ରାଜ୍ୟରେ ଥମୁନି ହାତୀ ମୃତ୍ୟୁ: ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲରୁ ପୁଣି ଏକ ମାଈ ହାତୀର ମୃତ ଦେହ ଉଦ୍ଧାର

The Sakala Picture
Published On

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଅଧୀନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ବନ ବିଭାଗ ତରଫରୁ ମହାବିରୋଡ଼ ରେଞ୍ଜ ଦାଇତ୍ୱରେ ଥିବା କାମାକ୍ଷାନଗର […]

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଅଧୀନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ବନ ବିଭାଗ ତରଫରୁ ମହାବିରୋଡ଼ ରେଞ୍ଜ ଦାଇତ୍ୱରେ ଥିବା କାମାକ୍ଷାନଗର ଇଷ୍ଟ ରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହାତୀ ମୃତର ଘଟଣା ଅପ୍ସଷ୍ଟ ଅଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାବିରୋଡ଼ ରେଞ୍ଜରେ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି କେହି ସ୍ଥାୟୀ ରେଞ୍ଜ ଅଧିକାରୀ ନ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁଯାୟୀ, ଆଜି ଭୋରରେ ଘାଘରାମୁଣ୍ଡା ଗାଁର କିଛି ଲୋକ ବିଲକୁ ଯାଉଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ସଂପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିତ ତଦନ୍ତ କରିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

28 Aug 2022 By The Sakala

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ: ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲରୁ ପୁଣି ଏକ ମାଈ ହାତୀର ମୃତ ଦେହ ଉଦ୍ଧାର

କଙ୍କଡାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଅଧୀନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ବନ ବିଭାଗ ତରଫରୁ ମହାବିରୋଡ଼ ରେଞ୍ଜ ଦାଇତ୍ୱରେ ଥିବା କାମାକ୍ଷାନଗର ଇଷ୍ଟ ରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହାତୀ ମୃତର ଘଟଣା ଅପ୍ସଷ୍ଟ ଅଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାବିରୋଡ଼ ରେଞ୍ଜରେ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି କେହି ସ୍ଥାୟୀ ରେଞ୍ଜ ଅଧିକାରୀ ନ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଭୋରରେ ଘାଘରାମୁଣ୍ଡା ଗାଁର କିଛି ଲୋକ ବିଲକୁ ଯାଉଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ସଂପର୍କରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିତ ତଦନ୍ତ କରିଛି।

https://www.thesakala.in/latest-odisha-news/body-of-an-elephant-found-in-dhenkanal/article-14497
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର