ଭୁବନେଶ୍ୱରରେ ବୋମାମାଡ଼; କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ଦୁର୍ବୃତ୍ତଙ୍କ ବୋମାମାଡ଼

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କେନ୍ଦ୍ରିୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ । ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ଆଜି ସକାଳ ୮ଟାରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।  ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର। ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛାନଭିନ୍ ଆରମ୍ଭ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଥିବା ବେଳେ ବୋମା ଫୁଟିବାର କାରଣ ଯାଞ୍ଚ କରୁଛି ପୋଲିସ। ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବୋମାମାଡ ହୋଇଥିବା ଘଟଣାସ୍ଥଳରେ NIA ଟିମ ପହଞ୍ଚି ତଦନ୍ତ କରୁଛି । ନିକଟରେ ରେଳ ଡବା ମରାମତି କାରଖାନା ଥିବାରୁ ଘଟଣାରେ ଛାନଭିନ ଆରମ୍ଭ କରିଛି NIA  ବା ନ୍ୟାସନ୍ୟାଲ ଇଂଭେସ୍ଟିଗେସନ ଏଜେନ୍ସି । ଘଟଣାସ୍ଥଳରେ ପାରିପାର୍ଶ୍ବିକ ଯାଞ୍ଚ କଲା ଟିମ୍ । ଶିକ୍ଷାନୁଷ୍ଠାନ ଗେଟ ପାଖରେ ଘଟଣା ହୋଇଥିବାରୁ ବ୍ୟାପକ ହେଲା ତଦନ୍ତ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

28 Nov 2025 By Madhusudan Das

ଭୁବନେଶ୍ୱରରେ ବୋମାମାଡ଼; କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ଦୁର୍ବୃତ୍ତଙ୍କ ବୋମାମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କେନ୍ଦ୍ରିୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ । ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ଆଜି ସକାଳ ୮ଟାରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।  ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର। ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛାନଭିନ୍ ଆରମ୍ଭ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଥିବା ବେଳେ ବୋମା ଫୁଟିବାର କାରଣ ଯାଞ୍ଚ କରୁଛି ପୋଲିସ। ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

ବୋମାମାଡ ହୋଇଥିବା ଘଟଣାସ୍ଥଳରେ NIA ଟିମ ପହଞ୍ଚି ତଦନ୍ତ କରୁଛି । ନିକଟରେ ରେଳ ଡବା ମରାମତି କାରଖାନା ଥିବାରୁ ଘଟଣାରେ ଛାନଭିନ ଆରମ୍ଭ କରିଛି NIA  ବା ନ୍ୟାସନ୍ୟାଲ ଇଂଭେସ୍ଟିଗେସନ ଏଜେନ୍ସି । ଘଟଣାସ୍ଥଳରେ ପାରିପାର୍ଶ୍ବିକ ଯାଞ୍ଚ କଲା ଟିମ୍ । ଶିକ୍ଷାନୁଷ୍ଠାନ ଗେଟ ପାଖରେ ଘଟଣା ହୋଇଥିବାରୁ ବ୍ୟାପକ ହେଲା ତଦନ୍ତ ।

https://www.thesakala.in/latest-odisha-news/bomb-thrown-by-miscreants-in-front-of-kendriya-vidyalaya-3-in-bhubaneswar/article-43313
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର