ଗୁଣି ଗାରେଡ଼ି ସନ୍ଦେହରେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣି ଗାରେଡି ସନ୍ଦେହ ରେ ବିଭତ୍ସ ଭାବରେ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସୁଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖୁଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ ଆଲୋଚନା କରୁଥିଲେ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣି ଗାରେଡି ସନ୍ଦେହ ରେ ବିଭତ୍ସ ଭାବରେ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସୁଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖୁଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ ଆଲୋଚନା କରୁଥିଲେ । ଏହାପରେ ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦୁରାର ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ଫଳରେ ସେ ଘଟଣାସୁଳରେ ପ୍ରାଣ ହରାଇଥିଲା । ବୁଦୁରାର ସ୍ତ୍ରୀ ଘର ବାହରକୁ ଆସି ଦେଖିଲା ବେଳେକୁ ବୁଦୁରା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲା । ଏହାପରେ ବୁଦୁରାର ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ଗ୍ରାମରେ ଗୁଣି ଗାରେଡ଼ି କରୁଥିବାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏଭଳି ଗୁଣି ଗାରେଡି କୁ ନେଇ ବହୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଜିଲ୍ଲାରେ ଲୋକଙ୍କୁ ସଚେତନତା ର ଅବଶ୍ୟକତା ରହିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

08 May 2021 By The Sakala

ଗୁଣି ଗାରେଡ଼ି ସନ୍ଦେହରେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣି ଗାରେଡି ସନ୍ଦେହ ରେ ବିଭତ୍ସ ଭାବରେ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସୁଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖୁଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ ଆଲୋଚନା କରୁଥିଲେ । ଏହାପରେ ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦୁରାର ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ଫଳରେ ସେ ଘଟଣାସୁଳରେ ପ୍ରାଣ ହରାଇଥିଲା । ବୁଦୁରାର ସ୍ତ୍ରୀ ଘର ବାହରକୁ ଆସି ଦେଖିଲା ବେଳେକୁ ବୁଦୁରା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲା । ଏହାପରେ ବୁଦୁରାର ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ଗ୍ରାମରେ ଗୁଣି ଗାରେଡ଼ି କରୁଥିବାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏଭଳି ଗୁଣି ଗାରେଡି କୁ ନେଇ ବହୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଜିଲ୍ଲାରେ ଲୋକଙ୍କୁ ସଚେତନତା ର ଅବଶ୍ୟକତା ରହିଛି ।

https://www.thesakala.in/latest-odisha-news/black-magik-allegedly-strangled-the-man-to-death/article-2041
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର