୧୮ ମାସରେ ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି: ବିଜେଡି

ଅପାରଗ ପଣିଆରେ ଦେଶରେ ଓଡ଼ିଶା ସରକାର ଏକ ନମ୍ୱର

Madhusudan Das Picture
Published On

ଭୁବନେଶ୍ୱର: ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ‘୫-ଟି’ ସ୍କୁଲ ନାମରେ ଦୁର୍ନୀତି ହୋଇଥିବା ଟିପ୍ପଣୀକୁ ତୀବ୍ର ସମାଲୋଚନା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ପୂର୍ବ ସରକାରଙ୍କ ନାମରେ ମିଛ ଅଭିଯୋଗ କରୁଛନ୍ତି। ମୋହନ ସରକାରଙ୍କ ଏହି ମିଛ ପ୍ରୋପାଗଣ୍ଡାକୁ ରାଜ୍ୟବାସୀ ବୁଝିସାରିଛନ୍ତି ବୋଲି ବିଜେଡି କହିଛି। 

ଆହୁରି ପଢ଼ନ୍ତୁ: ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ, ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି। ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ବିଜେପି ଲୋକଙ୍କୁ ପ୍ରଭାବିତ ସହ କ୍ଷମତା ଦଖଲ କରିଥିଲା। ହେଲେ ବିଜେପି ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ଏକ ନମ୍ୱର କରିବ ବୋଲି ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ଏବେ ଅପାରଗତାରେ ଦେଶରେ ଏକ ନମ୍ୱର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ବଜେଟରେ ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ ଅର୍ଥରୁ ଅଧିକାଂଶ ବିଭାଗରେ ଚାଳିଶ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରୁନାହିଁ ।  ରାଜ୍ୟ ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାକୁ କେନ୍ଦ୍ର ଅନୁଦାନ ୧୮.୧୯ ପ୍ରତିଶତ କମିଛି।  ରାଜ୍ୟରେ ଲଘୁ ଓ ଗୁରୁ ଖଣିଜ ସମ୍ପଦରେ ବିଜେପି ସରକାରଙ୍କ ସମୟରେ ବ୍ୟାପକ ଚୋରି ବୃଦ୍ଧି କାରଣରୁ ଲଘୁ ଖଣିଜ ସମ୍ପଦରେ ରାଜସ୍ୱ ୧୮୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ଗୁରୁ ଖଣିଜ ସମ୍ପଦରେ ରାଜସ୍ୱ ୫୦, ୦୦୦ କୋଟି ଟଙ୍କାରୁ ୩୪, ୦୦୦ କୋଟି ଟଙ୍କାକୁ ହ୍ରାସ ପାଇଛି। ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷକମାନେ ନ୍ୟାୟ ନପାଇ ଏବେ ରାଜରାସ୍ତାରେ ରହିଛନ୍ତି। 

ଆହୁରି ପଢ଼ନ୍ତୁ: ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ ବାରିକ, ଲାଞ୍ଚ କାରବାରରେ ସମ୍ପୃକ୍ତି ପରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାରଙ୍କ ବିଫଳତା ଶିଖର ଛୁଇଁଥିବା ବେଳେ ମୁଖ୍ୟମନ୍ତ୍ରୀ ଲମ୍ୱା ଭାଷଣ ମାରୁଛନ୍ତି ଓ ପୂର୍ବ ସରକାରଙ୍କ ନାମରେ ମିଥ୍ୟା ଆରୋପ କରୁଛନ୍ତି । କ୍ଷମତାକୁ ଆସିବାର ୧୮ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ବି ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ସରକାର ସକ୍ଷମ ହୋଇ ନାହାନ୍ତି। କିନ୍ତୁ ବାରମ୍ୱାର ମିଥ୍ୟା ଆରୋପ ଲୋକଙ୍କ ଆଗରେ ଗପି ଚାଲିଛନ୍ତି। ଗୋଟିଏ ପଟେ ୫-ଟି ନାଁରେ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଅପର ପକ୍ଷରେ ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଆକର୍ଷିତ କରିବା ପାଇଁ ଓଡ଼ିଶାରେ ୫-ଟି ଭଳି ସୁଦୃଢ ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ବିଜେପି ସରକାର ଲିଖିତ ଭାବେ ଦେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp