ଆଶା ନଉକାରେ ବିଜେପି : ଫାଇଦା ନେବାକୁ ବିଜେଡିର ପ୍ରସ୍ତୁତି
ଭବାନୀପାଟଣା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଖ୍ୟ ଅସ୍ତ୍ର ହେଉଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ବିଜୟ ପାଇଁ ‘ନବୀନ’ଙ୍କ ନାଁ ହିଁ ଯଥେଷ୍ଟ ବୋଲି କୁହାଯାଉଛି। ସେହି ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ରଣନୀତି ପ୍ରସ୍ତୁତ କରିବା ସହ ଭୋଟରଙ୍କ ନିକଟରେ ଗ୍ରହଣୀୟ ହେବା ଲାଗି ସମସ୍ତ ଚେଷ୍ଟା ଜାରି ରଖିଛି। ତେବେ ଏଥର ବି ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ବଡ ବିଜୟ […]
ଭବାନୀପାଟଣା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଖ୍ୟ ଅସ୍ତ୍ର ହେଉଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ବିଜୟ ପାଇଁ ‘ନବୀନ’ଙ୍କ ନାଁ ହିଁ ଯଥେଷ୍ଟ ବୋଲି କୁହାଯାଉଛି। ସେହି ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ରଣନୀତି ପ୍ରସ୍ତୁତ କରିବା ସହ ଭୋଟରଙ୍କ ନିକଟରେ ଗ୍ରହଣୀୟ ହେବା ଲାଗି ସମସ୍ତ ଚେଷ୍ଟା ଜାରି ରଖିଛି। ତେବେ ଏଥର ବି ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ବଡ ବିଜୟ ଆଶାନେଇ ପ୍ରଚାର ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିଛି। ବିଜେପି ବିଭିନ୍ନ ଜୋନରେ ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀ ଦେଇଥିବା ବେଳେ ବିରୋଧୀ ପ୍ରାର୍ଥୀଙ୍କୁ ନେଇ ଆଡୁଆରେ ପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ୫ଟି ଜିଲ୍ଲାପରିଷଦ ଜୋନରେ ବିଜେପି ତରଫରୁ ଟିକଟ ପାଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଜିଲ୍ଲାପରିଷଦ ଅଧ୍ୟକ୍ଷ ହେବାର ଯୋଗ୍ୟତା ରଖିଥିବା ଦାବି କରିଛନ୍ତି।
କେସିଙ୍ଗା କଶୃପଡ଼ାରୁ ବିଜେପିରୁ ନମିତା ରାଣୀ ସାହୁ, ଜୁନାଗଡ଼଼ ୧ନଂ ଜୋନ ଆଟିଗାଁରୁ ଶର୍ମିଷ୍ଠା ମେହେର, ଭବାନୀପାଟଣା ୪ ଦେପୁର ଜୋନରୁ ସନ୍ତୋଷୀ ଦାସ, ଭବାନୀପାଟଣା ଜୋନ୍ ୨ କର୍ଲାପଡ଼ାରୁ ଭବସିନ୍ଧୁ ମଙ୍ଗରାଜ ଓ କୋକସରା ୨ନଂ ଜୋନ ଜନାର୍ଦ୍ଦନ ପଣ୍ଡା ପ୍ରମୁଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବାକୁ ଆଶା ବାନ୍ଧିଛନ୍ତି। ସେମାନଙ୍କ ମଧ୍ୟରୁ ନମିତାରାଣୀ ସାହୁ ଓ ଭବସିନ୍ଧୁ ମଙ୍ଗରାଜ ଉଭୟେ ବର୍ତ୍ତମାନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଅଛନ୍ତି। ଅନ୍ୟ ଆଶାୟୀ ଜନାର୍ଦ୍ଦନ ପଣ୍ଡାଙ୍କ ପଛରେ ସାଂସଦ ବସନ୍ତ ପଣ୍ଡାଙ୍କ ସମର୍ଥନ ରହିଛି ଓ ବିଜୟୀ ହେଲେ ସେ ଅଧ୍ୟକ୍ଷ ହେବେ ବୋଲି କୁଆଡ଼େ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବିଜେପିର ତ୍ରିନାଥ ବାଗଙ୍କ ବିଜେଡ଼ିରେ ସାମିଲ ହେବା ପରେ ତାଙ୍କୁ ଜନାର୍ଦ୍ଦନଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି।
ଯାହାପାଇଁ ଅଡ଼ୁଆରେ ପଡ଼ିଛି ବିଜେପି। ସେହିପରି କଶୃପଡ଼ା ଜୋନରୁ ବିଜେପି ପ୍ରାର୍ଥୀ ନମିତା ସାହୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ବିଜେଡିରୁ ଦୀପାଞ୍ଜଳି ସାହୁ ଓ କଂଗ୍ରେସରୁ ରାଜକୁମାରୀ ସରାଫ ପ୍ରାର୍ଥୀ ହୋଇଛନ୍ତି। କର୍ଲାପଡ଼ା ଜୋନରୁ ବିଜେପି ପ୍ରାର୍ଥୀ ହୋଇଥିବା ଭବସିନ୍ଧୁ ମଙ୍ଗରାଜ ଅନ୍ୟ ଅଞ୍ଚଳରୁ ଆସି ପ୍ରାର୍ଥୀ ହୋଇଥିବା କାରଣରୁ ଅଞ୍ଚଳବାସୀ ତଥା ଭୋଟର ଠିକ୍ ସେ ଗ୍ରହଣ କରିବା ମୁସ୍କିଲ୍ ହୋଇ ପଡ଼ିଛି। ସେପଟେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ଦୟାନିଧି ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦଳ ତରଫରୁ ଚୂଡାମଣି ବାଗ ମଇଦାନକୁ ଓହ୍ଲାଇଛନ୍ତି। ଏହି ସ୍ଥିତିରେ କର୍ଲାପଡ଼ା ଜୋନରେ ପ୍ରାୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେବାକୁ ଥିବାବେଳେ ବିଜେପି ପ୍ରାର୍ଥୀ ଭବସିନ୍ଧୁ ମଙ୍ଗରାଜଙ୍କ ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଭବାନୀପାଟଣା ବ୍ଲକର ଜୋନ୍ ନଂ ୪ରେ ବିଜେପିର ସନ୍ତୋଷୀ ଦାସଙ୍କ ବିପକ୍ଷରେ ବିଜେଡିର ଟାଣୁଆ ନେତା ଟିକେଲାଲ ସାହୁଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ସାହୁ କଡା ଟକ୍କର ଦେଉଛନ୍ତିା ଏହି ଜୋନରେ ବିଜେଡି ଓ ବିଜେପି ସ୍ଥିତି ସମାନ୍ତରାଳ ଭାବେ ଗତି କରୁଥିବା ଦେଖାଯାଇଛି। ଜୁନାଗଡ଼଼ ବ୍ଲକର ଏହି ପାଞ୍ଚ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶର୍ମିଷ୍ଠା ମେହେରଙ୍କ ସ୍ଥିତି ଠିକ୍ ଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସୁଧିରା ମେହେର ଓ କଂଗ୍ରେସର ପ୍ରାର୍ଥୀ ହରିଶଚନ୍ଦ୍ର ଗୁରୁଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆକଳନ କରାଯାଉଛି। ବିଜେପିର ଶର୍ମିଷ୍ଠା ମେହେର ଦଳର ଜଣେ ଦକ୍ଷ ନାରୀନେତ୍ରୀ। ଦଳ ତାଙ୍କର ବିଜୟ ନେଇ ଆଶାବାଦୀ ରହିଛି। ତେବେ ସମସ୍ତଙ୍କ ମନରେ ଦଳୀୟ ନେତୃତ୍ୱ ଯେଉଁ ଅଧ୍ୟକ୍ଷ ପଦର ଆଶା ଭର୍ତ୍ତି କରିଛନ୍ତି ତାହା ଦଳରେ ସୃଷ୍ଟି କରିଛି ବିବାଦ। ଯେଉଁଥିରୁ ବିଜେଡି ଫାଇଦା ଉଠାଇବାର ସମ୍ଭାବନା ରହିଛି।