ବିଜେପି ନେତାଙ୍କ ଚଞ୍ଚକତା; ବ୍ୟାଙ୍କରୁ ଋଣ ନେବାପରେ ପରିଶୋଧ ନ କରି ଦେଖାଉଥିଲେ ଦାଦାଗିରି, ଘର ଖାଲି କଲା ବ୍ୟାଙ୍କ

The Sakala Picture
Published On

ଭୁବନେଶ୍ୱର: ବ୍ୟାଙ୍କରୁ ଟଙ୍କା ଲୋନ ନେଇ ନ ସୁଝିବା ବିଜେପି ନେତାଙ୍କ ପାଇଁ ମହଙ୍ଗା ପଡିଛି । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦାଦାଗିରି ଦେଖାଉଥିଲେ ବିଜେପି ନେତା, ଶେଷରେ ଘର ଖାଲି କରିଦେଲା ବ୍ୟାଙ୍କ । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ […]

ଭୁବନେଶ୍ୱର: ବ୍ୟାଙ୍କରୁ ଟଙ୍କା ଲୋନ ନେଇ ନ ସୁଝିବା ବିଜେପି ନେତାଙ୍କ ପାଇଁ ମହଙ୍ଗା ପଡିଛି । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦାଦାଗିରି ଦେଖାଉଥିଲେ ବିଜେପି ନେତା, ଶେଷରେ ଘର ଖାଲି କରିଦେଲା ବ୍ୟାଙ୍କ । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ ପ୍ରାୟ ୬ କୋଟି ଟଙ୍କା ଋଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।

11 Jul 2023 By The Sakala

ବିଜେପି ନେତାଙ୍କ ଚଞ୍ଚକତା; ବ୍ୟାଙ୍କରୁ ଋଣ ନେବାପରେ ପରିଶୋଧ ନ କରି ଦେଖାଉଥିଲେ ଦାଦାଗିରି, ଘର ଖାଲି କଲା ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କରୁ ଟଙ୍କା ଲୋନ ନେଇ ନ ସୁଝିବା ବିଜେପି ନେତାଙ୍କ ପାଇଁ ମହଙ୍ଗା ପଡିଛି । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦାଦାଗିରି ଦେଖାଉଥିଲେ ବିଜେପି ନେତା, ଶେଷରେ ଘର ଖାଲି କରିଦେଲା ବ୍ୟାଙ୍କ । କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ ପ୍ରାୟ ୬ କୋଟି ଟଙ୍କା ଋଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ ।

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।

https://www.thesakala.in/latest-odisha-news/bjp-leader-took-6-crore-bank-loan-and-denied-to-repayment-bank-vacated-the-house/article-23400
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର