ନୂଆପଡ଼ାରେ ଜାଲିଆତି କରି ଜିତିଛି ବିଜେପି: ସ୍ନେହାଙ୍ଗିନୀ

ଭୋଟ ରିଗିଂ ପଛରେ ପ୍ରଶାସନ, ପୁଲିସ ଓ ନିର୍ବାଚନ ଅଧିକାରୀ

Madhusudan Das Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ କମିଶନଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି। ଏହାପରେ ମଧ୍ୟ ନୂଆପଡ଼ାବାସୀଙ୍କ ସହ ବିଜୁ ଜନତା ଦଳ ଥିଲା ଓ ଆଗକୁ ରହିବ। ନୂଆପଡ଼ାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସବୁବେଳେ ଲଢେ଼ଇ କରିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଉପ-ନିର୍ବାଚନର ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। 

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ ଯେ ନିର୍ବାଚନ ପ୍ରଚାର ସମୟରେ ନୂଆପଡ଼ାର ପ୍ରତ୍ୟେକ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ, ଭଲ ପାଇବା ଥିବା ଦେଖିଥି‌‌‌ଲେ। ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଳର ନେତା ଓ କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା। ଏନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ପକ୍ଷରୁ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ନିରବ ଅବଧି (ସାଇଲେଣ୍ଟ ପିରିୟଡ୍‌)ରେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ବିଜେଡିର ନେତାମାନେ ନୂଆପଡ଼ା ଛାଡ଼ି ଦେଇଥିବା ବେଳେ ବିଜେପିର ନେତାମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟରେ ଲିପ୍ତ ରହିଥିଲେ। ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବାରୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଆର୍ମ୍ସ ଆକ୍ଟ ଲଗାଇ ଜେଲକୁ ପଠାଇ ଦିଆଗଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସେହିପରି ନିର୍ବାଚନ ଦିନ ଭୋଟିଂ ସମୟରେ ବୁଥ୍‌ଗୁଡ଼ିକରେ ବିଜେପି କର୍ମୀମାନେ ବୁଥ୍‌ ଭିତରେ ପଶି କ୍ୟାମ୍ପେନିଂ କରିବା ସହ ଭୋଟର୍‌ମାନଙ୍କୁ ପଦ୍ମଫୁଲରେ ଭୋଟ୍‌ ଦେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ଏହାର ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନଥିଲେ। ବୁଥ୍‌ ରିଗିଂ କାରଣରୁ ଭୋଟିଂ ପ୍ରତିଶତ ଅହେତୁକ ବୃଦ୍ଧି ପାଇଥିଲା। ୪୧ଟି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକା ଭୋଟିଂ ହୋଇଥିଲା। ଭୋଟିଂ ଶେଷ ହେବା ବେଳେ ଅର୍ଥାତ ସନ୍ଧ୍ୟା ୫ଟା ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ୭୫ ପ୍ରତିଶତ ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା। ସନ୍ଧ୍ୟା ୭ଟା ସମୟରେ ଭୋଟିଂ ୭୭ପ୍ରତିଶତ ହୋଇଛି ବୋଲି ସୂଚନା ଦିଆଗଲା। କିନ୍ତୁ  ପରଦିନ ଦିବା ୧୦ଟାରେ ୮୧ ପ୍ରତିଶତ ଓ ୧୨ଟାରେ ୮୩.୪୫ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଗଲା। ଏଥିରୁ  ଭୋଟ୍‌ ଜାଲିଆତିର ଆଭାସ ମିଳୁଛି। ଶ୍ରୀମତୀ ଛୁରିଆ ଆହୁରି କହିଥିଲେ, ନୂଆପଡ଼ାବାସୀଙ୍କ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଥିଲା। ମାତ୍ର ଜିଲ୍ଲା ପ୍ରଶାସନ, ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ହାତବାରିସି କରି ଭୋଟ୍‌ ରିଗିଂ କରି ବିଜେପି ବିଜୟୀ ହୋଇଛି। ନୂଆପଡ଼ାବାସୀ ତାଙ୍କୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଦେଇଥିବା ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଭୁବନେଶ୍ୱର ମେୟର୍‌ ସୁଲୋଚନା ଦାସ କହିଥିଲେ ଯେ ପ୍ରଶାସନିକ କଳକୁ ହାତବାରିସି କରି ବିଜେପି ହୁଏତ ନୂଆପନା ଆସନକୁ ହାତେଇବା ପାଇଁ ସଫଳ ହୋଇଥାଇପାରେ, କିନ୍ତୁ ନୂଆପଡ଼ାବାସୀଙ୍କ ସମର୍ଥନ ଶ୍ରୀମତୀ ଛୁରିଆ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି। ସେଥିପାଇଁ ନୂଆପଡ଼ାବାସୀଙ୍କୁ ଦଳ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର