ସରକାରଙ୍କ ମୁଖା ଖୋଲିଲେ ନିଜ ଦଳର ବିଧାୟକ: ପ୍ରଚାରଠାରୁ ବାସ୍ତବତା ଭିନ୍ନ; ଶହଶହ ଗଛ ପଡ଼ିଛି, ବିଜୁଳି ଖୁଣ୍ଟ ମାଟିରେ ଶୋଇଛି…

The Sakala Picture
Published On

ବାଲେଶ୍ୱର: ଭରା ସଭାରେ ସରକାରଙ୍କ ମୁଖା ଖୋଲିଲେ ନିଜ ଦଳର ବିଧାୟକ। ବାତ୍ୟା ‘ଦାନା’ରେ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶହଶହ ବିଜୁଳି ଖୁଣ୍ଟ ମାଟିରେ ଶୋଇଛି। ଏବେ ବି ଗଛ ପଡ଼ି ବହୁ ଗାଁକୁ ରାସ୍ତା ବନ୍ଦ, ଘର ଅନ୍ଧାର। କିନ୍ତୁ ଉଦ୍ଧାରକାରୀ ଦଳଙ୍କ ଦେଖାନାହିଁ। ନା କେହି ଗଛ କାଟିବାକୁ ଆସୁଛନ୍ତି ନା ଖୁଣ୍ଟ ସଜାଡ଼ିବାକୁ; ମରାମତି କାର୍ଯ୍ୟ ଦୂରର କଥା। ବାଲେଶ୍ବର ଡିଆର୍‌ଡିଓ […]

ବାଲେଶ୍ୱର: ଭରା ସଭାରେ ସରକାରଙ୍କ ମୁଖା ଖୋଲିଲେ ନିଜ ଦଳର ବିଧାୟକ। ବାତ୍ୟା ‘ଦାନା’ରେ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଥିବା ବେଳେ ଶହଶହ ବିଜୁଳି ଖୁଣ୍ଟ ମାଟିରେ ଶୋଇଛି। ଏବେ ବି ଗଛ ପଡ଼ି ବହୁ ଗାଁକୁ ରାସ୍ତା ବନ୍ଦ, ଘର ଅନ୍ଧାର। କିନ୍ତୁ ଉଦ୍ଧାରକାରୀ ଦଳଙ୍କ ଦେଖାନାହିଁ। ନା କେହି ଗଛ କାଟିବାକୁ ଆସୁଛନ୍ତି ନା ଖୁଣ୍ଟ ସଜାଡ଼ିବାକୁ; ମରାମତି କାର୍ଯ୍ୟ ଦୂରର କଥା। ବାଲେଶ୍ବର ଡିଆର୍‌ଡିଓ ସମ୍ମିଳନୀ କକ୍ଷରେ ଆଜି ହୋଇଥିବା ବାତ୍ୟା ସମ୍ବନ୍ଧୀୟ କ୍ଷୟକ୍ଷତିର ସମୀକ୍ଷା ବୈଠକରେ ଏପରି ଅଭିଯୋଗ ଆଣି ସରକାରଙ୍କ ମୁଖା ଖୋଲିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ଫଳରେ ସଫଳ ବାତ୍ୟା ପରିଚାଳନାର ଡିଣ୍ଡିମ ପିଟୁଥିବା ସରକାରଙ୍କ ମୁଖା ଖୋଲିଯାଇଛି। ପ୍ରଚାର ଓ ବାସ୍ତବତା ଭିତରେ କେତେ ଭିନ୍ନ, ତାହା ପଦାକୁ ଆସିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅପରପକ୍ଷେ ଏହି ଘଟଣାରେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ] ଗୋଟିଏ ଛୋଟ ବାତ୍ୟାକୁ ଏ ଶିଶୁ ସରକାର ସଠିକ୍‌ ଭାବେ ମୁକାବିଲା କରିପାରିଲେ ନାହିଁ। ବିପର୍ଯ୍ୟୟ ମୁକାବିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମଡେଲ୍‌ ତିଆରି କରିଥିଲେ, ସେ ମଡେଲ୍‌ ଆଜି ଦେଶରେ ଶ୍ରେଷ୍ଠ ବିବେଚିତ ହେଉଛି ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରୁଛନ୍ତି। ଅଥଚ ସବୁ ପୁରୁଣା ବ୍ୟବସ୍ଥା ଥାଇ ମଧ୍ୟ ଏ ସରକାର ତାହାକୁ ଲାଗୁ କରିପାରିଲେ ନାହିଁ। ବର୍ତ୍ତମାନ ସେମାନେ ଡିଣ୍ଡିମ ପିଟୁଛନ୍ତି ଯେ ବାତ୍ୟାର ସଫଳ ମୁକାବିଲା କରିଛନ୍ତି।
ବିଧାୟକ ଶ୍ରୀ ଦାସ କହିଛନ୍ତି ଯେ ସରକାର କହୁଛନ୍ତି ବର୍ତ୍ତମାନ ସୁଦ୍ଧା ୯୬% କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଏବେ ବି ଶହ ଶହ ଗାଁରେ ଅନ୍ଧାର ରାଜୁତି କୁରଛି। ତେଣୁ ଏଇ ଯେଉଁ ମିଛ କଥା କହି ସରକାର ନିଜ ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି, ସେଥିରୁ କ୍ଷାନ୍ତ ରହିବା ଉଚିତ। ‌ଖୋଦ୍‌ ମୁଖ୍ୟମନ୍ତ୍ରୀ ଆଜି ବୈଠକ‌‌ରେ ଯେଉଁ ପ୍ରକାର ଅଭିଯୋଗ ଶୁଣିକି ଯାଇଛନ୍ତି, ସେଥିରୁ ସେ ନିଶ୍ଚୟ ଅନୁଭବ କରିପାରିଥିବେ ଯେ ପ୍ରଚାରଠାରୁ ବାସ୍ତବତା କେତେ ଭିନ୍ନ। କେତେ ମିଛ କୁହାଯାଉଛି।

କେବଳ ସେତିକି ନୁହେଁ, ବାତ୍ୟା ପୂର୍ବରୁ ସରକାର ଯେମିତି ଏକ ଉତ୍ସବ ପାଳନ କଲେ। ମନ୍ତ୍ରୀମାନେ ବାଲେଶ୍ବର ଗସ୍ତରେ ଆସିଲେ ଏବଂ ତାକୁ ରାଜନୀତୀକରଣ କଲେ। ପଞ୍ଚାୟତିରାଜ ମନ୍ତ୍ରୀ ବାଲେଶ୍ୱର ଆସିଥିଲେ ଏବଂ ସ୍ଥିତି ସମୀକ୍ଷା ମଧ୍ୟ କଲେ। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବୁଲିଲେ। କିନ୍ତୁ ଭୋଗରାଇ ନିର୍ବାଚନମଣ୍ଡଳୀକୁ ବୁଲିବାକୁ ଯାଇଥିବା ବେଳେ ସେଠାକାର ନିର୍ବାଚିତ ବିଧାୟକଙ୍କୁ ଖବର ଦେଲେ ନାହିଁ। ସେଠାରେ ତାଙ୍କର ବିଜେପିର କିଛି ନେତାମାନଙ୍କୁ ଧରି ବୁଲିଲେ। ବିଜେପିର ବିଧାୟକମାନେ ସେଠାରେ ବୁଲିଲେ। ଏହା କ’ଣ ଗୋଟେ ଦଳୀୟ କାର୍ଯ୍ୟକ୍ରମ ଥିଲା କି ବୋଲି ଭୋଗରାଇ ବିଧାୟକ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

‌‌ସେହିପରି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ନିଜେ ରିଲିଫ୍‌ କୋଡ୍‌ର ନିୟମ ଜାଣିନାହାନ୍ତି। ତଳସ୍ତରରେ କାର୍ଯ୍ୟ କରୁଥିବା ଲୋକପ୍ରତିନିଧି ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, କାଉନସିଲରମାନେ ଦିନରାତି ପରିଶ୍ରମ କରି ବାତ୍ୟାର ମୁକାବିଲା କଲେ। ସେମାନେ ହେଉଛନ୍ତି ଅସଲ ନାୟକ। ଅଥଚ ସେମାନଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଗଲା। ସାଂସଦ ଲୋକଙ୍କୁ ଭୁଲ ତଥ୍ୟ ଦେଇ କହିଲେ ଯେ ଫ୍ରି-କିଚେନ୍‌ ପାଇଁ ସରକାର ମିଲ୍ ପିଛା ୧୦୦ ଟଙ୍କା ଦେଉଛନ୍ତି। ବାତ୍ୟା ପରିଚାଳନା ପାଇଁ ଦିଆଯାଉଥିବା ଏହି ଟଙ୍କାକୁ ସେମାନେ ଆତ୍ମସାତ୍‌ କରୁଛନ୍ତି। ତେଣୁ ଏ ପ୍ରକାର ମିଛରୁ କ୍ଷାନ୍ତ ରହିବା ଦରକାର ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର