ରାଜଧାନୀ ଅମାନିଆଙ୍କୁ ସାବାଡ଼ କରୁଛି ବିଏମସି, କାଲି ମଲ୍ ପରେ ଆଜି ବାରରେ ଚଢ଼ାଉ

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ରାଜଧାନୀ ଭୁବନେଶ୍ବରରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଲୋକ ନିୟମ ମାନୁ ନ ଥିବାରୁ ବିଏମସି ଅଚାନକ ଚଢ଼ାଉ କରୁଛି। ଶୁକ୍ରବାର ବିଏମସି ୟୁନିଟ୍ ମାର୍କେଟ୍ ବିଲ୍ଡିଂରେ ରେଡ୍ କରିଥିବା ବେଳେ ଆଜି ପଟିଆ ଓ ଡମଣା ଅଞ୍ଚଳରେ ଚଢ଼ାଉ କରିଛି । ପଟିଆ ଓ ଡମଣା ଅଞ୍ଚଳର ବିଭିନ୍ନ ସପିଂ ମଲରେ ଚଢ଼ାଉ ହୋଇଛି । ୯୯ ହିଣ୍ଟସ୍ ଲଙ୍ଗ ଆଣ୍ଡ ବାରକୁ ସିଲ୍ […]

ଭୁବନେଶ୍ୱର: ରାଜ୍ଯରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ରାଜଧାନୀ ଭୁବନେଶ୍ବରରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଲୋକ ନିୟମ ମାନୁ ନ ଥିବାରୁ ବିଏମସି ଅଚାନକ ଚଢ଼ାଉ କରୁଛି। ଶୁକ୍ରବାର ବିଏମସି ୟୁନିଟ୍ ମାର୍କେଟ୍ ବିଲ୍ଡିଂରେ ରେଡ୍ କରିଥିବା ବେଳେ ଆଜି ପଟିଆ ଓ ଡମଣା ଅଞ୍ଚଳରେ ଚଢ଼ାଉ କରିଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ପଟିଆ ଓ ଡମଣା ଅଞ୍ଚଳର ବିଭିନ୍ନ ସପିଂ ମଲରେ ଚଢ଼ାଉ ହୋଇଛି । ୯୯ ହିଣ୍ଟସ୍ ଲଙ୍ଗ ଆଣ୍ଡ ବାରକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଅବମାନନା କରି ବାରରେ ପପ୍ ଚାଲିଥିଲା । ଡିଜେ ତାଳେତାଳେ ଚାଲିଥିଲା ଡ୍ୟାନ୍ସ । କେହି ମୁହଁରେ ମାସ୍କ ପିନ୍ଧିନଥିଲେ, କି ସାମାଜିକ ଦୂରତା ମଧ୍ୟ ନ ଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଶୁକ୍ରବାର ମାର୍କେଟ୍ ବିଲ୍ଡିଂରେ ରେଡ୍ କରି ବିଏମସି ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ ମଲରୁ ଫାଇନ୍ ଆଦାୟ କରିଥିଲା । ରାମମନ୍ଦିର ନିକଟ ମାର୍କେଟରେ ଚଢ଼ାଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର