ଚିଲିକାରେ ଡଙ୍ଗା ବୁଡ଼ି : ଦୋଷୀ କିଏ, ପର୍ଯ୍ୟଟକ ନା ପ୍ରଶାସନ ?

The Sakala Picture
Published On

ପୁରୀ : ଚିଲିକାରେ ଡଙ୍ଗା ବୁଡ଼ି ଏକ ସାଧାରଣ ଘଟଣା ହେଲାଣି। ଏଭଳି କହିଲେ ବି କିଛି ତ୍ରୁଟି ହେବ ନାହିଁ। କାରଣ କିଛି ଦିନ ବା ମାସର ବ୍ୟବଧାନରେ ଚିଲିକା ବକ୍ଷରେ ଘଟୁଛି ଏଭଳି ଦୁର୍ଘଟଣା। ଅକାଳରେ ଜୀବନ ଯାଉଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ବି କେହି ସଚେତନ ଥିବା ଭଳି ମନେ ହେଉନାହିଁ। ଡଙ୍ଗାବୁଡ଼ି ପରେ କିଛିଦିନ ତନାଘନା ଏବଂ ଘଣ୍ଟାଚକଟା ହେଉଛି। ପ୍ରଶାସନସ୍ତରରେ ବୈଠକ ବସୁଛି, ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକ, […]

ପୁରୀ : ଚିଲିକାରେ ଡଙ୍ଗା ବୁଡ଼ି ଏକ ସାଧାରଣ ଘଟଣା ହେଲାଣି। ଏଭଳି କହିଲେ ବି କିଛି ତ୍ରୁଟି ହେବ ନାହିଁ। କାରଣ କିଛି ଦିନ ବା ମାସର ବ୍ୟବଧାନରେ ଚିଲିକା ବକ୍ଷରେ ଘଟୁଛି ଏଭଳି ଦୁର୍ଘଟଣା। ଅକାଳରେ ଜୀବନ ଯାଉଛି। ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ବି କେହି ସଚେତନ ଥିବା ଭଳି ମନେ ହେଉନାହିଁ। ଡଙ୍ଗାବୁଡ଼ି ପରେ କିଛିଦିନ ତନାଘନା ଏବଂ ଘଣ୍ଟାଚକଟା ହେଉଛି। ପ୍ରଶାସନସ୍ତରରେ ବୈଠକ ବସୁଛି, ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି। ପର୍ଯ୍ୟଟକ, ଡଙ୍ଗା ମାଲିକଙ୍କ ପାଇଁ ନିୟମ କରାଯାଉଛି। ହେଲେ କିଛିଦିନ ପରେ ନିୟମ, ଗାଇଡ଼ଲାଇନକୁ ସମସ୍ତେ ଭୁଲିଯାଉଛନ୍ତି। ଅଧିକାରୀ ବି ନୀରବ ହୋଇଯାଉଛନ୍ତି। ପୁଣି ଦୁର୍ଘଟଣାର ପୁନରାବୃତ୍ତି ଘଟୁଥିବା ବେଳେ ଅକାଳରେ ଜୀବନ ଚାଲୁଯାଉଛି। ଏଠି ପ୍ରଶ୍ନଉଠୁଛି ବାସ୍ତବରେ ଦୋଷୀ କିଏ ? ପର୍ଯ୍ୟଟକ ନା ପ୍ରଶାସନ। ହେଲେ ଏହାର ଉତ୍ତର କାହାପାଖରେ ନ ଥିବାବେଳେ ଚିଲିକାରେ ପୁଣି ଏକ ଡଙ୍ଗା ବୁଡ଼ିଯାଉଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ବିଭିନ୍ନ ସମୟରେ ଚିଲିକାରେ ଡଙ୍ଗା ବୁଡ଼ି ଧନଜୀବନ ହାନି ହେଉଛି। ଦୁର୍ଘଟଣା ପରେ ଅଧିକାରୀଙ୍କ ମଧ୍ୟ ବେଶ୍‍ ତତ୍ପରତା ଦେଖିବାକୁ ମିଳୁଛି। ବ୍ଲକସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଏକାଧିକ ବୈଠକ ବସୁଛି। ବିଗତ କେତୋଟି ଡଙ୍ଗାବୁଡ଼ି ପରେ ଏମିତି ବୈଠକ ବସି ଗାଇଡ଼ଲାଇନ ଏବଂ ନିୟମ ହେଉଛି। ପ୍ରଥମେ ଡଙ୍ଗା ଏବଂ ମାଲିକମାନଙ୍କ ପାଇଁ କେତେକ ଗାଇଡ଼ଲାଇନ କରାଯାଉଛି। ଯେପରି କି ପର୍ଯ୍ୟଟକଙ୍କୁ ଚିଲିକା ମଧ୍ୟକୁ ନେବାକୁ ହେଲେ ସେହି ଡଙ୍ଗାଟିର ଫିଟ୍‍ନେସ ଏବଂ ଇନ୍ସୁରାନ୍ସ ଥିବା ଦରକାର। ଡଙ୍ଗାରେ ସର୍ବାଧିକ ୮ ଜଣ ପର୍ଯ୍ୟଟକ ଏବଂ ଚାଳକଙ୍କୁ ମିଶାଇ ୯ ଜଣ ଯାଇପାରିବେ। ସମସ୍ତେ ଲାଇଫ୍‍ ଜ୍ୟାକେଟ୍‍ ପିନ୍ଧିବାକୁ ବାଧ୍ୟ। ଚିଲିକାର ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ହିଁ ବୁଲିପାରିବେ। ଝଡ଼ବାତ୍ୟା ସମ୍ଭାବନା ଥିଲେ ଚିଲିକା ଭିତରକୁ ଡଙ୍ଗା ନେଇ ଯାଇପାରିବେ ନାହିଁ। ପର୍ଯ୍ୟଟକଙ୍କୁ ଶୋଷଣ କରିବେ ନାହିଁ। ଡଙ୍ଗା ମାଲିକମାନେ ବା ସଂଘ ଗାଇଡ଼ଲାଇନ ଯେପରି କଡ଼ାକଡ଼ି ପାଳନ ହେଉଛି ତାହା ନିଶ୍ଚିତ କରିବେ। ସେହିପରି ପର୍ଯ୍ୟଟକମାନେ ମଧ୍ୟ ଡଙ୍ଗାରେ ଚଢିବା ପୂର୍ବରୁ ସବୁ ଗାଇଡ଼ଲାଇନକୁ ମାନିବା ପାଇଁ ବାଧ୍ୟ। ହେଲେ ବିଭିନ୍ନ ସମୟରେ ନିୟମ ଏବଂ ଗାଇଡ଼ଲାଇନକୁ ଉଲ୍ଲଂଘନ କରାଯାଉଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ପର୍ଯ୍ୟଟକମାନେ ଲାଇଫ୍‍ ଜ୍ୟାକେଟ୍‍ ପିନ୍ଧୁ ନ ଥିବାବେଳେ ଡଙ୍ଗା ମାଲିକ କିମ୍ବା ସଂଘ କେହି ସେମାନଙ୍କୁ ପିନ୍ଧିବା ପାଇଁ କହୁନାହାନ୍ତି। ଏମିତି କି ଗୋଟିଏ ଗୋଟିଏ ଡଙ୍ଗାରେ କ୍ଷମତାଠାରୁ ଅଧିକ ପର୍ଯ୍ୟଟକ ଚଢୁଥିବା ବେଳେ ଆଉ କେଉଁ ଡଙ୍ଗାରେ କିଛି ପର୍ଯ୍ୟଟକ ଲାଇଫ୍‍ ଜ୍ୟାକେଟ୍‍ ପିନ୍ଧୁଥିଲେ ମଧ୍ୟ ଅନ୍ୟମାନେ ପିନ୍ଧୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଚିଲିକାରେ ଡଙ୍ଗାବୁଡ଼ି ଭଳି ଦୁଃଖଦ ଘଟଣା ଘଟୁଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଟିରେ ଚଳାଚଳ କରୁଥିବା ଡଙ୍ଗା ଏବଂ ପର୍ଯ୍ୟଟକମାନେ ଗାଇଡ଼ଲାଇନ ମାନୁଛନ୍ତି ନା ନାହିଁ ତାହା ଯାଞ୍ଚ ହେବା କଥା। ତାହା ମଧ୍ୟ କରାଯାଉ ନାହିଁ। କିନ୍ତୁ ରବିବାର ଯେଉଁ ଡଙ୍ଗାବୁଡ଼ି ଘଟଣା ଘଟିଲା ସେହି ଡଙ୍ଗା ଜେଟିରୁ ଯାଇ ନ ଥିଲା। ଗମ୍ଭାରୀ ଗାଁରୁ ଗୋଟିଏ ଘରୋଇ ଡଙ୍ଗାରେ ୧୩ ଜଣ କାଳିଜାଇ କୁଦକୁ ଭୋଜି କରିବାକୁ ଯାଇ ଫେରିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା।

ଏଠାରେ ପ୍ରଶ୍ନଉଠୁଛି ଡଙ୍ଗାବୁଡ଼ି ଯୋଗୁ ଯେଉଁ ଧନଜୀବନ ହାନୀ ହେଉଛି ସେଥିପାଇଁ ଦାୟୀ କିଏ ? ପ୍ରଶାସନିକ ଅଧିକାରୀମାନେ ଗାଇଡ଼ଲାଇନ ଏବଂ ନିୟମ ପ୍ରଣୟନ କରୁଛନ୍ତି। ହେଲେ ଏହା କେତେଦୂର ପାଳନ କରାଯାଉଛି ନା ନାହିଁ ପରବର୍ତ୍ତରୀ ସମୟରେ ତାହାର ତଦାରଖ କରାଯାଉ ନାହିଁ। ଫଳରେ କିଛିଦିନ ପରେ ସ୍ଥିତି ଯାହା ଥିଲା ସେହି ଅବସ୍ଥାକୁ ଫେରିଯାଉଛି। ଅନ୍ୟପକ୍ଷରେ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ଅନେକ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଗାଇଡ଼ଲାଇନ ମାନୁନାହାନ୍ତି। ବେଳେ ବେଳେ ଲାଇଫ୍‍ ଜ୍ୟାକେଟ୍‍ ପିନ୍ଧିବାକୁ ଡଙ୍ଗା ଚାଳକ କହିଲେ ମଧ୍ୟ ସେମାନେ ମାନୁନାହାନ୍ତି। ଏମିତି କି କ୍ଷମତାଠାରୁ ଗୋଟିଏ ଡଙ୍ଗାରେ ଅଧିକ ପର୍ଯ୍ୟଟକ ବସି ଚିଲିକା ଭିତରକୁ ଯାଉଛନ୍ତି। ଫଳରେ ଡଙ୍ଗାବୁଡ଼ି ଭଳି ଦୁଃଖଦ ଘଟଣା ଘଟୁଛି। ଏମିତି ଖାମଖିଆଲିରୁ ଅକାଳରେ ଚାଲିଯାଉଛି ବହୁ ମୂଲ୍ୟବାନ ଜୀନବ। ରବିବାର ଡଙ୍ଗାବୁଡ଼ିରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ମେ’ ମାସରେ ମଧ୍ୟ ଚିଲିକାରେ ଡଙ୍ଗାବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଚିଲିକାରେ ମୂଲ୍ୟବାନ ଜୀବନ ଅକାଳରେ ନ ଯିବାକୁ ହେଲେ ଏଥିପ୍ରତି ଉଭୟ ପ୍ରଶାସନ ଏବଂ ପର୍ଯ୍ୟଟକ ସଚେତନ ହେବା ଦରକାର।

06 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର