ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଟୋଲ୍‌‌ ଫ୍ରି ନମ୍ବର ଜାରି କଲା ବିଏମସି

The Sakala Picture
Published On

ଭୁବନେଶ୍ୱର: ବର୍ଷା ଯୋଗୁଁ ରାଜଧାନୀରେ ଜଳବନ୍ଦୀ ଜନିତ ସମସ୍ୟା ଦେଖାଗଲେ ଏଥିରେ ଭୟଭୀତ ନହୋଇ ବିଏମ୍‌‌ସିକୁ ସୂଚନା ଦେବା ପାଇଁ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି। ଏହାସହିତ ବର୍ଷା ବିତ୍ପାତ ଓ ଜଳବନ୍ଦୀ ଜନିତ ସମସ୍ୟା ସୂଚନା ଦେବାକୁ ଦୃଷ୍ଟିରେ ରଖି ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ଏଥିସହିତ ୧୯୨୯ ଓ ୭୦୦୮୪୭୫୪୫୫ ଦୁଇଟି ଟୋଲ୍‌‌ ଫ୍ରି ନମ୍ବର ଜାରି କରାଯାଇଛି। ମୌସୁମୀ ଜନିତ ବର୍ଷାରେ ଯେପରି କୌଣସି ଜଳବନ୍ଦୀ ଅବସ୍ଥା […]

ଭୁବନେଶ୍ୱର: ବର୍ଷା ଯୋଗୁଁ ରାଜଧାନୀରେ ଜଳବନ୍ଦୀ ଜନିତ ସମସ୍ୟା ଦେଖାଗଲେ ଏଥିରେ ଭୟଭୀତ ନହୋଇ ବିଏମ୍‌‌ସିକୁ ସୂଚନା ଦେବା ପାଇଁ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି। ଏହାସହିତ ବର୍ଷା ବିତ୍ପାତ ଓ ଜଳବନ୍ଦୀ ଜନିତ ସମସ୍ୟା ସୂଚନା ଦେବାକୁ ଦୃଷ୍ଟିରେ ରଖି ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ଏଥିସହିତ ୧୯୨୯ ଓ ୭୦୦୮୪୭୫୪୫୫ ଦୁଇଟି ଟୋଲ୍‌‌ ଫ୍ରି ନମ୍ବର ଜାରି କରାଯାଇଛି। ମୌସୁମୀ ଜନିତ ବର୍ଷାରେ ଯେପରି କୌଣସି ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହୁଏ ସେଥିପ୍ରତି ସତର୍କ ରହିବାକୁ ଉପ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୌସୁମୀ ସମୟରେ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜୋନ୍‌‌ ସ୍ତରୀୟ ଟିମ୍‌‌ ଗଠନ କରିବା ସହିତ ନିୟମିତ ଡ୍ରେନ କାର୍ଯ୍ୟ ପାଇଁ ଅଧିକ କର୍ମଚାରୀ ମହଜୁଦ ରଖିବାକୁ ଶୁକ୍ରବାର ବିଏମ୍‌‌ସି କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମର କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୌସୁମୀ ମୁକାବିଲା ସମେତ ମହାନଗର ନିଗମ ଅଧିନସ୍ଥ ବିଭିନ୍ନ ୱାର୍ଡରେ ହେବାକୁ ଥିବା ୬ଟି ଡ୍ରେନ୍‌‌ ଓ ୫ଟି ରାସ୍ତାକୁ ଅନୁମୋଦନ ମିଳିଛି। ଏଥିସହିତ କଞ୍ଜରଭେନସି ଲେନରେ ପେଭର ବ୍ଲକ କାମକୁ ଅନୁମୋଦନ କରାଯାଇଛି। ବିବେକାନନ୍ଦ ମାର୍ଗସ୍ଥିତ ଆର୍‌‌ ଆଣ୍ଡ ବି ରାସ୍ତା ବାମ ପାର୍ଶ୍ବ ଡ୍ରେନକୁ ୫୫ ନଂ ୱାର୍ଡରେ ଥିବା ୭ ନଂ ମୁଖ୍ୟ ଡ୍ରେନ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ୍‌‌ ନିର୍ମାଣ, ୩୨ ନଂ ୱାର୍ଡର ମହାଦେବ ନଗର ଛକରୁ ଗଙ୍ଗୁଆ ବ୍ରିଜ ଯାଏଁ ବକ୍ସ ଡ୍ରେନ ନିର୍ମାଣ, ୱାର୍ଡ ନଂ ୫ ସତ୍ୟ ବିହାର ଭିତରେ ଥିବା ଶାଖା ଡ୍ରେନ ଗୁଡିକୁ ମୁଖ୍ୟ ଡ୍ରେନ ସହିତ ସଂଯୋଗ କରିବା ସହିତ ସ୍ଲାବ ପକାଇବା, ୩୮ ନଂ ୱାର୍ଡର କ୍ରିଷ୍ଣା ଟାୱାରରୁ ଭୋଇ ସାହି ସର୍ଭିସ୍‌‌ ରାସ୍ତା ପର୍ଯ୍ୟନ୍ତ ଆର୍‌‌ସିସି ଡ୍ରେନ ଓ ସ୍ଲାବ ନିର୍ମାଣ, ଦୟା ୱେଷ୍ଟ କେନାଲ ଠାରୁ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତା ଓସ୍କାର ସିଟି ଦେଇ ଗଙ୍ଗୁଆ ନାଳ ଯାଏଁ ଆରସିସି ଡ୍ରେନ ଓ ସ୍ଲାବ ନିର୍ମାଣ, ୱାର୍ଡ ନଂ ୪୩ ଅଧିନସ୍ଥ ଲକ୍ଷ୍ମୀସାଗର ଫିସେରୀ ଟ୍ୟାଙ୍କ ଆଖପାଖରେ ଆରସିସି ବକ୍ସ ସେଲ୍‌ଫ ଡ୍ରେନ ନିର୍ମାଣ କାମକୁ ଅନୁମୋଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେହିପରି ୪ ନଂ ୱାର୍ଡର ପୁରୁଣା ଜେନା ଢାବା ଠାରୁ ଝାଲିଆଗଡ଼ ଆଡ଼କୁ ହରିଦାସପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ପୁରୀ ମୁଖ୍ୟ କେନାଲ ଝାଲିଆଗଡ଼ ଠାରୁ ୟୁଏନ ରଥ ଘର ଏବଂ ବାସୁଦେବ ଛକ ଦେଇ ମହାରଥା ବିଦ୍ୟାପୀଠ ଯାଏଁ ରାସ୍ତା ନିର୍ମାଣ, ୪ ନଂ ୱାର୍ଡ ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲରୁ ଜୟଦେବ କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ରୁଦ୍ରପୁର କେନାଲ ବ୍ରିଜ ଠାରୁ ମୁସଲିମ ସାହି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ୱାର୍ଡ ନଂ ୩୨ ର ମହାଦେବ ନଗର ଛକରୁ ଗଙ୍ଗୁଆ ବ୍ରିଜ ଯାଏଁ ରାସ୍ତା ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିସହିତ ୩୫ ନଂ ୱାର୍ଡର ୟୁନିଟ ୩ ଖାରବେଳ ନଗର ଲେବର କଲୋନୀ କଞ୍ଜରଭେନସି ଲେନରେ ପେଭର ବ୍ଲକ ପକାଇବା କାମକୁ ଅନୁମୋଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର