ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭଦ୍ରକରେ ରକ୍ତଦାନ ଶିବିର

The Sakala Picture
Published On

ଭଦ୍ରକ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସର ରକ୍ତ ଭଣ୍ଡାରରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୯ଟା ୩୦ରୁ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଫିତା କାଟି ଏହାର ଉଦଘାଟନ କରିଥିଲେ […]

ଭଦ୍ରକ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସର ରକ୍ତ ଭଣ୍ଡାରରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୯ଟା ୩୦ରୁ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଫିତା କାଟି ଏହାର ଉଦଘାଟନ କରିଥିଲେ । ଏହି ଶିବିରରେ ୪୨ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସକାଳ ପ୍ରକାଶକ ଅମିତ ମଲ୍ଲିକ ଯୋଗଦାନ କରି ସକାଳ ଓ ନନ୍ଦିଘୋଷ ର ଏହି ରକ୍ତଦାନ ଶିବିର ପ୍ରୟାସ ଅନେକଙ୍କ ଜୀବନ ବଞ୍ଚାଇବ ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

ପ୍ରଥମ ରକ୍ତଦାତା ଭାବେ ଭଦ୍ରକ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଏଲ.ଟି ଚନ୍ଦ୍ରକାନ୍ତ ଖୁଣ୍ଟିଆ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସକାଳ ଜିଲ୍ଲା ପ୍ରତିନିଧି ଉମାକଲ୍ୟାଣ ମହାପାତ୍ର, ନନ୍ଦିଘୋଷ ଟିଭି ଜିଲ୍ଲା ପ୍ରତିନିଧି ସୌମ୍ୟରଂଜନ ପାଢ଼ୀ, ସକାଳ ସିଟି ରିପୋର୍ଟର ଅତିସ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ଭଦ୍ରକ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିମଳା ମିଶ୍ର, ଏଲଟି-ଚନ୍ଦ୍ରକାନ୍ତ ଖୁଣ୍ଟିଆ, ଜଗନ୍ନାଥ ଲେଙ୍କା, ପ୍ରକାଶ ବେହେରା, ହିତିଶ୍ରୀ ଚୌଧୁରୀ ଓ ଆଟେଣ୍ଡେଣ୍ତ ରବୀନ୍ଦ୍ର ଜେନା ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିର ଟି ମଧ୍ୟାହ୍ନ ୧.୩୦ଯାଏଁ ଚାଲିଥିଲା । ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲ୍ଲିକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ଆଜି ସ୍ବେଚ୍ଛାକୃତ ଭାବେ-ଚରମ୍ପା ଅଞ୍ଚଳ ର ଶୁଭଜିତ ପ୍ରଧାନ, ସୁପ୍ରଭାତ ପଣ୍ଡା, ଚିନ୍ମୟ କୁମାର ଦାସ, ପ୍ରଦୀପ କୁମାର ସାହୁ, ନବଘନ ରାଉତ, ଗୌରାଙ୍ଗ ପାତ୍ର, ଚନ୍ଦନ ଦାସ, ପ୍ରଜ୍ଞାପ୍ରଜ୍ବଳିତ ମହାପାତ୍ର, ସାଇଗୋପାଳ ପଟ୍ଟନାୟକ, ସୂର୍ଯ୍ୟପ୍ରକାଶ ରାଉତ, ନିରଞ୍ଜନ ଉପାଧ୍ୟାୟ, ନରହରି ସାହୁ, ଶୁଭେନ୍ଦୁ ମହାନ୍ତି, ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ ଶତପଥୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଇଲୁ ନାୟକ, ୧୧ନମ୍ବର ୱାର୍ଡ କାଉନସିଲରଙ୍କ ପ୍ରତିନିଧି ସୂର୍ଯ୍ୟକୁମାର ଦାସ, ଦିପୁ ସାହୁ, ନନ୍ଦିଘୋଷ ଟିଭି କ୍ୟାମେରା ମ୍ୟାନ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ ଗଲେ ବାଚସ୍ପତି, ପ୍ରମିଳା ମଲ୍ଲିକ ପିଏସି କମିଟି ଅଧ୍ୟକ୍ଷ

14 Aug 2022 By The Sakala

ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭଦ୍ରକରେ ରକ୍ତଦାନ ଶିବିର

ଭଦ୍ରକ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସର ରକ୍ତ ଭଣ୍ଡାରରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୯ଟା ୩୦ରୁ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଫିତା କାଟି ଏହାର ଉଦଘାଟନ କରିଥିଲେ । ଏହି ଶିବିରରେ ୪୨ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସକାଳ ପ୍ରକାଶକ ଅମିତ ମଲ୍ଲିକ ଯୋଗଦାନ କରି ସକାଳ ଓ ନନ୍ଦିଘୋଷ ର ଏହି ରକ୍ତଦାନ ଶିବିର ପ୍ରୟାସ ଅନେକଙ୍କ ଜୀବନ ବଞ୍ଚାଇବ ବୋଲି କହିଥିଲେ ।

ପ୍ରଥମ ରକ୍ତଦାତା ଭାବେ ଭଦ୍ରକ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଏଲ.ଟି ଚନ୍ଦ୍ରକାନ୍ତ ଖୁଣ୍ଟିଆ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସକାଳ ଜିଲ୍ଲା ପ୍ରତିନିଧି ଉମାକଲ୍ୟାଣ ମହାପାତ୍ର, ନନ୍ଦିଘୋଷ ଟିଭି ଜିଲ୍ଲା ପ୍ରତିନିଧି ସୌମ୍ୟରଂଜନ ପାଢ଼ୀ, ସକାଳ ସିଟି ରିପୋର୍ଟର ଅତିସ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ଭଦ୍ରକ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବିମଳା ମିଶ୍ର, ଏଲଟି-ଚନ୍ଦ୍ରକାନ୍ତ ଖୁଣ୍ଟିଆ, ଜଗନ୍ନାଥ ଲେଙ୍କା, ପ୍ରକାଶ ବେହେରା, ହିତିଶ୍ରୀ ଚୌଧୁରୀ ଓ ଆଟେଣ୍ଡେଣ୍ତ ରବୀନ୍ଦ୍ର ଜେନା ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିର ଟି ମଧ୍ୟାହ୍ନ ୧.୩୦ଯାଏଁ ଚାଲିଥିଲା । ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲ୍ଲିକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଆଜି ସ୍ବେଚ୍ଛାକୃତ ଭାବେ-ଚରମ୍ପା ଅଞ୍ଚଳ ର ଶୁଭଜିତ ପ୍ରଧାନ, ସୁପ୍ରଭାତ ପଣ୍ଡା, ଚିନ୍ମୟ କୁମାର ଦାସ, ପ୍ରଦୀପ କୁମାର ସାହୁ, ନବଘନ ରାଉତ, ଗୌରାଙ୍ଗ ପାତ୍ର, ଚନ୍ଦନ ଦାସ, ପ୍ରଜ୍ଞାପ୍ରଜ୍ବଳିତ ମହାପାତ୍ର, ସାଇଗୋପାଳ ପଟ୍ଟନାୟକ, ସୂର୍ଯ୍ୟପ୍ରକାଶ ରାଉତ, ନିରଞ୍ଜନ ଉପାଧ୍ୟାୟ, ନରହରି ସାହୁ, ଶୁଭେନ୍ଦୁ ମହାନ୍ତି, ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ ଶତପଥୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଇଲୁ ନାୟକ, ୧୧ନମ୍ବର ୱାର୍ଡ କାଉନସିଲରଙ୍କ ପ୍ରତିନିଧି ସୂର୍ଯ୍ୟକୁମାର ଦାସ, ଦିପୁ ସାହୁ, ନନ୍ଦିଘୋଷ ଟିଭି କ୍ୟାମେରା ମ୍ୟାନ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର