ମମିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ, ରାଜନୀତି ଓ କ୍ଷମତା ପାଇଁ ବିଜେପି କରୁଛି ମାଇଲେଜ୍ ପଲିଟିକ୍ସ
ଭୁବନେଶ୍ୱର : ଉତ୍ତରପ୍ରଦେଶର ଖେରୀ ହେଉ କି ହାଥରସ୍। ଅପରାଧ ପରେ ଘଟଣାସ୍ଥଳରେ ବିରୋଧୀ ଦଳକୁ ମିଳେନି ଏଣ୍ଟ୍ରି। ନା ପୀଡିତାକୁ ନା ପୀଡିତାର ପରିବାରକୁ ଭେଟିବାକୁ ମିଳେ କାହାକୁ ଅନୁମତି। ଏପରିକି ଘଟଣାସ୍ଥଳକୁ ବି ବିରୋଧୀ ଦଳଙ୍କୁ ଯିବାକୁ ଅନୁମତି ମିଳେନି। ୧୪୪ ଧାରା ଲାଗୁ ସହ ଗଣମାଧ୍ୟମକୁ ମଧ୍ୟ ଯିବାକୁ ଦିଆଯାଏନି। କିନ୍ତୁ ଆମ ରାଜ୍ୟରେ ମୁଖ୍ୟବିରୋଧୀ ଦଳ ଥିବା ବିଜେପି ପାଇଁ ତାଙ୍କ ସରକାର ଥିବା ୟୁପିରେ ଗୋଟିଏ ଆଉ ଓଡିଶା ପାଇଁ […]
ଭୁବନେଶ୍ୱର : ଉତ୍ତରପ୍ରଦେଶର ଖେରୀ ହେଉ କି ହାଥରସ୍। ଅପରାଧ ପରେ ଘଟଣାସ୍ଥଳରେ ବିରୋଧୀ ଦଳକୁ ମିଳେନି ଏଣ୍ଟ୍ରି। ନା ପୀଡିତାକୁ ନା ପୀଡିତାର ପରିବାରକୁ ଭେଟିବାକୁ ମିଳେ କାହାକୁ ଅନୁମତି। ଏପରିକି ଘଟଣାସ୍ଥଳକୁ ବି ବିରୋଧୀ ଦଳଙ୍କୁ ଯିବାକୁ ଅନୁମତି ମିଳେନି। ୧୪୪ ଧାରା ଲାଗୁ ସହ ଗଣମାଧ୍ୟମକୁ ମଧ୍ୟ ଯିବାକୁ ଦିଆଯାଏନି। କିନ୍ତୁ ଆମ ରାଜ୍ୟରେ ମୁଖ୍ୟବିରୋଧୀ ଦଳ ଥିବା ବିଜେପି ପାଇଁ ତାଙ୍କ ସରକାର ଥିବା ୟୁପିରେ ଗୋଟିଏ ଆଉ ଓଡିଶା ପାଇଁ ଗୋଟିଏ ଆଭିମୁଖ୍ୟ। ଅପରାଧ ପରେ ଦୋଷୀକୁ ଗିରଫ କରାଯାଇସାରିବା ପରେ ମଧ୍ୟ ନିଇତି ପୀଡିତାଙ୍କ ପରିବାରକୁ ଭେଟି ମାଇଲେଜ୍ ପଲିଟିକ୍ସ କରୁଛନ୍ତି ବିରୋଧୀ। ସମବେଦନା ଆଳରେ ରାଜନୀତି କରୁଛି ବିଜେପି।
ସେଇଥିପାଇଁ ମମିତାଙ୍କ ଗାଁକୁ ରାଜନୈତିକ ପର୍ଯ୍ୟଟନସ୍ଥଳରେ ପରିଣତ କରିଛି ବିଜେପି। ଦୁଇ ଦଫାରେ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ବୁଲି ଆସିଲେଣି; ଆଜି ଆଉ ଦଳେ ନେତା ତାଙ୍କ ଘରକୁ ଯାଇଛନ୍ତି। ମମିତା ପରିବାରକୁ ସମବେଦନା ନାଁରେ ନିଇତି ପଲିଟିକାଲ ଷ୍ଟଣ୍ଟ କରୁଛି ବିଜେପି। କ୍ରାଇମସ୍ପଟ ଓ ପରିବାରର ଫଟୋ ସେସନ୍ କରୁଛି ବିଜେପି। ମମିତା ମୃତ୍ୟୁପରେ ପରିବାର ଆଖିରୁ ଲୁହ ଶୁଖୁନି, ହେଲେ ଘଟଣା ଅଞ୍ଚରେ ରାଜନୈତିକ ରୁଟି ସେକିବା ପାଇଁ ବିଜେପି ଖୁବ୍ ପ୍ରାୟାସ କରୁଛି। ପରିବାରକୁ ନ୍ୟାୟ ନୁହେଁ ବରଂ ନିଜ ରାଜନୈତିକ ଫାଇଦା ପାଇଁ ମମିତା ଘରକୁ ଛୁଟୁଛି ନେତାଙ୍କ ସୁଅ। ଆଜି ଜଣେ କାଲି ଆଉ ଜଣେ ନେତା ଯାଇ ମମିତା ପରିବାର ସଦସ୍ୟଙ୍କୁ ଅଯଥା ପ୍ରଶ୍ନରେ ଅଥୟ କରୁଛନ୍ତି। ଏପରିକି ବାରମ୍ବାର ପ୍ରଶ୍ନରେ ଅସ୍ତବ୍ୟସ୍ତ ହୋଇ ମମିତାଙ୍କ ମା ବେହୋସ ହୋଇଯାଉଛନ୍ତି। ତଥାପି ଅଟକୁନି ପ୍ରଶ୍ନ। ,ଏସପୁ ପରେ କୋହଭରା କଣ୍ଠରେ ହାତଯୋଡି ତାଙ୍କ ଝିଅର ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି ମମିତାଙ୍କ ବାପା। ପୁଲିସର ତଦନ୍ତରେ ସେ ସନ୍ତୁଷ୍ଟ ଏବଂ ଦୋଷୀ ଗୋବିନ୍ଦଙ୍କୁ ଫାଶୀ ଦେବାକୁ ମମିତାଙ୍କ ବାପା ଦାବି କରିଛନ୍ତି।
ମମିତା ପରିବାରକୁ ସମବେଦନା ଓ ହତ୍ୟାକାରୀକୁ ଦଣ୍ଡ ଦେବା ଅପେକ୍ଷା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଓଟାରି ଘଟଣା ସହ ଯୋଡ଼ିବାକୁ ଲାଗିପଡ଼ିଛି ବିଜେପି। କୌଣସି ଅଭିଯୁକ୍ତ ସହ ସମ୍ପର୍କ ଥିଲେ କାହାରିକୁ ଦୋଷୀ କୁହାଯାଇ ପାରିବ ନାହିଁ। ଏ କଥା ବିଜେପି ନେତାମାନେ ଠିକ୍ ବୁଝିଛନ୍ତି। ମମିତାଙ୍କ ଘର ବୁଲି ଆସିବା ପରେ ବିଜେପି ନେତା ଥିବା ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଓ ଜଣେ ଆଇନଜୀବୀ ଏ କଥା ମଧ୍ୟ ଗଣମାଧ୍ୟମରେ ସ୍ୱୀକାର କରି ସାରିଛନ୍ତି। ଘଟଣାରେ ସମ୍ପୃକ୍ତି ନେଇ ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। କେବଳ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଆଧାରରେ ତାଙ୍କ ଇସ୍ତଫା ଦାବି କରୁଛି ବିଜେପି। ଯଦି ମମିତା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ଇସ୍ତଫା ଯଦି ନ୍ୟାୟୋଚିତ, ତେବେ ଲଖିମପୁର ଖେରି ଚାଷୀ ମୃତ୍ୟୁ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ବୋଲି ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠିଛି।
କୁହାଯାଉଛି, ରାଜନୀତି ଓ କ୍ଷମତା ଲିପ୍ସା ରାଜ୍ୟ ବିଜେପି ନେତାମାନଙ୍କୁ ଅନ୍ଧ କରି ଦେଇଛି। ଦରଦାମ ବୃଦ୍ଧି ଜନିତ ସାଧାରଣରେ ଦଳ ପ୍ରତି ସୃଷ୍ଟି ହୋଇଥିବା ରୋଷକୁ ଏଡ଼ାଇବା ପାଇଁ ଯେନତେଣ ପ୍ରକାର ମମିତା ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ ବିଜେପି ନିଜର ପୁରା ଦମ୍ ଲଗାଇ ଦେଇଛି। ଗଣମାଧ୍ୟମରେ ଚର୍ଚ୍ଚାରେ ରହି ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଉଷ୍ଣତା ବଜାୟ ରଖିବା ପାଇଁ କସରତ ଆରମ୍ଭ କରିଛି। ରୋଜଗାରିଆ ଝିଅକୁ ହରାଇ ମାନସିକ ଅସୁସ୍ଥତା ମଧ୍ୟରେ ଗତି କରୁଥିବା ମମିତା ମେହେରଙ୍କ ପରିବାରକୁ ସମବେଦନା ଜଣାଇବା ବାହାନାରେ ତାଙ୍କ ଘରକୁ ରାଜନୈତିକ ପର୍ଯ୍ୟଟନକ୍ଷେତ୍ରରେ ପରିଣତ କରିଛନ୍ତି କ୍ଷମତା ମଦମତ୍ତ ବିଜେପି ନେତା। ପ୍ରଥମ ଦଫାରେ ଜିଲ୍ଲା ନେତାମାନେ ମମିତାଙ୍କ ଘରେ ପହଞ୍ଚିଥିବାବେଳେ ଦ୍ୱିତୀୟ ଦଫାରେ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ୧୫ ଜଣ ନେତା ପହଞ୍ଚିଥିଲେ। ସେହିପରି ଆଜି ଦୁଇ ଜାତୀୟ ନେତାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ମମିତାଙ୍କ ପରିବାରକୁ ଭେଟିଛନ୍ତି। ଆସନ୍ତାକାଲି ବିଜେପିର କେନ୍ଦ୍ରୀୟ କମିଟିର ୩ ଜଣିଆ ମହିଳା ପ୍ରତିନିଧିମଣ୍ଡଳୀ ମମିତାଙ୍କ ଘରକୁ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ଘଟଣା ଜାତୀୟ ପ୍ରସଙ୍ଗ କରିବା ପାଇଁ ବିଜେପି ନକ୍ସା ପ୍ରସ୍ତୁତ କରିଛି। ଦଳ ପକ୍ଷରୁ ଦିଲ୍ଲୀରେ ସାମ୍ବାଦିକ କରାଯାଇଛି, ଜାତୀୟ ମହିଳା କମିଶନ ପକ୍ଷରୁ ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେପି ଓ ଏହାର ନେତାମାନେ ମମିତା ପ୍ରସଙ୍ଗକୁ ଯେତିକି ଗୁରୁତ୍ୱ ଦେଉଛନ୍ତି; ଲଖିମପୁର ଖେରି କୃଷକ ମୃତ୍ୟୁ ଘଟଣାରେ କାହିଁକି ଚୁପ୍ ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏକ ଘରୋଇ ସ୍କୁଲରେ ଚାକିରି କରୁଥିଲେ ମମିତା। ପରିବାର ପାଇଁ ସିଏ ଥିଲେ ବଡ଼ ସମ୍ପଦ, ଆୟର ମୁଖ୍ୟ ସ୍ରୋତ। ଝିଅକୁ ହରାଇ ମମିତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖିନାହିଁ। ଝିଅକୁ ବାହୁନିବାହୁନି ତାଙ୍କ ମା’ଙ୍କ ଘଡ଼ିକୁ ଘଡ଼ି ଚେତା ହରାଉଛନ୍ତି। ଝିଅକୁ ଯିଏ ହତ୍ୟା କରିଛି ତାକୁ ଫାଶୀ ଦଣ୍ଡ ମିଳୁ ବୋଲି ମମିତାଙ୍କ ପରିବାର ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ମମିତା ହତ୍ୟା ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି ଏବଂ ଏହି ମାମଲାର ତଦନ୍ତ ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ତାଙ୍କ ପରିବାର ସ୍ପଷ୍ଟ କରିଛନ୍ତି। ମମିତାଙ୍କର ବଡ଼ବାପା, ଭାଇ ଓ ଅନ୍ୟ ସମ୍ପର୍କୀୟମାନେ ପୁଲିସ ତଦନ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଛାତି ଉପରେ ପଥର ଲଦି, ମନରେ ଉଠୁଥିବା କୋହକୁ ଚାପି ମମିତାଙ୍କ ପରିବାର ତାଙ୍କର କ୍ରିୟାକର୍ମ କାମରେ ଲାଗିଛନ୍ତି। ମାତ୍ର ବିଜେପି ଓ ବିରୋଧୀ ନେତାମାନେ ସେତକ ବି ସୁରୁଖୁରୁରେ କରିବାକୁ ଦେଉ ନାହାନ୍ତି। ଦଳଦଳ ହୋଇ ତାଙ୍କ ଘରେ ପହଞ୍ଚି ଯାଉଛନ୍ତି। ଶୁଖି ଆସୁଥିବା ଘା’କୁ ଉଖୁରାଇ ଲହୁଲୁହାଣ କରି ଦେଉଛନ୍ତି। ମମିତାଙ୍କ ମା’, ବାପା, ଭାଇ ଓ ସମ୍ପର୍କୀୟଙ୍କୁ ଗୁଡ଼େଇ ତୁଡ଼େଇ ମମିତା ଓ ଗୋବିନ୍ଦ ସାହୁଙ୍କ ସମ୍ପର୍କ ନେଇ ପ୍ରଶ୍ନ ଉଠାଉଛନ୍ତି। କଟା ଘା’ରେ ଲୁଣ ମାରି ଅଧିକ ଯନ୍ତ୍ରଣା ଦେଉଛନ୍ତି। ମହାଲିଙ୍ଗ କଲେଜର ଛାତ୍ରୀ ଓ ଅଧ୍ୟାପିକାଙ୍କ ଚରିତ୍ର ସଂହାର କରୁଛନ୍ତି। ସମବେଦନା ଜଣାଇବା ଆଳରେ ବିଜେପି ନେତାମାନେ ଯେଉଁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ସେଥିରେ ମମିତାଙ୍କ ପରିବାର ମର୍ମାହତ ହୋଇଛନ୍ତି। ତଥାପି ନିଜ ରାଜନୈତିକ ଫାଇଦା ଓ ଦରବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ବିଜେପି ପ୍ରତି ସାଧାରଣର ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଡ଼ାଇବା ନିମନ୍ତେ ବିଜେପି ମମିତା ହତ୍ୟା ଘଟଣାକୁ ରାଜନୈତିକ ରଙ୍ଗ ବୋଳି ଆନ୍ଦୋଳନ ଆରମ୍ଭ କରିଛି।
ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିିଜେପି ଓ ବିରୋଧୀଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କର ବାପା। ଝିଅ ମୃତ୍ୟୁ ଦୁଃଖରେ ମ୍ରିୟମାଣ ବାପା ବିଜେପି ନେତାମାନଙ୍କ ତୁହାକୁ ତୁହା ଗସ୍ତ, ଅସରନ୍ତି ପ୍ରଶ୍ନବାଣରେ ଭାଙ୍ଗି ପଡ଼ିଛନ୍ତି। ରାଜନୈତିକ ଦଳଗୁଡ଼ିକ ତାଙ୍କ ଘରକୁ ନ ଆସିବାକୁ ସେ ହାତଯୋଡ଼ି ଅନୁରୋଧ କରିଛନ୍ତି। ତଥାପି ବିଜେପି ଚେତୁନାହିଁ; ସମବେଦନା ଆଳରେ ମମିତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେବା ଉଦ୍ୟମରୁ ବିରତ ହେଉନାହିଁ।