ଦୁର୍ଗା ପୂଜାକୁ ନେଇ BMC ର ବୈଠକ: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା, ପାର୍କିଂକୁ ଗୁରୁତ୍ତ୍ବ

The Sakala Picture
Published On

ଭୁବନେଶ୍ବର: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏ ନଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ସାମାନ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂଜାରେ ପାର୍କିଂକୁ ଗୁରୁତ୍ତ୍ବ ଦିଆଯାଇଛି। ପାର୍କିଂ ନ ଥିଲେ ପଡିବନି ମିନା ବଜାର । ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ […]

ଭୁବନେଶ୍ବର: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏ ନଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ସାମାନ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂଜାରେ ପାର୍କିଂକୁ ଗୁରୁତ୍ତ୍ବ ଦିଆଯାଇଛି। ପାର୍କିଂ ନ ଥିଲେ ପଡିବନି ମିନା ବଜାର । ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜାକମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ବାର୍ତ୍ତା ବାଣ୍ଟିବ ପୁଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦିଆଯାଇଛି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, ୱାଟକୋ, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

04 Sep 2025 By The Sakala

ଦୁର୍ଗା ପୂଜାକୁ ନେଇ BMC ର ବୈଠକ: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା, ପାର୍କିଂକୁ ଗୁରୁତ୍ତ୍ବ

ଭୁବନେଶ୍ବର: ଏଥର ପୂଜା ମେଲୋଡିରେ ଅଶ୍ଲୀଳ ନୃତ୍ୟକୁ ନା। ପୂଜା ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର। ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ଏ ନଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଦ୍ୟୁତ ସମସ୍ୟାକୁ ନେଇ ସାମାନ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂଜାରେ ପାର୍କିଂକୁ ଗୁରୁତ୍ତ୍ବ ଦିଆଯାଇଛି। ପାର୍କିଂ ନ ଥିଲେ ପଡିବନି ମିନା ବଜାର । ମିଳିବନି ରାବଣ ପୋଡି ପାଇଁ ଅନୁମତି। ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ ପୂଜାକମିଟି। ସବୁ ଭସାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲରୁମ। ପୂଜା ପେଣ୍ଡାଲ ଏବଂ ଭସାଣି ପୋଖରୀ ନିକଟରେ ରଖାଯିବ ଆମ୍ବୁଲାନ୍ସ। ପୂଜା ପେଣ୍ଡାଲରେ ନିଶାକୁ ନା ର ସଚେତନତା ବାର୍ତ୍ତା ବାଣ୍ଟିବ ପୁଲିସ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦିଆଯାଇଛି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବ। ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର, ସମସ୍ତ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ, ପୋଲିସ, ୱାଟକୋ, ଫାୟାର, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

https://www.thesakala.in/latest-odisha-news/bmc-meeting-on-durga-puja-no-to-obscene-dance-in-puja-melody-parking-is-important/article-42240
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର