ବିଜ୍ଞାନ ଯୁଗରେ ବି ଭଗବାନ ଭରଷା: ବର୍ଷା ପାଇଁ କରାଯାଉଛି ଇନ୍ଦ୍ର ପୂଜା

The Sakala Picture
Published On

ବୌଦ୍ଧ: ବିଜ୍ଞାନ ଯେତେ ବିକଶିତ ହେଲେ ବି ଲୋକଙ୍କ ମନରୁ ଭଗବାନ ବିଶ୍ୱାସକୁ ହଟାଇ ପରିବନାହିଁ। କାରଣ ସଙ୍କଟ ସମୟରେ ଭଗବାନ ହିଁ ଭରଷା ହୁଅନ୍ତି ବୋଲି ଲୋକଙ୍କ ମନରେ ଆଜିବି ବିଶ୍ୱାସ ରହିଛି। ସେଥିପାଇଁ ବର୍ଷା ଅଭାବ ହେଉ କି ପ୍ରାକୃତିକ ଦୂର୍ବିପାକ ଅବା ମରୁଡି ସ୍ଥିତି ଭଗବାନ ବିଶ୍ୱାସୀ ଲୋକେ ଭିନ୍ନଭିନ୍ନ ଦେବାଦେବୀଙ୍କୁ ଆବାହନ କରୁଥିବାର ଚ୍ଚିତ୍ର ବିଭିନ୍ନ ସମୟରେ ଆସିଥାଏ। ଏହାର ଏକ ଚ୍ଚିତ୍ର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ […]

ବୌଦ୍ଧ: ବିଜ୍ଞାନ ଯେତେ ବିକଶିତ ହେଲେ ବି ଲୋକଙ୍କ ମନରୁ ଭଗବାନ ବିଶ୍ୱାସକୁ ହଟାଇ ପରିବନାହିଁ। କାରଣ ସଙ୍କଟ ସମୟରେ ଭଗବାନ ହିଁ ଭରଷା ହୁଅନ୍ତି ବୋଲି ଲୋକଙ୍କ ମନରେ ଆଜିବି ବିଶ୍ୱାସ ରହିଛି। ସେଥିପାଇଁ ବର୍ଷା ଅଭାବ ହେଉ କି ପ୍ରାକୃତିକ ଦୂର୍ବିପାକ ଅବା ମରୁଡି ସ୍ଥିତି ଭଗବାନ ବିଶ୍ୱାସୀ ଲୋକେ ଭିନ୍ନଭିନ୍ନ ଦେବାଦେବୀଙ୍କୁ ଆବାହନ କରୁଥିବାର ଚ୍ଚିତ୍ର ବିଭିନ୍ନ ସମୟରେ ଆସିଥାଏ। ଏହାର ଏକ ଚ୍ଚିତ୍ର ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି।  ବର୍ଷା ପାଇଁ ଇନ୍ଦ୍ର ପୂଜା କରାଯାଉଛି। ସେମିତି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କିଛି କିଛି ପାରମ୍ପରିକ ପୂଜାପାଠ ପ୍ରଚଳିତ ହୋଇଆସୁଛି।

ଚାଲିଛି ପୁରୋହିତାଙ୍କ ମନ୍ତ୍ର ଉଚ୍ଚାରଣ । ୧୦୮ ପଦ୍ମ ଫୁଲରେ କରାଯାଉଛି ପୁଜାର୍ଚ୍ଚନା । ହୋମଯଜ୍ଞ ସହିତ ନାମ ସଙ୍କିର୍ତ୍ତନ କରି ଇନ୍ଦ୍ରଦେବଙ୍କୁ ଚାଲିଛି ପୁଜାର୍ଚ୍ଚନା । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା ଆଡେଣିଗଡ ଗ୍ରାମ ପଂଚାୟତ ସ୍ଥିତ ମା’ ବରାଳଦେବୀ ପିଠ । ଗ୍ରାମର ଚାଷି ମାନେ ନିଷ୍ଠା ଓ କାଷ୍ଠାର ସହିତ ଉନ୍ଦ୍ରଦେବଙ୍କୁ ପୁଜାର୍ଚ୍ଚନା କରୁଛନ୍ତି । କାରଣ ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ଭଲ ବର୍ଷା ହେବ । ଭଲ ବର୍ଷା ହେଲେ ଭଲ ଚାଷ ହେବା ସହିତ ଭଲ ଅମଳ କରିବେ ଚାଷୀ । ଏଭଳି ବିଶ୍ୱାସ ନେଇ କାହିଁ କେଉଁ କାଳରୁ ଆଡେଣିଗଡରେ ଇନ୍ଦ୍ରପୂଜା କରିଆସୁଛନ୍ତି ଗ୍ରାମବାସୀ । ଇନ୍ଦ୍ରଦେବଙ୍କୁ ପୂଜାକରି ସନ୍ତୁଷ୍ଟ କରାଇଲେ ଭଲ ବର୍ଷ ହୋଇଥାଏ ବୋଲି ଗ୍ରାମବାସୀ କହିଛନ୍ତି । ଅଣଜଳସେଚିତ ଜମି ପାଇଁ ବର୍ଷା ଏକମାତ୍ର ଭରଷା। ଆଉ ବର୍ଷା ପାଇଁ ଇନ୍ଦ୍ର ପୂଜା କରିଆସୁଛନ୍ତି ଏହି ପଞ୍ଚାୟତର ବାସିନ୍ଦା।
ଆଡେଣିଗଡ ପଂଚାୟତରେ କୌଣସି ଜଳସେଚନର ସୁବିଧା ନାହିଁ । ଚାଷ ପାଇଁ ଏଠାକାର ଚାଷୀ ଚାତକ ପକ୍ଷୀ ପରି ବର୍ଷାପାଣିକୁ ଅପେକ୍ଷା କରିଥାନ୍ତି । ଚଳିତବର୍ଷ ଚାଷ କାମ ପ୍ରାରମ୍ଭରୁ ନିଅଣ୍ଟିଆ ବର୍ଷା ଲାଗିରହିଛି। ଜୁନ, ଜୁଲାଇ ଓ ଅଗଷ୍ଟରେ ସ୍ବଭାବିକ ଠାରୁ କମ ବର୍ଷା ରେକର୍ଡ କରାଯାଇଛି। ଜୁନରେ ୧୨୪.୭୦ ମିମି, ଜୁଲାଇରେ ୩୭୨.୬୭ ମିମି ଓ ଅଗଷ୍ଟ ୪ ଦିନରେ ମାତ୍ର ୫.୮୦ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବଭାବିକ ଠାରୁ କମ ବୋଲି ଜଣାଯାଇଛି। ସେହି କାରଣରୁ ଗଜା ମରୁଡି ସ୍ଥିତି ଉପୁଜିଛି। ତେଣୁ ସେମାନଙ୍କର ପାରମ୍ପାରିକ ନିୟମ ଅନୁସାରେ ଗାଁ ଲୋକେ ଜ୍ୟେଷ୍ଠ ମାସରେ ଇନ୍ଦ୍ର ପୁଜା କରିଥାନ୍ତି। ଚଳିତବର୍ଷ ଇନ୍ଦ୍ରପୁଜାରେ ବିଳମ୍ବ ହୋଇଥିବା କାରଣରୁ ଏଭଳି ସ୍ଥିତି ହୋଇଥିବା କୁହନ୍ତି ଗ୍ରାମବାସୀ । ଇନ୍ଦ୍ରପୂଜା କରିବା ଦ୍ୱାରା ବର୍ଷା ହେବା ସହିତ ଚାଷକାମ ଆରମ୍ଭ ହୋଇଥିବା ନେଇ କହିଛନ୍ତି ଗ୍ରାମବାସୀ । ଆଡେଣିଗଡ଼ରେ ଚାଷକାମ ପାଇଁ କୌଣସି ଜଳସେଚନର ସୁବିଧା ନ ଥିବାବେଳେ ତୁରନ୍ତ ଜଳସେଚନର ସୁବିଧା କରିବା ପାଇଁ ଚାଷି ମାନେ ଦାବି କରିଛନ୍ତି।

04 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର