ବିଜେଡିରେ ମିଶିଲେ ପୁରୀ ଜିଲ୍ଲାର ବିଜେପି ନେତା ଓ ଶତାଧିକ କର୍ମୀ

The Sakala Picture
Published On

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି  ମିଶ୍ରଣ ପର୍ବ ହୋଇଥିଲା।  ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ବ୍ରହ୍ମଗିରିର ବହୁ ବିଜେପି ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ […]

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି  ମିଶ୍ରଣ ପର୍ବ ହୋଇଥିଲା।  ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ବ୍ରହ୍ମଗିରିର ବହୁ ବିଜେପି ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ନେତା ଓ କର୍ମୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଦଳକୁ ସ୍ବାଗତ କରିଥିଲେ ସାଙ୍ଗଠନିକ ସମ୍ପାଦକ ।  ଯେଉଁ ବିକାଶ ଚାଲିଛି ତାହାକୁ ଆଗେଇ ନେବେ । ଦଳରେ ଯେଉଁ ସମ୍ମାନ ପାଇଁ ଆଶା ରହିଛି ତାହା ପାଇବେ ।ଦଳରେ ଶୃଙ୍ଖଳା ରହିଛି, ସେଇ ହିସାବରେ ପ୍ରତିଷ୍ଠା ମିଳିବ । ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ଆଗେଇ ନେବା ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବିଜେଡିରେ ଯୋଗଦେବା ପରେ ଜୟନ୍ତ ନୁଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଆଗକୁ ପୁରୀ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବି । ପୂର୍ବରୁ ଯାହାପାଇଁ କାମ କରୁଥିଲି ସେ କେବଳ ପରିବାର ସ୍ବାର୍ଥ ପାଇଁ କାମ କରୁଛନ୍ତି । ମିଶ୍ରଣ ପର୍ବରେ ବ୍ରହ୍ମଗିରି ର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର