ପଦମପୁରବାସୀଙ୍କୁ ଡ୍ରାମା ଦେଖାଇ ବିଜେପି ପ୍ରମାଣିତ କଲା ସେ ‘ଭାରତୀୟ ଯାତ୍ରା ପାର୍ଟି’ : ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ। ଫସଲ ବୀମା ଟଙ୍କାକୁ ନେଇ ଆନ୍ଦୋନରେ ବସିଥିବା ଚାଷୀମାନଙ୍କ ସହ ଆଲୋଚନା କରି ନାମାଙ୍କନ ନଭରି ଆସି ଏକ ଡ୍ରାମା କରିଛି […]

ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ। ଫସଲ ବୀମା ଟଙ୍କାକୁ ନେଇ ଆନ୍ଦୋନରେ ବସିଥିବା ଚାଷୀମାନଙ୍କ ସହ ଆଲୋଚନା କରି ନାମାଙ୍କନ ନଭରି ଆସି ଏକ ଡ୍ରାମା କରିଛି ଭାରତୀୟ ଜନତା ଦଳ। ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ନରସିଂହ ମିଶ୍ର କହିଛନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି। ତାହା ଆଜି ପ୍ରମାଣିତ ହେଲା। ଆଜି ଓଡିଶା ବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତାପରେ ଚାଷୀଙ୍କ ସହ ଆଲୋଚନା କଲେ । ସେମାନେ କଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ, ନାମାଙ୍କନ ଯିବା ପୂର୍ବରୁ ତାଙ୍କ ମାନଙ୍କ ସହ ଚାଷୀ କଥା ହୋଇନଥିଲେ। ବଡ଼ ବଡ଼ ଭାଷଣ ଦେଲେ , ବହୁତ ଲୋକଙ୍କୁ ଜମା କଲେ । ଗଲେ ନାମାଙ୍କନ ପତ୍ର ଦାଖଲ କରିବାକୁ, ହେଲେ ନାମାଙ୍କନ ଦାଖଲ କଲେ ନାହିଁ। କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି । ତେଣୁ ପଦମପୁରବାସୀ ଏହାକୁ ହୃଦୟଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ । ଏମାନେ ୪୨୦ନୁହେଁ,୮୪୦ ର ଠକ । ପ୍ରଧାନ ମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାର କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା, ହେଲେ ସେମାନେ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଆମେ ଯାହା କହୁ ତାହା କରୁ । କୁଆଡେ ଗଲା ସଭିଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି  ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନାଯୋଗ୍ୟ କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର ଏହାପ୍ରତି ଆଖିବୁଜି ଦେଇଛି। ଯାହାକୁ ନେଇ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।ଚାଷୀଙ୍କ ସହମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରିମିୟମ କାଟି ରଖୁଛନ୍ତି। ଅନେକ କ୍ଷେତ୍ରରେ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଏହି ରାଶି ବୀମା କମ୍ପାନୀରେ ଜମା କରୁ ନ ଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ବୀମା କାଗଜ ପତ୍ର ଏପରିକି ପ୍ରିମିୟମ ରସିଦ ମଧ୍ୟ ଦିଆ ଯାଉ ନ ଥିବାରୁ ଚାଷୀ ବୀମା କମ୍ପାନୀ ବିରୋଧରେ ଅଦାଲତ ଯିବାକୁ ସମର୍ଥ ହେଉନାହିଁ। ପୁନଶ୍ଚ ଫସଲ ନଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତିଗ୍ରସ୍ତ ଚାଷୀ ଅବଗତ କରାଇବାକୁ ରଖାଯାଇଥିବା ସର୍ତ୍ତ ସବୁଠାରୁ ସମସ୍ୟା ହୋଇଛି। ବୀମା କମ୍ପାନୀର ଗୋଟିଏ ଫୋନ୍‍ ନମ୍ବରରେ ବରଗଡ଼ ଜିଲ୍ଲାର ଲକ୍ଷଲକ୍ଷ ଚାଷୀ କିପରି କ୍ଷତି ସମ୍ପର୍କରେ ଅବଗତ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।

14 Nov 2022 By The Sakala

https://www.thesakala.in/latest-odisha-news/bjp-proved-that-it-is-the-bharatiya-jatra-party-narasingha-mishra/article-16550
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର