ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ, ଦୀର୍ଘ ଦିନ ହେଲା ଚଳାଇଥିଲେ ପ୍ରସ୍ତୁତି

The Sakala Picture
Published On

ଭୁବନେଶ୍ୱର: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି। ଏନେଇ ଗତକାଲି ବଲାଙ୍ଗୀର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଅଭିଯୋଗ ଆଣିଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ସଙ୍ଗୀନ […]

ଭୁବନେଶ୍ୱର: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି। ଏନେଇ ଗତକାଲି ବଲାଙ୍ଗୀର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଅଭିଯୋଗ ଆଣିଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ନବଙ୍କ ହତ୍ୟା ସାଧାରଣ ଘଟଣା ନୁହେଁ, ଦୀର୍ଘଦିନର ଯୋଜନା ପ୍ରସ୍ତୁତ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ନେତାଙ୍କ ଏହି ମନ୍ତବ୍ୟ ସାରା ଓଡ଼ିଶାର ରାଜନୀତିକୁ ହଲଚଲ୍‌‌ କରିଛି। ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ନେତାମାନେ କେଉଁସ୍ତରକୁ ଯାଇ ପାରନ୍ତି ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ବିଜେଡି ନେତା ତଥା ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ସ୍ୱର୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପଶ୍ଚିମ ଓଡ଼ିଶାର ଜଣେ ଅଦ୍ୱିତୀୟ ନେତା ଥିଲେ । ବିଜୁ ଜନତା ଦଳ ପାଇଁ ସ୍ୱର୍ଗତ ଦାସ ମୂଲ୍ୟବାନ ସମ୍ପଦ ଥିଲେ । ଏହା ହିଁ ବିଜେପି ନେତାଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ିଥିଲା ଆଉ ରାଜ୍ୟ ବିଜେପିର ଦୁଇ ଜଣ ଶୀର୍ଷ ନେତୃତ୍ୱ ଘୃଣ୍ୟ ଷଡ଼ଯନ୍ତ୍ର ପୂର୍ବକ ଶ୍ରୀ ଦାସଙ୍କୁ ହତ୍ୟା କରାଇଛନ୍ତି । ରାଜ୍ୟ ସରକାର ଏହି ଘଟଣାର ସତ୍ୟତା ଉନ୍ମୋଚନ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କୁ ଏହା ବେଶ୍‌ ବାଧୁଛି । ତଦନ୍ତକୁ ବାଟବଣା କରିବା ପାଇଁ ମନଗଢ଼ା କାହାଣି କହୁଛନ୍ତି । ତେବେ ବାସ୍ତବତା ହେଉଛି ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ପଛରେ ରାଜ୍ୟ ବିଜେପିର ଦୁଇ ପ୍ରମୁଖ ନେତାଙ୍କ ହାତ ରହିଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସ୍ୱର୍ଗତ ଦାସ ବିଜେଡିରେ ଜଣେ ଟାଣୁଆ ନେତା ଭାବେ ଆମ ଦଳର ସଂଗଠନକୁ ବେଶ୍‌ ସୁଦୃଢ଼ କରିପାରିଥିଲେ । ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପ ନିର୍ବାଚନରେ ଶ୍ରୀ ଦାସ ପୁଣି ଥରେ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ଏହି ସଫଳତା ପଛରେ ଶ୍ରୀ ଦାସଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା । ମହିଳା, ଯୁବ ଗୋଷ୍ଠୀଙ୍କ ପାଇଁ ସେ ଆଦର୍ଶ ପାଲଟିଥିଲେ । ପଶ୍ଚିମ ଓଡ଼ିଶାର ବିକାଶ ପୁରୁଷ ଭାବେ ନିଜର ଛବି ସୃଷ୍ଟି କରିଥିଲେ । ଜଣେ ମନ୍ତ୍ରୀ ଭାବେ ମଧ୍ୟ ଶ୍ରୀ ଦାସ ବେଶ୍‌ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ନିକଟ ଅତୀତିରେ କିଛି ବିଜେପି ନେତା ଶ୍ରୀ ଦାସଙ୍କୁ ପରୋକ୍ଷରେ ଧମକ ଚମକ ଦେଇଥିଲେ । ତାଙ୍କ ପ୍ରତି ଅକ୍ଷେପ କରିବା ସହିତ ଅପମାନଜନକ ମନ୍ତବ୍ୟ ପ୍ରଦାନ କରିଥିଲେ । ବିଜେପି ନେତା ଭଲଭାବେ ଜାଣିଥିଲେ ଯେ ଶ୍ରୀ ଦାସ ଥିବା ଯାଏ ପଶ୍ଚିମ ଓଡ଼ିଶାରେ ବିଜେପି କଦାପି ଉଧେଇ ପାରିବ ନାହିଁ । ତେଣୁ ଶ୍ରୀ ଦାସଙ୍କୁ ରାସ୍ତାରୁ ହଟାଇବା ସେମାନଙ୍କ ପାଇଁ ବେଶ୍‌ ଜରୁରୀ ହୋଇ ପଡିଥିଲା । ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର୍‌ ଶେଷ ହୋଇଯିବ । ସେମାନଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ି ଚାଲିଥିଲା । ସେମାନେ ସୁଯୋଗ ଖୋଜୁଥିଲେ ବଡ଼ ଅଘଟଣ ପାଇଁ । ଏହି କାରଣ ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ଯାହାଙ୍କ ନାମରେ ଅନେକ ମାମଲା ରହିଛି, ବିଭିନ୍ନ ଅପରାଧ ସେ ଜଡ଼ିତ, ସେ ହିଁ ମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଆଉ ଏଥିରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ରହିଛି । ଆଗାମୀ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଦୁଇ ନେତା ହିଁ ଷଡ଼ଯନ୍ତ୍ର କରି ଜଣେ ମନ୍ତ୍ରୀ ଓ ଲୋକଙ୍କ ନେତାଙ୍କୁ ହତ୍ୟା କରାଇଛନ୍ତି ବୋଲି ଶ୍ରୀ ବାବୁ କହିଛନ୍ତି ।

ସଞ୍ଜୟ ବାବୁ ଆହୁରି କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ରାଜ୍ୟ ସରକାର ବେଶ୍‌ ଗୁରୁତ୍ୱର ସହ ନେଇ ଏହାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରାଉଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ତଦନ୍ତ ତଦାରଖ ଦାୟିତ୍ୱ ଦିଆଯାଇଛି । ଖୁବ୍‌ ଶୀଘ୍ର ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିବ ଆଉ ଅଭିଯୁକ୍ତ ଜେଲ୍‌ ଯିବେ । କ୍ରାଇମ୍‌ ବ୍ରାଞ୍ଚ ଏବଂ ଜଷ୍ଟିସ୍‌ ଦାସଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ୱାସ ଅଛି ବୋଲି ଶ୍ରୀ ବାବୁ କହିଛନ୍ତି ।

ଏହା ପୂର୍ବରୁ ଗତକାଲି ବଲାଙ୍ଗିରର ବିଜେଡିର ବରିଷ୍ଠ ନେତା ଅଜୟ ଦାସ ଖୋଲାଖୋଲି ଭାବେ ବିଜେପି ନେତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ ସ୍ୱର୍ଗତ ନବ କିଶୋର ଦାସଙ୍କ ସଫଳତାରେ ଅସହିଷ୍ଣୁ ହୋଇ ରାଜ୍ୟ ବିଜେପି ନେତା ତାଙ୍କୁ ହତ୍ୟା କରାଇଛନ୍ତି । ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତା ନବ ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ନାୟକ। ସମ୍ପୃକ୍ତ ବିଜେପି ନେତାଙ୍କ ନାମରେ ହତ୍ୟା ପରି ବହୁ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏପରିକି ସେ ହତ୍ୟା ଅଭିଯୋଗରେ ଗିରଫ ମଧ୍ୟ ହୋଇଛନ୍ତି। ଏପରି ଏକ ହାଇପ୍ରୋଫାଇଲ୍‌‌ ହତ୍ୟାକାଣ୍ଡ ପାଇଁ ସେ ଦୀର୍ଘଦିନରୁ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଶେଷରେ ତାହାକୁ ବାସ୍ତବ ରୂପ ଦେବାକୁ ସକ୍ଷମ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପି ପାଇଁ ନବ ଥିଲେ ସବୁଠାରୁ ବଡ଼ ପ୍ରତିବନ୍ଧକ। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପିର ଅଗ୍ରଗତି ସମ୍ଭବ ନୁହେଁ ବୋଲି ଦଳୀୟ ନେତାଙ୍କ ସହ ସମ୍ପୃକ୍ତ ଅପରାଧପ୍ରବଣ ନେତା ମନେ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଶେଷରେ ସେ ନକ୍ସା ପ୍ରସ୍ତୁତ କରିଛନ୍ତି ଓ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ବୋଲି ଅଜୟ ଅଭିଯୋଗ କରିଥିଲେ।

ନବ କିଶୋର ଦାସ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଜଣେ ଜଣାଶୁଣା ଟାଣୁଆ ନେତା ଓ ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଥିଲେ। ତାଙ୍କର ଲୋକପ୍ରିୟତା ଏବଂ ବଢ଼଼଼଼଼ୁଥିବା ସଂଗଠନ ବିଜେପି ନେତାଙ୍କ ପାଇଁ ବଡ଼ ଆହ୍ୱାନ ସାଜିଥିଲା। ପଶ୍ଚିମ ଓଡ଼ିଶାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା। ଯୁବଗୋଷ୍ଠୀ ପାଇଁ ସେ ଆଦରଣୀୟ ଥିଲେ। ଲୋକଙ୍କ ଭଲମନ୍ଦ, ଅଞ୍ଚଳର ବିକାଶ ଓ ସାଙ୍ଗଠନିକସ୍ତରରେ ଅଧିକ ସକ୍ରିୟ ରହିବା ବିଜେପି ବିପଦ ମଣୁଥିଲା। ତାଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ସଂଗଠନ ବେଶ୍‌‌ ମଜବୁତ ହୋଇପାରିଥିଲା। ବିଶେଷକରି ଯୁଗଗୋଷ୍ଠୀଙ୍କୁ ବେଶ୍‌‌ ସେ ବେଶ୍‌‌ ଅନୁପ୍ରାଣିତ କରିଥିଲେ। ବ୍ରଜରାଜନଗର, ପଦମ୍‌‌ପୁର ଓ ବିଜେପୁର ଉପ ନିର୍ବାଚନ ସମୟରେ ତାଙ୍କ ଦକ୍ଷତା ପ୍ରମାଣିତ ହୋଇଥିଲା। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସଂଗଠନ ଆହୁରି ସୁଦୃଢ଼ ହେବାକୁ ଯାଉଥିଲା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଜେପିର ଏହି ନେତାମାନେ ଯୋଜନା କରିଥିଲେ।  ତେଣୁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଲାଇ ଡ଼ିଟେକ୍‌‌ସନ ପରୀକ୍ଷା କରାଯାଉ ବୋଲି ଅଜୟ ଦାବି କରିଥିଲେ।

07 Feb 2023 By The Sakala

https://www.thesakala.in/latest-odisha-news/bjp-leaders-hand-behind-minister-naba-das-murder-case/article-18754
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp