ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଶଂସା: କୋଭିଡ ସମୟରେ ନବୀନ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା

The Sakala Picture
Published On

ଭୁବନେଶ୍ବର: କୋଭିଡ ପରି ମହାମାରୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ସେବା ପ୍ରଦାନରେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କରିଛନ୍ତି ବର୍ତ୍ତମାନର ବିଜେପି ସରକାର । କୋଭିଡ ସମୟରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା । ଗୃହରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଭାବେ ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ […]

ଭୁବନେଶ୍ବର: କୋଭିଡ ପରି ମହାମାରୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ସେବା ପ୍ରଦାନରେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କରିଛନ୍ତି ବର୍ତ୍ତମାନର ବିଜେପି ସରକାର । କୋଭିଡ ସମୟରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା । ଗୃହରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଭାବେ ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସେ କହିଛନ୍ତି, ତତ୍କାଳୀନ ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀ କାରଣରୁ ସଂକ୍ରମଣ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରାଜସ୍ଵ ସେବା ପ୍ରଦାନକୁ ବ୍ୟାହତ ନକରି ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିଲେ । ବିଜେଡି ସରକାର ରାଜସ୍ଵ ରଥ କାର୍ଯ୍ୟକ୍ରମ ପ୍ରଣୟନ କରିଥିଲେ । ଏହି ରାଜସ୍ଵ ରଥ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ନିଜ ଘରେ ବସି ମଧ୍ୟ ଜମିପଟ୍ଟା ତଥା ବାସସ୍ଥାନ, ଆୟ, ଜାତିଗତ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ପ୍ରଦାନ କରାଯାଉଥିଲା । ଜନସାଧାରଣଙ୍କୁ ତହସିଲ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ଯିବାକୁ ପଡୁ ନଥିଲା ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

27 Mar 2025 By The Sakala

ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଶଂସା: କୋଭିଡ ସମୟରେ ନବୀନ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା

ଭୁବନେଶ୍ବର: କୋଭିଡ ପରି ମହାମାରୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ସେବା ପ୍ରଦାନରେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କରିଛନ୍ତି ବର୍ତ୍ତମାନର ବିଜେପି ସରକାର । କୋଭିଡ ସମୟରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା । ଗୃହରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଭାବେ ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି, ତତ୍କାଳୀନ ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀ କାରଣରୁ ସଂକ୍ରମଣ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରାଜସ୍ଵ ସେବା ପ୍ରଦାନକୁ ବ୍ୟାହତ ନକରି ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିଲେ । ବିଜେଡି ସରକାର ରାଜସ୍ଵ ରଥ କାର୍ଯ୍ୟକ୍ରମ ପ୍ରଣୟନ କରିଥିଲେ । ଏହି ରାଜସ୍ଵ ରଥ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ନିଜ ଘରେ ବସି ମଧ୍ୟ ଜମିପଟ୍ଟା ତଥା ବାସସ୍ଥାନ, ଆୟ, ଜାତିଗତ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ପ୍ରଦାନ କରାଯାଉଥିଲା । ଜନସାଧାରଣଙ୍କୁ ତହସିଲ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ଯିବାକୁ ପଡୁ ନଥିଲା ।

https://www.thesakala.in/latest-odisha-news/bjp-govt-praises-naveen-patnaik-for-providing-revenue-services-during-covid/article-39621
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର