ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ

The Sakala Picture
Published On

ଭୁବନେଶ୍ବର : ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି […]

ଭୁବନେଶ୍ବର : ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଛନ୍ତି ବିଜେପି ବିଧାୟକ । ଏହାକୁ ନେଇ ଶାସକ ଦଳ ବିଧାୟକ ଏବଂ ବିରୋଧୀ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଏବଂ ଆକ୍ଷେପ ପ୍ରତି ଆକ୍ଷେପରୁ ଗୃହ କମ୍ପିଛି ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସୂଚନାଯୋଗ୍ୟ ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହୋଇଥିଲା ହଟ୍ଟଗୋଳ । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ କଂଗ୍ରେସ ସଦସ୍ୟ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିନଥିଲା ଏବଂ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଏହାପରେ  ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ କରାଯାଇଥିଲା । ବିନା ଆଲୋଚନାରେ ବିଲ୍ ପାସ କରାଯିବାକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ପୋଡିୟମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ଉତ୍ଙ୍ଖୃଳତାର ସୀମା ଟପି ଦୁଇ ବରିଷ୍ଠ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

03 Apr 2021 By The Sakala

ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ

ଭୁବନେଶ୍ବର : ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି। ବିଧାନସଭାର ଗୃହର ମୁଖ୍ୟ ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଛନ୍ତି ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଛି ।

ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ । ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଛନ୍ତି ବିଜେପି ବିଧାୟକ । ଏହାକୁ ନେଇ ଶାସକ ଦଳ ବିଧାୟକ ଏବଂ ବିରୋଧୀ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଏବଂ ଆକ୍ଷେପ ପ୍ରତି ଆକ୍ଷେପରୁ ଗୃହ କମ୍ପିଛି ।

ଅନ୍ୟପଟେ ଏ ପ୍ରସଙ୍ଗରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ହୋଇଥିଲା ହଟ୍ଟଗୋଳ । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ କଂଗ୍ରେସ ସଦସ୍ୟ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିନଥିଲା ଏବଂ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଏହାପରେ  ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ କରାଯାଇଥିଲା । ବିନା ଆଲୋଚନାରେ ବିଲ୍ ପାସ କରାଯିବାକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ପୋଡିୟମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ଉତ୍ଙ୍ଖୃଳତାର ସୀମା ଟପି ଦୁଇ ବରିଷ୍ଠ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର