ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦ୍ୱନ୍ଦ୍ୱ; ନାମାଙ୍କନ ପ୍ରତ୍ୟାହାର କରିବେ ଜଗନ୍ନାଥ !

The Sakala Picture
Published On

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ନାମାଙ୍କନ ଦ୍ୱନ୍ଦ୍ୱରେ ଲାଗିଛି ବିରାମ। ଦିନକ ତଳେ ଅନୁଷ୍ଠିତ ବିଜେପିର କୋର କମିଟି ବୈଠକରେ ଏ ସଂକ୍ରାନ୍ତରେ ଯାବତୀୟ ବାଦାନୁବାଦ ପରେ ଜଗନ୍ନାଥ ପ୍ରଧାନଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଦଳୀୟ ପ୍ରାର୍ଥୀ ରୂପେ ମମତାଙ୍କ ନାମାଙ୍କନ ପରେ ଜଗନ୍ନାଥ ପ୍ରଧାନ ନାମାଙ୍କନ କେବଳ ହଟଚମଟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବାହାରେ ଦଳର ନେତାମାନେ ଟିପ୍ପଣୀ ଦେଉଥିଲେ ହେଁ ଏହା ପଛରେ ଆହୁରି ଅନେକ ଅସ୍ପଷ୍ଟ କାହାଣୀ, […]

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ନାମାଙ୍କନ ଦ୍ୱନ୍ଦ୍ୱରେ ଲାଗିଛି ବିରାମ। ଦିନକ ତଳେ ଅନୁଷ୍ଠିତ ବିଜେପିର କୋର କମିଟି ବୈଠକରେ ଏ ସଂକ୍ରାନ୍ତରେ ଯାବତୀୟ ବାଦାନୁବାଦ ପରେ ଜଗନ୍ନାଥ ପ୍ରଧାନଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଦଳୀୟ ପ୍ରାର୍ଥୀ ରୂପେ ମମତାଙ୍କ ନାମାଙ୍କନ ପରେ ଜଗନ୍ନାଥ ପ୍ରଧାନ ନାମାଙ୍କନ କେବଳ ହଟଚମଟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବାହାରେ ଦଳର ନେତାମାନେ ଟିପ୍ପଣୀ ଦେଉଥିଲେ ହେଁ ଏହା ପଛରେ ଆହୁରି ଅନେକ ଅସ୍ପଷ୍ଟ କାହାଣୀ, ଦଳୀୟ ଅନ୍ତର୍ବିବାଦ ଓ ଗୋଷ୍ଠୀ କନ୍ଦଳ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ୯ବିଧାୟକ ଓ ଜଣେ ମନ୍ତ୍ରୀଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ ଆସନ୍ତାକାଲି ଜଗନ୍ନାଥ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ଆପାତତଃ ସ୍ପଷ୍ଟ ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ୨୦ ମାସିଆ ରାଜ୍ୟସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଶାୟୀ ଥିଲେ। ରାଜ୍ୟସଭା ଆସନ ସହ ରାଜ୍ୟ ସଭାପତି ପଦ ରଖିବାକୁ ତାଙ୍କର ଇଚ୍ଛାକୁ ଦଳ ଗ୍ରହଣ କରି ନ ଥିଲା। ଏଥିପାଇଁ ଅନ୍ୟ କିଛି ନାମ ବିଚାର ପରିସରକୁ ଆସିଥିଲେ ହେଁ ଶେଷରେ ମମତାଙ୍କ ନାମରେ ଦଳର ଶୀର୍ଷ କମିଟି ମୋହର ମାରିଥିଲା।
ମମତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ପ୍ରସ୍ତାବକ ରହିଥିବା ବେଳେ ଜଗନ୍ନାଥଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଥିଲେ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ସମାନ ସମୟରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମାନ ବିଜେପିର ବିଧାୟକମାନେ କିପରି ସମର୍ଥନ କଲେ, ସେନେଇ ପ୍ରଶ୍ନ ଉଠିଛି। ନିଜର ପ୍ରାର୍ଥିତ୍ୱ ନେଇ ଜଗନ୍ନାଥ ସିଧାସଳଖ କିଛି କହିବାକୁ ମନା କରି ଦେଇଥିବା ବେଳେ ଏହା ପଛରେ ଦଳୀୟ କନ୍ଦଳ କିମ୍ବା ଅନ୍ୟ କିଛି କାରଣ ଥିବା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର