୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ ସିଲ୍

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡରେ ଥିବା ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି। ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡରେ ଥିବା ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ। ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

କରୋନା ସଂକ୍ରମିତ ମାନେ ନିଜ ନିଜ ବାସଭବନରେ ଆଇସୋଲେସନରେ ରହିପାରିବେ। ଯଦି କେହି ସଂକ୍ରମିତଙ୍କୁ ମେଡିକାଲ୍ ଚିକିତ୍ସା ଆବଶ୍ୟକ ପଡେ, ତାହେଲେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସିକୁ ଜଣାଇବେ । ଆବଶ୍ୟକ ସ୍ଥଳେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସି କଣ୍ଟ୍ରୋଲ୍ ରୁମ୍ (୭୮୪୭୮୭୩୦୪୦) କିମ୍ବା ୧୯୨୯ରେ ଯୋଗାଯୋଗ କରିପାରିବେ ।

ତେବେ ଅନଲାଇନରେ କୋର୍ଟ ଚାଲିବା ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର