ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ିଲେ ଉଠାଇନେବ ବିଏମ୍‌‌ସି

The Sakala Picture
Published On

ଭୁବନେଶ୍ୱର: ସହରକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟମୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି) ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷକରି ସହରର ଟ୍ରାଫିକ୍‌‌ ସମସ୍ୟାକୁ ସଜାଡ଼ିବା ପାଇଁ ଏବଂ ଗାଈଗୋରୁଙ୍କ ଅବାଧ ବିଚରଣଙ୍କୁ ରୋକିବା ପାଇଁ ବିଏମ୍‌‌ସି କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି। ଏ ନେଇ ଶୁକ୍ରବାର ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା […]

ଭୁବନେଶ୍ୱର: ସହରକୁ ସୁରକ୍ଷିତ, ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟମୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌‌ସି) ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷକରି ସହରର ଟ୍ରାଫିକ୍‌‌ ସମସ୍ୟାକୁ ସଜାଡ଼ିବା ପାଇଁ ଏବଂ ଗାଈଗୋରୁଙ୍କ ଅବାଧ ବିଚରଣଙ୍କୁ ରୋକିବା ପାଇଁ ବିଏମ୍‌‌ସି କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି। ଏ ନେଇ ଶୁକ୍ରବାର ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା ରାସ୍ତାରେ ନିଜର ଗାଈଗୋରୁଙ୍କୁ ଛାଡ଼ିପାରିବେ ନାହିଁ। ଏହା ନାଗରିକଙ୍କ ଚଳପ୍ରଚଳ, ଯାନବାହନ ଯାତୟାତରେ ବାଧା, ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି କରିବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଯାହା ସହରର ମାନଦଣ୍ଡକୁ କ୍ଷୁଣ୍ଣ କରୁଛି। ତେଣୁ ଜନହିତ ଦୃଷ୍ଟିରୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ

ଅନେକ ସମୟରେ ଦେଖାଯାଉଛି କି ରାସ୍ତାରେ ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ ହେଲେ ମାଲିକମାନେ ପରିତ୍ୟକ୍ତ ଅବସ୍ଥାରେ ସେମାନଙ୍କୁ ବାହାରକୁ ଛାଡ଼ିଦେଉଛନ୍ତି। ଯାହା ପରୋକ୍ଷରେ ଜନସାଧାରଣଙ୍କୁ ସମସ୍ୟାରେ ପକାଉଛନ୍ତି। ରାସ୍ତାରୁ ଉଠାଇ ନିଆଯାଇଥିବା ଗାଈଗୋରୁଙ୍କୁ ବିଭିନ୍ନ ଗୋଶାଳାରେ ରଖାଯିବ। ଯଦି କୌଣସି ବ୍ୟକ୍ତି ରାସ୍ତାରୁ ଧରାଯାଇଥିବା ଗାଈଗୋରୁଙ୍କୁ ନେବାକୁ କୁହନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏପରିକି ତାଙ୍କର ନିଜସ୍ୱ ଗୁହାଳ ଅଛିକି ନାହିଁ ତାହା ମଧ୍ୟ ବିଚାର କରାଯିବ। ଏହି ଉଦ୍ଦେଶ୍ୟରେ ଶୁକ୍ରବାର ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଇତ୍ୟାଦି ଗୋଶାଳାର କର୍ମକର୍ତ୍ତାଙ୍କୁ ଏହି ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ କି, ଅତୀତରେ ବିଏମ୍‌‌ସି ଅଞ୍ଚଳରେ ପାଖାପାଖି ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଅଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାରେ ଦୈନିକ ଏକାଧିକ ଗାଈଗୋରୁଙ୍କ ମୃତ୍ୟୁ ହେଉଛି। ପ୍ରତ୍ୟେକ ଛକ ମୁଖ୍ୟତଃ ରାତିରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଥିବା ନେଇ ସାଧାରଣ ଲୋକେ ବିଏମ୍‌‌ସି ନିକଟରେ ଅଭିଯୋଗ କରୁଛନ୍ତି। ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦା କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ବାହାରକୁ ଛାଡ଼ି ଦେଉଛନ୍ତି। ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍‌‌ସିକୁ ସହଯୋଗର ହାତ ବଢ଼଼ାଇଛନ୍ତି। କେଉଁ ଗୋଶାଳାର କ୍ଷମତା କେତେ ତା’ର ଏକ ତାଲିକା ମଧ୍ୟ ବିଏମ୍‌‌ସି ପକ୍ଷରୁ ପ୍ରସ୍ତୁତ କରାଯିବ। ଏହି ବୈଠକରେ କମିସନରଙ୍କ ସହ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଏବଂ ବିଭିନ୍ନ ଗୋଶାଳାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp