ବିଏମ୍ସିକୁ ‘ଜାଗା ମିଶନ’ ଜଗୁଆଳୀ ବିପଦ, ନାଁ କାଟିବା ଯୋଡ଼ିବା ନେଇ ବଢ଼଼ୁଛି ଅଭିଯୋଗ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଜାଗା ମିଶନ ସର୍ଭେରେ ଅନିୟମିତତା ଅଭିଯୋଗ ବଢ଼଼ିବାରେ ଲାଗିଛି। ବିଭିନ୍ନ ବସ୍ତିରେ କେଉଁଠି ତାଲିକାରୁ ନାଁ କାଟି ଦିଆଯାଉଛି ତ କେଉଁଠି ତାଲିକାରେ ନାଁ ଯୋଡ଼ିବା ପାଇଁ ଲକ୍ଷାଧିକ ଟଙ୍କା ଦାବି କରାଯାଉଛି। ଏହା ସହିତ ଅନେକ ସ୍ଥାନରେ କିଛି ଅଯୋଗ୍ୟ ହିତାଧିକାରୀ ମଧ୍ୟ ଜାଗା ହାତେଇବା ପାଇଁ ମସୁଧା କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏସବୁ ଘଟଣାକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱର ସହ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଜାଗା ମିଶନ ସର୍ଭେରେ ଅନିୟମିତତା ଅଭିଯୋଗ ବଢ଼଼ିବାରେ ଲାଗିଛି। ବିଭିନ୍ନ ବସ୍ତିରେ କେଉଁଠି ତାଲିକାରୁ ନାଁ କାଟି ଦିଆଯାଉଛି ତ କେଉଁଠି ତାଲିକାରେ ନାଁ ଯୋଡ଼ିବା ପାଇଁ ଲକ୍ଷାଧିକ ଟଙ୍କା ଦାବି କରାଯାଉଛି। ଏହା ସହିତ ଅନେକ ସ୍ଥାନରେ କିଛି ଅଯୋଗ୍ୟ ହିତାଧିକାରୀ ମଧ୍ୟ ଜାଗା ହାତେଇବା ପାଇଁ ମସୁଧା କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏସବୁ ଘଟଣାକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତ୍ୱର ସହ ନେଇଥିବା ବେଳେ ବସ୍ତି ଉନ୍ନୟନ ସଂଘ (ଏସଡିଏ)ର କାର୍ଯ୍ୟଶୈଳୀକୁ ନେଇ ଚିନ୍ତାରେ ପଡ଼ିଛି।
ରାଜଧାନୀରେ ଏବେ ଜାଗା ମିଶନର ସର୍ଭେ ଜୋର୍ଦାର ହେଉଛି। ଆସନ୍ତା ଏପ୍ରିଲ୍ ୧ ଅର୍ଥାତ ଉତ୍କଳ ଦିବସରେ ପ୍ରାୟ ୫୦ ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଏହି ସର୍ଭେ ସମୟରେ ବ୍ୟାପକ ତ୍ରୁଟି ସମ୍ପର୍କରେ ବିଏମ୍ସି ଅବଗତ ହୋଇଛି।
ଯେଉଁମାନେ ଏଥିରେ ଶିକାର ହେଉଛନ୍ତି, ସେମାନେ ବିଏମ୍ସିରେ ଫେରାଦ ହେଉଛନ୍ତି। ମୁଖ୍ୟତଃ କିଛି ଲୋକଙ୍କୁ ଜାଣିଶୁଣି ଜାଗା ମିଶନ ତାଲିକାରୁ ନାଁ କାଟି ଦିଆଯାଇଥିବା ଭଳି ଘଟଣା ନେଇ ବିଏମ୍ସିରେ ଅଭିଯୋଗ ହୋଇଛି। ଏହାର ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ମିଳିଛି। ଏଭଳି ଗୋଟିଏ ଘଟଣା ନୁହେଁ ପ୍ରାୟ ୧୧ଟି ବସ୍ତିରେ ଏମିତି ଘଟଣା ଘଟିଛି। ଯାହାକୁ ବିଏମସି ପକ୍ଷରୁ ୧୧ଟି ବସ୍ତି ଉନ୍ନୟନ ସଂଘ ବା ଏସ୍ଡିଏକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ମଳିଥିବା ସୂଚନା ଅନୁଯାୟୀ ଜାଗା ମଶନ୍ରେ ଏବେ ‘ଉଷା’ ସର୍ଭେ ଚାଲିଛି। ବିଏମ୍ସି ପକ୍ଷରୁ ଠିକାସଂସ୍ଥା ଘର ଘର ବୁଲି ସର୍ବେକ୍ଷଣ ଜାରି ରଖିଛି। କିଏ କେତେ ଦିନ ହେଲା ବସ୍ତିରେ ରହୁଛି? କେତେ ଜମି ନିଜ ଦଖଲରେ ରଖିଛି? ଏ ସବୁ ଆଧାରରେ ଯୋଗ୍ୟ ଅଯୋଗ୍ୟଙ୍କ ତାଲିକା ପ୍ରସ୍ତୁତ ହେଉଛି। ଏଥିପାଇଁ ପ୍ରତି ବସ୍ତିରେ ଗୋଟିଏ ଲେଖାଏ ବସ୍ତି ଉନ୍ନୟନ ସଂଘ ଗଠନ କରାଯାଇଥିବା ବେଳେ ଯେମିତି ସମସ୍ତ ଯୋଗ୍ୟ ଲୋକ ଏହି ସୁବିଧା ପାଆନ୍ତି ଏହି ଟିମ୍କୁ ସୁନିଶ୍ଚିତ କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସ୍ଡିଏ ନିଜ ସମ୍ପର୍କୀୟ ବା କାହା ଠାରୁ ହାତଗୁଞ୍ଜା ନେଇ ସେମାନଙ୍କର ନାମକୁ ଏହି ତାଲିକାରେ ଯୋଡ଼ୁଥିବା ସହ କିଛି ସ୍ଥାନରେ ନାଁ କାଟୁଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେି ବିଏମସି ପକ୍ଷରୁ ପ୍ରାୟ ୧୧ଟି ଏସ୍ଡିଏକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହି ଘଟଣାରେ ସତ୍ୟାସତ୍ୟ ଥିବା ନେଇ ବିଏମ୍ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ କାରଣ ଦର୍ଶାଇ ନୋଟିସ ଯଦି ସନ୍ତୋଷଜନକ ନ ହୁଏ ତେବେ ସମ୍ପୃକ୍ତ ଏସ୍ଡିଏ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଆଜିଠୁ ଲାଗିବ ସଚେତନତା ପୋଷ୍ଟର୍
ଜାଗା ମିଶନରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବାକୁ ମହତ ଉଦ୍ଦେଶ୍ୟ ରଖିଛନ୍ତି। ହେଲେ ଏଥିରେ ଦେଖାଦେଇଥିବା ତ୍ରୁଟିକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଗୁରୁତର ସହ ନେଇଛି। ଏଥିପାଇଁ ଶୁକ୍ରବାରଠାରୁ ରାଜଧାନୀର ସମସ୍ତ ବସ୍ତିରେ ସଚେତନତାମୂଳକ ପୋଷ୍ଟର ଲଗାଇବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ଏହି ପୋଷ୍ଟରରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଯଦି ଏଥିରେ କିଏ ବେଆଇନ୍ କାର୍ଯ୍ୟ କରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ବସ୍ତିର ଉନ୍ନତି ଓ ଏହାର ବିକାଶ ନିମନ୍ତେ ଏସ୍ଡିଏ ଗଠନ କରାଯାଇଛି। ଏମାନେ ସରକାରୀ ଟିମ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଜାଗା ମିସନ୍ ସର୍ବେକ୍ଷଣରେ ହସ୍ତକ୍ଷେପ କରି ବେଆଇନ କାର୍ଯ୍ୟ କରୁଥିବାରୁ ସରକାରଙ୍କ ପାଇଁ ଚିନ୍ତା ବଢ଼଼ିଛି।