ଜଟଣୀ ତରାବୋଇ ଗାଁରେ ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼, ଏକାଧିକ ଆହତ

The Sakala Picture
Published On

ଜଟଣୀ: ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ ପରେ ବୋମାମାଡ଼ । ଗଣ୍ଡଗୋଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି […]

ଜଟଣୀ: ସାମାନ୍ୟ ବଚସାକୁ ନେଇ ଗୋଷ୍ଠୀ ସଂଘର୍ଷ ପରେ ବୋମାମାଡ଼ । ଗଣ୍ଡଗୋଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

ସୂଚନା ଅନୁସାରେ, ତରାବଇ ଗାଁର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ହାତାହାତି ହୋଇଥିଲା। ଏହାପରେ ବିବାଦ କ୍ରମଶଃ ଉଗ୍ର ରୂପ ନେବାକୁ ଲାଗିଲା। ଫଳରେ ଉଭୟ ପକ୍ଷଙ୍କ ବୋମାମାଡ଼ରେ ୩ଟି ବାଇକ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିସହ ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ସଂପର୍କରେ ସୂଚନା ପାଇଁ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର