ଅଶାନ୍ତ ରାଜଧାନୀ: ଦୁଇ ଗୋଷ୍ଠୀ ମଧରେ ଝଗଡ଼ା ବେଳେ ହାତରୁ ବୋମା ଖସି ଛିଣ୍ଡିଗଲା ପାପୁଲି

Madhusudan Das Picture
Published On

ଭୁବନେଶ୍ୱର: ଦିନକୁଦିନ ଅଶାନ୍ତ ହେଉଛି ରାଜଧାନୀ। ସହରରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ଝଗଡ଼ା ବେଳେ ହାତରୁ ବୋମା ଖସି ବିସ୍ଫୋରଣ ହେବା ସହ ଯୁବକଙ୍କ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।  ବୋମା ବିସ୍ଫୋରଣରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କହ୍ନେଇ ନାୟକଙ୍କ ପାପୁଲି ଛିଣ୍ଡି ଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସୂଚନା ଅନୁସାରେ, ପୂର୍ବଶତ୍ରୁତାକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ମଧ୍ୟ ଦୁଇ ଗୋଷ୍ଠୀ ଏକାଧିକ ଥର ହାତାହାତି ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ପୁରୁଣା ବିଏମସି ଅଫିସ ନିକଟରେ କହ୍‌‌ନେଇ, ତାର ସହଯୋଗୀ ଓ ବିପରୀତ ଗୋଷ୍ଠୀର ୩ ଜଣଙ୍କ ମୁହାଁମୁହିଁ ହୋଇଥିଲେ। କହ୍ନେଇ ହାତରେ ବୋମା ଧରି ଛିଡ଼ା ହୋଇଥିବା ବେଳେ ବିପରୀତ ଗୋଷ୍ଠୀର ଜଣେ ଯୁବକ ତାକୁ ଠେଲି ଦେଇଥିଲା। ଫଳରେ କହ୍‌‌ନେଇ ତଳେ ପଡ଼ିଯିବା ସହ ବୋମା ଫୁଟି ଯାଇଥିଲା। ବୋମା ବିସ୍ଫୋରଣରେ କହ୍‌‌ନେଇର ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ବାମ ହାତର ଦୁଇଟା ଆଙ୍ଗୁଠି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁଁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ଯୋଗେ ଗୁରୁତର କହ୍ନେଇକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ଏସ୍‌‌ସିବିକୁ ସ୍ଥାନାନ୍ତର କରାଯାଇଛି। ବୋମା ବିସ୍ଫୋରଣରେ ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ଜଣଙ୍କୁ ଉଠାଇ ଆଣିଛି। ତେବେ ହେଲେ ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର