। […]

ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି ଦେଇଥାନ୍ତି। ଏହି ସମୟରେ ନଦୀରୁ ଉତ୍ତୋଳନ ହେଉଥିବା ବାଲିରୁ କୋଟି କୋଟି ଟଙ୍କା ମୁନାଫା ହେଉଥିବା ବେଳେ ଏହାର ଅଂଶ ସମସ୍ତଙ୍କ ପାଖକୁ ଯାଇଥାଏ। ତେଣୁ ଲିଜ୍ ବାହାରେ ଶହ ଶହ ଏକର ଅଞ୍ଚଳରୁ ବାଲି ମାଫିଆମାନେ ନଦୀରୁ ବାଲି ଉଠାଇ ନେଇଥାନ୍ତି। ପଥର ଓ ବାଲି ଉତ୍ତୋଳନ କ୍ଷେତ୍ରରେ ଲଘୁ ଖଣିଜ ସମ୍ପଦ ଆଇନକୁ ସାମାନ୍ୟତମ ପାଳନ କରାଯାଏ ନାହିଁ। ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା ବର୍ଷା ପୂର୍ବରୁ ବିଭାଗୀୟ ଅଧିକାରୀ ବାଲିଘାଟକୁ ଯାଇ ମାପ ନ କରି ବର୍ଷା ହେବା ପରେ ବାଲି ଘାଟକୁ ଯାଇଥାନ୍ତି ଓ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସି ଯିବାରୁ ମାପ କରିବା ସମ୍ଭବ ହେଲା ନାହିଁ ବୋଲି ରିପୋର୍ଟ କରିଥାନ୍ତି। ଏହି ପ୍ରକ୍ରିୟା ବହୁ ବର୍ଷ ହେଲା ଚାଲି ଆସିଛି। ଲିଜଧାରୀମାନେ ନଦୀରୁ ବାଲି ଉଠାଇ ତାକୁ ବିଭିନ୍ନ ସ୍ଥାନରେ ଜମା କରି ରଖିଥାନ୍ତି। ବର୍ଷା ଦିନ ବାଲି ଉତ୍ତୋଳନ ବନ୍ଦ ରହୁଥିବାରୁ ସେହି ସମୟରେ ଚଢ଼ା ଦରରେ ଗଚ୍ଛିତ ଥିବା ବାଲିକୁ ବିକ୍ରୟ କରି ଅତିରିକ୍ତ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି, ଯାହାର ଲାଭାଂଶ ବାବୁମାନେ ବି ପାଇଥାନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟ ଏବେ ମାଫିଆଙ୍କ କବଳରେ ରହିଛି । ବୌଦ୍ଧ ତହସିଲ ଅଧୀନରେ ଥିବା ଏହି ବାଲିଘାଟଗୁଡ଼ିକରେ ବ୍ୟାପକ ଦୁର୍ନୀତି କେଉଁ କାଳରୁ ହୋଇ ଆସୁଥିଲେ ମଧ୍ୟ ବାଲି ମାଫିଆମାନେ ତାକୁ ବ୍ୟବସ୍ଥିତ କରିବାରେ ସଫଳ ହେଉଛନ୍ତି। ଏହି ବାଲି କାରବାର ଦ୍ବାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ଜାଣିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇ ପାରୁନାହାନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବାଲିଘାଟରେ ମେସିନ୍‌ ବ୍ୟବହାର ଓ ସୂର୍ଯ୍ଯାସ୍ତ ପରେ ବାଲି ଉତ୍ତୋଳନ ନିୟମ ନଥିବା ସତ୍ତ୍ୱେ ଲିଜଧାରୀ ମାନେ ଏହି ନିୟମକୁ କେବେ ବି ପାଳନ କରନ୍ତି ନାହିଁ। ବିନା ମେସିନ୍‌ରେ ବାଲି ଉତ୍ତୋଳନ କରି ଲିଜ ଅଞ୍ଚଳରୁ ବାଲି ଉଠାଇବା ସମ୍ଭବ ନଥିବା ଦର୍ଶାଇ ବାଲି ମାଫିଆମାନେ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତି ଏବଂ ଏକାଧିକ ମେସିନ ବ୍ୟବହାର କରି ନଦୀ ବାଲିକୁ ଖୋଳି ଚାଲନ୍ତି। ମୌସୁମୀ ବର୍ଷା ପୂର୍ବରୁ ସମାନ ଢଙ୍ଗରେ ରାତିଦିନ ଏକ କରି ମାଫିଆମାନେ ସହର ଓ ସହରବାହାରେ ପାହାଡ ଭଳି ବାଲି ଗଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁଯାୟୀ, ଗୁରୁବାର ବୌଦ୍ଧ ସହର ଗଡ଼ଖାଇ (ଜରି ଖଣ୍ଡି) ପୁନଃଉଦ୍ଧାର କାର୍ଯ୍ଯର ସମୀକ୍ଷା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଜବାଟୀ ନିକଟକୁ ଉପଜିଲ୍ଲାପାଳ ଅଶ୍ବିନୀ କୁମାର ମେହେର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଯାଇଥିଲେ। ଭୈରବୀ ମନ୍ଦିର ପଛ ପାର୍ଶ୍ବରେ ଶହ ଶହ ଟ୍ରିପ ବାଲି ଗଦା ଯାଇଥିବା ଦେଖିବାକୁ ପାଇଥିଲେ । ସରକାରୀ ଓ ସର୍ବ ସାଧାରଣ ସ୍ଥାନରେ ଏତେ ପରିମାଣର ବାଲି କିଏ ଓ କାହିଁକି ବେଆଇନ୍ ଭାବେ ରଖୁଛି ବୋଲି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ କହିବା ସହ ତୁରନ୍ତ ଜବତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସମସ୍ତ ବାଲି ଜବତ୍ କରି ଜମାକାରୀ ଉପରେ ଜୋରିମାନା ଲଗାଇଛନ୍ତି। ଜବତ୍ ବାଲିର ପରିମାଣ ପ୍ରାୟ ୪ ଶହ ଟ୍ରିପ ହେବ ବୋଲି ସୂଚନା ମିଳିଛି।

15 Jul 2021 By The Sakala

ମୌସୁମୀ ସୂଚନା ପାଇଲେ ସକ୍ରିୟ ହେଉଛନ୍ତି ବାଲି ମାଫିଆ, ବେଧଡକ ଖୋଳୁଛନ୍ତି ନଦୀଶଯ୍ୟା

ବୌଦ୍ଧ: ମୌସୁମୀ ବର୍ଷା ଆଗମନ ସୂଚନା ମିଳିବା ମାତ୍ରେ ବାଲି ମାଫିଆମାନେ ନଦୀଗୁଡ଼ିକରୁ ମେସିନ୍ ଲଗାଇ ଦିନ ରାତି ବାଲି ଉତ୍ତୋଳନ କରିଥାନ୍ତି। ବର୍ଷ ତମାମ ଯେତେ ବାଲି ଚୋରି କରିଥାନ୍ତି, ଏହି ସମୟରେ ତାର ଚାରିଗୁଣ ବାଲି ଚୋରି କରନ୍ତି। ଏଥିପାଇଁ ବିଭାଗୀୟ ଅଧିକାରୀମାନେ ମଧ୍ୟ ମୌନ ରହି ସ୍ବୀକୃତି ଦେଇଥାନ୍ତି। ଏହି ସମୟରେ ନଦୀରୁ ଉତ୍ତୋଳନ ହେଉଥିବା ବାଲିରୁ କୋଟି କୋଟି ଟଙ୍କା ମୁନାଫା ହେଉଥିବା ବେଳେ ଏହାର ଅଂଶ ସମସ୍ତଙ୍କ ପାଖକୁ ଯାଇଥାଏ। ତେଣୁ ଲିଜ୍ ବାହାରେ ଶହ ଶହ ଏକର ଅଞ୍ଚଳରୁ ବାଲି ମାଫିଆମାନେ ନଦୀରୁ ବାଲି ଉଠାଇ ନେଇଥାନ୍ତି। ପଥର ଓ ବାଲି ଉତ୍ତୋଳନ କ୍ଷେତ୍ରରେ ଲଘୁ ଖଣିଜ ସମ୍ପଦ ଆଇନକୁ ସାମାନ୍ୟତମ ପାଳନ କରାଯାଏ ନାହିଁ। ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା ବର୍ଷା ପୂର୍ବରୁ ବିଭାଗୀୟ ଅଧିକାରୀ ବାଲିଘାଟକୁ ଯାଇ ମାପ ନ କରି ବର୍ଷା ହେବା ପରେ ବାଲି ଘାଟକୁ ଯାଇଥାନ୍ତି ଓ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସି ଯିବାରୁ ମାପ କରିବା ସମ୍ଭବ ହେଲା ନାହିଁ ବୋଲି ରିପୋର୍ଟ କରିଥାନ୍ତି। ଏହି ପ୍ରକ୍ରିୟା ବହୁ ବର୍ଷ ହେଲା ଚାଲି ଆସିଛି। ଲିଜଧାରୀମାନେ ନଦୀରୁ ବାଲି ଉଠାଇ ତାକୁ ବିଭିନ୍ନ ସ୍ଥାନରେ ଜମା କରି ରଖିଥାନ୍ତି। ବର୍ଷା ଦିନ ବାଲି ଉତ୍ତୋଳନ ବନ୍ଦ ରହୁଥିବାରୁ ସେହି ସମୟରେ ଚଢ଼ା ଦରରେ ଗଚ୍ଛିତ ଥିବା ବାଲିକୁ ବିକ୍ରୟ କରି ଅତିରିକ୍ତ କୋଟି କୋଟି ଟଙ୍କା ଉପାର୍ଜନ କରନ୍ତି, ଯାହାର ଲାଭାଂଶ ବାବୁମାନେ ବି ପାଇଥାନ୍ତି।

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟ ଏବେ ମାଫିଆଙ୍କ କବଳରେ ରହିଛି । ବୌଦ୍ଧ ତହସିଲ ଅଧୀନରେ ଥିବା ଏହି ବାଲିଘାଟଗୁଡ଼ିକରେ ବ୍ୟାପକ ଦୁର୍ନୀତି କେଉଁ କାଳରୁ ହୋଇ ଆସୁଥିଲେ ମଧ୍ୟ ବାଲି ମାଫିଆମାନେ ତାକୁ ବ୍ୟବସ୍ଥିତ କରିବାରେ ସଫଳ ହେଉଛନ୍ତି। ଏହି ବାଲି କାରବାର ଦ୍ବାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ଜାଣିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇ ପାରୁନାହାନ୍ତି ।

ବାଲିଘାଟରେ ମେସିନ୍‌ ବ୍ୟବହାର ଓ ସୂର୍ଯ୍ଯାସ୍ତ ପରେ ବାଲି ଉତ୍ତୋଳନ ନିୟମ ନଥିବା ସତ୍ତ୍ୱେ ଲିଜଧାରୀ ମାନେ ଏହି ନିୟମକୁ କେବେ ବି ପାଳନ କରନ୍ତି ନାହିଁ। ବିନା ମେସିନ୍‌ରେ ବାଲି ଉତ୍ତୋଳନ କରି ଲିଜ ଅଞ୍ଚଳରୁ ବାଲି ଉଠାଇବା ସମ୍ଭବ ନଥିବା ଦର୍ଶାଇ ବାଲି ମାଫିଆମାନେ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତି ଏବଂ ଏକାଧିକ ମେସିନ ବ୍ୟବହାର କରି ନଦୀ ବାଲିକୁ ଖୋଳି ଚାଲନ୍ତି। ମୌସୁମୀ ବର୍ଷା ପୂର୍ବରୁ ସମାନ ଢଙ୍ଗରେ ରାତିଦିନ ଏକ କରି ମାଫିଆମାନେ ସହର ଓ ସହରବାହାରେ ପାହାଡ ଭଳି ବାଲି ଗଦା କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ବୌଦ୍ଧ ସହର ଗଡ଼ଖାଇ (ଜରି ଖଣ୍ଡି) ପୁନଃଉଦ୍ଧାର କାର୍ଯ୍ଯର ସମୀକ୍ଷା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଜବାଟୀ ନିକଟକୁ ଉପଜିଲ୍ଲାପାଳ ଅଶ୍ବିନୀ କୁମାର ମେହେର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଯାଇଥିଲେ। ଭୈରବୀ ମନ୍ଦିର ପଛ ପାର୍ଶ୍ବରେ ଶହ ଶହ ଟ୍ରିପ ବାଲି ଗଦା ଯାଇଥିବା ଦେଖିବାକୁ ପାଇଥିଲେ । ସରକାରୀ ଓ ସର୍ବ ସାଧାରଣ ସ୍ଥାନରେ ଏତେ ପରିମାଣର ବାଲି କିଏ ଓ କାହିଁକି ବେଆଇନ୍ ଭାବେ ରଖୁଛି ବୋଲି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ କହିବା ସହ ତୁରନ୍ତ ଜବତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସମସ୍ତ ବାଲି ଜବତ୍ କରି ଜମାକାରୀ ଉପରେ ଜୋରିମାନା ଲଗାଇଛନ୍ତି। ଜବତ୍ ବାଲିର ପରିମାଣ ପ୍ରାୟ ୪ ଶହ ଟ୍ରିପ ହେବ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/boudh/the-sand-mafia-is-active-when-the-monsoon-comming/article-3791
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର