୧୮ ମାସରେ ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି: ବିଜେଡି

ଅପାରଗ ପଣିଆରେ ଦେଶରେ ଓଡ଼ିଶା ସରକାର ଏକ ନମ୍ୱର

Madhusudan Das Picture
Published On

ଭୁବନେଶ୍ୱର: ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ‘୫-ଟି’ ସ୍କୁଲ ନାମରେ ଦୁର୍ନୀତି ହୋଇଥିବା ଟିପ୍ପଣୀକୁ ତୀବ୍ର ସମାଲୋଚନା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ୱାର ପୂର୍ବ ସରକାରଙ୍କ ନାମରେ ମିଛ ଅଭିଯୋଗ କରୁଛନ୍ତି। ମୋହନ ସରକାରଙ୍କ ଏହି ମିଛ ପ୍ରୋପାଗଣ୍ଡାକୁ ରାଜ୍ୟବାସୀ ବୁଝିସାରିଛନ୍ତି ବୋଲି ବିଜେଡି କହିଛି। 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ, ବିଜେପି ସରକାରଙ୍କ ବିଫଳତା ଶିଖର ଛୁଇଁଛି। ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ବିଜେପି ଲୋକଙ୍କୁ ପ୍ରଭାବିତ ସହ କ୍ଷମତା ଦଖଲ କରିଥିଲା। ହେଲେ ବିଜେପି ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ଏକ ନମ୍ୱର କରିବ ବୋଲି ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ଏବେ ଅପାରଗତାରେ ଦେଶରେ ଏକ ନମ୍ୱର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ବଜେଟରେ ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ ଅର୍ଥରୁ ଅଧିକାଂଶ ବିଭାଗରେ ଚାଳିଶ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇ ପାରୁନାହିଁ ।  ରାଜ୍ୟ ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାକୁ କେନ୍ଦ୍ର ଅନୁଦାନ ୧୮.୧୯ ପ୍ରତିଶତ କମିଛି।  ରାଜ୍ୟରେ ଲଘୁ ଓ ଗୁରୁ ଖଣିଜ ସମ୍ପଦରେ ବିଜେପି ସରକାରଙ୍କ ସମୟରେ ବ୍ୟାପକ ଚୋରି ବୃଦ୍ଧି କାରଣରୁ ଲଘୁ ଖଣିଜ ସମ୍ପଦରେ ରାଜସ୍ୱ ୧୮୮୫ କୋଟିରୁ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ଗୁରୁ ଖଣିଜ ସମ୍ପଦରେ ରାଜସ୍ୱ ୫୦, ୦୦୦ କୋଟି ଟଙ୍କାରୁ ୩୪, ୦୦୦ କୋଟି ଟଙ୍କାକୁ ହ୍ରାସ ପାଇଛି। ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷକମାନେ ନ୍ୟାୟ ନପାଇ ଏବେ ରାଜରାସ୍ତାରେ ରହିଛନ୍ତି। 

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରାଜ୍ୟ ସରକାରଙ୍କ ବିଫଳତା ଶିଖର ଛୁଇଁଥିବା ବେଳେ ମୁଖ୍ୟମନ୍ତ୍ରୀ ଲମ୍ୱା ଭାଷଣ ମାରୁଛନ୍ତି ଓ ପୂର୍ବ ସରକାରଙ୍କ ନାମରେ ମିଥ୍ୟା ଆରୋପ କରୁଛନ୍ତି । କ୍ଷମତାକୁ ଆସିବାର ୧୮ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ବି ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ସରକାର ସକ୍ଷମ ହୋଇ ନାହାନ୍ତି। କିନ୍ତୁ ବାରମ୍ୱାର ମିଥ୍ୟା ଆରୋପ ଲୋକଙ୍କ ଆଗରେ ଗପି ଚାଲିଛନ୍ତି। ଗୋଟିଏ ପଟେ ୫-ଟି ନାଁରେ ଦୁର୍ନୀତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି, ଅପର ପକ୍ଷରେ ଉକ୍ରର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଆକର୍ଷିତ କରିବା ପାଇଁ ଓଡ଼ିଶାରେ ୫-ଟି ଭଳି ସୁଦୃଢ ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ବିଜେପି ସରକାର ଲିଖିତ ଭାବେ ଦେଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର