ଜୋରଦାର ହେଲା ମାଓ ନିପାତ ଅଭିଯାନ, ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି

The Sakala Picture
Published On

ବୌଦ୍ଧ: ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ। ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ। ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି ରହିଛି। କନ୍ଧମାଳପଟୁ ୭ଟି ଓ ବୌଦ୍ଧପଟୁ ୫ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ […]

ବୌଦ୍ଧ: ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ। ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ। ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି ରହିଛି। କନ୍ଧମାଳପଟୁ ୭ଟି ଓ ବୌଦ୍ଧପଟୁ ୫ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀର କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା ଏସପି ସୂଚନା ଦେଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓ ଗତିବିଧି ରହିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଶଗଡ଼ା ଫାଣ୍ଡି ତିଲପଙ୍ଗା ଅଂଚଳରେ ମାଓ ପୋଷ୍ଟର ମଧ୍ୟ ଲାଗିଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସେହିପରି ଗତ ମାସ ୧୯ ତାରିଖରେ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ରାବଣେଶ୍ବର ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲୁଥିବା ସୂଚନା ମିଳିଥିଲା। ବୌଦ୍ଧ ଡିଭିଏଫ ଓ ଏସଓଜି ଯବାନ କୁମ୍ବିଂ ଅପରେସନ କରିବା ବେଳେ ମାଓବାଦୀ ମାନେ ବୋମା ପକାଇଥିଲେ। ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ଶେଷରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ସହ ସୁରକ୍ଷା ବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର