ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି କମିଶନର

The Sakala Picture
Published On

ଭୁବନେଶ୍ୱର: ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ । ଆଜି ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ପରିମଳ ଓ ଡେଙ୍ଗୁ ଅଭିଯାନର ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ […]

ଭୁବନେଶ୍ୱର: ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ
ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ । ଆଜି ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ପରିମଳ ଓ ଡେଙ୍ଗୁ ଅଭିଯାନର ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି ।

ବିଏମ୍‌ସି ଇଲାକାରେ ସମସ୍ତ ରାସ୍ତାକୁ ସ୍ୱଚ୍ଛ କରିବା ପାଇଁ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ, ସବୁଜ ବର୍ଜ୍ୟ ସଫେଇ ହେବା ସହିତ ରାସ୍ତାରେ ଘାସ, ଅବରୋଧ କଲାଭଳି ଖୁଣ୍ଟ ଏବଂ ମାଟି ପଡି ନ ରହିବା ଉଚିତ୍‌ । ଯାହାକୁ ଆମେ ଜିରୋ ଜିପିଏସ୍‌ ବୋଲି କହିଥାଉ । ପ୍ରତ୍ୟେକ କ୍ଷେତ୍ର କର୍ମୀ ନିଜ ଅଂଚଳର ବର୍ଜ୍ୟ ସମ୍ବେଦନଶୀଳ ସ୍ଥାନ(ଗାର୍ବେଜ ଭର୍ଣ୍ଣରେବ୍ଲ୍ୟୁ ପଏଣ୍ଟ)ର ନିୟମିତ ପରିଦର୍ଶନ କରି ବିବରଣୀ ଦିଅନ୍ତୁ ଏବଂ ସହରର କୌଣସି ରାସ୍ତାରେ ଯେପରି ବର୍ଜ୍ୟ ଜମା ହୋଇ ନରୁହେ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ କହିଛନ୍ତି କମିଶନର ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏପରିକି ଉଲ୍ଲଘଂନକାରୀଙ୍କୁ ସଚେତନ କରିବା ନିମନ୍ତେ କଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବାଦରେ ମଧ୍ୟ ଆଲୋଚନ ହୋଇଥିଲା । ବର୍ଜ୍ୟ ପୃଥକୀକରଣ ଏବଂ ଏଣେତେଣେ ବର୍ଜ୍ୟ ନ ପକାଇବାକୁ ଗୋଷ୍ଠୀରେ ବାରମ୍ବାର ଜଣାଇବାକୁ କୁହାଯାଇଛି । ଘର ଓ ବାହାରର ପରିମଳକୁ କଡାକଡି ନିଶ୍ଚିତ କଲେ ଆମେ ଡେଙ୍ଗୁ ଭଳି ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସମସ୍ୟାକୁ ନିଶ୍ଚିତ ଭାବେ ରୋକି ପାରିବା ବୋଲି ବୈଠକରେ ଆଲୋଚନା ହୋଇଛି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ତେବେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ସମୀକ୍ଷା କରି କମିଶନର କହିଲେ ଯେ ପ୍ରତ୍ୟେକ ୱାର୍ଡରେ ମଶା ଧୁଆଁ ଦେବା ଏବଂ ମଶା ତେଲ ପକାଇବା କାମ ଚାଲୁ ରହିଛି । ବର୍ତ୍ତମାନ୧୫ ଗୋଟି ମେସିନ ମାଧ୍ୟମରେ ଦିନକୁ ସହରରେ ମଶା ଧୁଆଁଦେବା ଚାଲୁ ରହିଛି । ଏଥିପାଇଁ ଘାସ ଓ ଅନାବନା ଗଛ କାଟିବା (ବୁଶ୍‌ କଟିଂ)କୁ କଡାକଡି କରିବା ପାଇଁ ସଂପୃକ୍ତ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍‌ କଟିଂ କରିନଥିବେ, ତାହା ବିଏମ୍‌ସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନକରିବାକୁ ପଡିବ ।

ଏହା ସାଙ୍ଗକୁ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ୍‌ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ଏବଂ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବେ। ଏହି ଟିମ୍‌ରେ ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର, ସ୍ଥାନୀୟ ଡାକ୍ତର ଇତ୍ୟାଦି ରହିବେ । ଜୋନ୍‌ ସ୍ତରରେ ମଧ୍ୟ ଡେଙ୍ଗୁ ପାଇଁ ମିଟିଂ କରାଯିବ ଏବଂ ପ୍ରତ୍ୟେକ ପରିବାର ନିଜସ୍ୱ ଡେଙ୍ଗୁ ଅଡିଟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଏହି ସର୍ଭେଲାନ୍ସ ଟିମ ମୁଖ୍ୟତଃ ଡେଙ୍ଗୁ ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ଅଧିକ ଗୁରୁତ୍ୱାରୋପ କରିବେ ।

ଏପରିକି କୌଣସି ସାନିଟାରି ଇନ୍ସପେକ୍ଟର ନିଜ ଅଞ୍ଚଳକୁ ଯିବାବେଳେ ଷ୍ଟ୍ରିଟ୍‌ ଲାଇଟ୍‌ର ସ୍ଥିତି ଦେଖି ବିବରଣୀ ଦେବାକୁ କୁହାଯାଇଛି । ଖାଦ୍ୟ ଯାଞ୍ଚକୁ ଅଧିକ ପ୍ରସାରିତ କରି ରାଜଧାନୀରୁ ଅପମିଶ୍ରଣ ରୋକିବାରେ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ର ସିଟିଜେନ ଫିଡ୍‌ବ୍ୟାକ୍‌ରେ ଅଂଶ ଗ୍ରହଣ କରି ଭୁବନେଶ୍ୱରର ସ୍ଥିତିକୁ ଦୃଢ କରିବା ପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି କମିଶନର ।

ଏହି ବୈଠକରେ କମିଶନରଙ୍କ ସହିତ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର,ଡକ୍ଟର ମନୋରଂଜନ ସାହୁ, ସବୁ ଜୋନାଲ ଡେପୁଟି କମିଶନର, ବିଏମ୍‌ସିର ବରିଷ୍ଠ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର, ସିଟି ହେଲ୍‌ଥ ସୋସାଇଟ୍‌ର କର୍ମଚାରୀ, କମ୍ୟୁନିଟ୍‌ ଅର୍ଗାନାଇଜର, ୱାର୍ଡ ଅଫିସର ଓ ବିଏମ୍‌ସି ପରିମଳ ଏଜେନ୍ସିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

09 Aug 2023 By The Sakala

https://www.thesakala.in/latest-odisha-news/bmc-commissioner-reviewed-the-status-of-sanitation-and-dengue-prevention-campaign/article-24299
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର