ନିଆରା ଜନ୍ମଦିନ: ୬୫ବର୍ଷ ବୟସରେ ୧୬୫ଥର ରକ୍ତଦାନ

The Sakala Picture
Published On

ଭୁବନେଶ୍ୱର : ଥରେ ନୁହେଁ କି ୨ଥର ନୁହେଁ, ୬୫ବର୍ଷ ମଧ୍ୟରେ ୧୬୫ଥର ନିଃସ୍ୱାର୍ଥପର ଭାବେ ରକ୍ତଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ନିବାସୀ ଗୋପୀମୋହନ ପଟ୍ଟନାୟକ। ରକ୍ତଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରି ନିଜର ପ୍ରତିଟି ରକ୍ତବୁନ୍ଦାକୁ ଗରିବ, ଅସହାୟ, ଦୁର୍ଘଟଣାଗ୍ରସ୍ତ, ଥାଲାସେମିଆ ଶିଶୁଙ୍କୁ ସମର୍ପିତ କରିଦେଇଛନ୍ତି ସେ। ପ୍ରତିବର୍ଷ ପରି ଚଳିତବର୍ଷ ନିଜର ଜନ୍ମଦିନରେ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବଙ୍କୁ ଏକାଠି କରି ୬୫ତମ […]

ଭୁବନେଶ୍ୱର : ଥରେ ନୁହେଁ କି ୨ଥର ନୁହେଁ, ୬୫ବର୍ଷ ମଧ୍ୟରେ ୧୬୫ଥର ନିଃସ୍ୱାର୍ଥପର ଭାବେ ରକ୍ତଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ନିବାସୀ ଗୋପୀମୋହନ ପଟ୍ଟନାୟକ। ରକ୍ତଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରି ନିଜର ପ୍ରତିଟି ରକ୍ତବୁନ୍ଦାକୁ ଗରିବ, ଅସହାୟ, ଦୁର୍ଘଟଣାଗ୍ରସ୍ତ, ଥାଲାସେମିଆ ଶିଶୁଙ୍କୁ ସମର୍ପିତ କରିଦେଇଛନ୍ତି ସେ। ପ୍ରତିବର୍ଷ ପରି ଚଳିତବର୍ଷ ନିଜର ଜନ୍ମଦିନରେ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବଙ୍କୁ ଏକାଠି କରି ୬୫ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପରିସରରେ ୧୬୫ଥର ପାଇଁ ରକ୍ତଦାନ କରିଥିଲେ। ଯୁବସମାଜ ପାଇଁ ‘ଡୋନେଟ୍‍ ବ୍ଲଡ, ବି ଏ ହିରୋ’ ବାର୍ତ୍ତା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସେଞ୍ଚୁରିଆନ୍‍ ବ୍ଲଡ୍‍ ଡୋନର୍‍ ଭାବେ ସେ ବେଶ୍‍ ଜଣାଶୁଣା। ଅଦ୍ୟାବଧି ୧୯ଥର ପ୍ଲେଟ୍‍ଲେଟ୍‍ ଦାନ କରିଛନ୍ତି। ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତଭଣ୍ଡାରରେ ଉପୁଜୁଥିବା ରକ୍ତର ଅଭାବକୁ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି ପୂରଣ କରିବା ସହ ଆଜିପର୍ଯ୍ୟନ୍ତ ୨ହଜାରରୁ ଊର୍ଦ୍ଧ୍ବ ରକ୍ତଦାନ ଶିବିର ସେ ଆୟୋଜନ କରିସାରିଲେଣି। ନିରାଡ଼ମ୍ବର ରୂପେ ଆୟୋଜିତ ଏହି ଜନ୍ମଦିନ ଉତ୍ସବରେ ଧର୍ମପତ୍ନୀ ଆଶାଲତା ପଟ୍ଟନାୟକଙ୍କ ସମେତ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ବାଳକୃଷ୍ଣ ରାଉତ, ଶକ୍ତରଞ୍ଜନ ଦାଶ, ବସନ୍ତ କୁମାର ସାମଲ, ନିରଞ୍ଜନ ପଟ୍ଟନାୟକ, ଗୁନୁ ଆଚାର୍ଯ୍ୟ, କ୍ଷେତ୍ରମୋହନ ପଟ୍ଟନାୟକ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଗୋପୀମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅତିଥିମାନେ ତାଙ୍କ ଦୀର୍ଘାୟୁ କାମନା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର