ପଞ୍ଚଭୂତରେ ବିଲୀନ ହେଲେ ବିଧାୟକ ବିଷ୍ଣୁ ସେଠୀ, ଜନ୍ମମାଟିରେ ଶୋକାକୂଳ ପରିବେଶରେ ଶେଷ ହେଲା ଅନ୍ତିମ ସଂସ୍କାର

The Sakala Picture
Published On

ଭଦ୍ରକ: ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀ ଦଳ ଉପନେତା ତଥା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ସୋମବାର ୬୧ ବର୍ଷ […]

ଭଦ୍ରକ: ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀ ଦଳ ଉପନେତା ତଥା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

ସୋମବାର ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ବିଷ୍ଣୁ ସେଠୀଙ୍କ ଭୁବନେଶ୍ବର ଏମ୍ସରେ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ଏମ୍ସରୁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜନେତା ଓ ସମର୍ଥକ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ରାଜନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବିଷ୍ଣୁ ସେଠୀ ଆମର ରହେ ଧ୍ୱନିରେ କମ୍ପିଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡ଼ି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସମସ୍ତଙ୍କୁ ଛାଡ଼ି ବିଷ୍ଣୁ ସେଠୀ ଆଜି ପଞ୍ଚ ଭୂତରେ ଲୀନ ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପିକୁ ବିଜେଡିର ସିଧା ପ୍ରଶ୍ନ: ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପ୍ରସଙ୍ଗରେ ନିରବ କାହିଁକି ?

20 Sep 2022 By The Sakala

ପଞ୍ଚଭୂତରେ ବିଲୀନ ହେଲେ ବିଧାୟକ ବିଷ୍ଣୁ ସେଠୀ, ଜନ୍ମମାଟିରେ ଶୋକାକୂଳ ପରିବେଶରେ ଶେଷ ହେଲା ଅନ୍ତିମ ସଂସ୍କାର

ଭଦ୍ରକ: ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀ ଦଳ ଉପନେତା ତଥା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଳମ୍ବିତ ରାତିରେ ଜନ୍ମ ମାଟି ତିହିଡି ମଙ୍ଗରାଜପୁର ଗାଁରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୋମବାର ୬୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ବିଷ୍ଣୁ ସେଠୀଙ୍କ ଭୁବନେଶ୍ବର ଏମ୍ସରେ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ଏମ୍ସରୁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିବା ମରଶରୀର । ଏହାପରେ ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଭଦ୍ରକ ନିଆଯାଇଥିଲା । । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜନେତା ଓ ସମର୍ଥକ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ରାଜନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବିଷ୍ଣୁ ସେଠୀ ଆମର ରହେ ଧ୍ୱନିରେ କମ୍ପିଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡ଼ି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସମସ୍ତଙ୍କୁ ଛାଡ଼ି ବିଷ୍ଣୁ ସେଠୀ ଆଜି ପଞ୍ଚ ଭୂତରେ ଲୀନ ହୋଇଯାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର