କରୋନା ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର କରାଯାଇଛି ଯାଞ୍ଚ। ଓଡିଶାରେ ବି କରାଯାଉଛି ମକଡ୍ରିଲ। ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଛି ଦିନ ହେବ […]

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର କରାଯାଇଛି ଯାଞ୍ଚ। ଓଡିଶାରେ ବି କରାଯାଉଛି ମକଡ୍ରିଲ। ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି। ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ନେଇ ବିଏମସିରେ ଜରୁରୀ ବୈଠକ ଡାକିଛି। ଆଜି ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀ ଟିଏ ଆସିଲେ ତାକୁ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଆଲୋଚନା କରାଯାଇଛି। ଆମର ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ। ସତର୍କ ରୁହନ୍ତୁ, ସଚେତନ ରହିବାକୁ ବିଏମସି କମିଶନ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ସେହପରି କଟକ ଏସସିବି ମେଡିକାଲ କଲେଜରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ। ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଛି କୋଭିଡ ହସ୍ପିଟାଲ । ୨୦ଟି ବେଡ ଓ ୨ଟି ଆଇସିୟୁ ରଖାଯାଇଛି ପ୍ରସ୍ତୁତ । ଭିଡିଆରଏଲ ସଂଖ୍ୟା ଦେଢ଼ ହଜାରକୁ ବୃଦ୍ଧି କରାଯାଇଛି । ପର୍ଯ୍ଯାପ୍ତ ମେଡିସିନ ବି ମହଜୁଦ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର