ଭୁଲ ତଥ୍ୟ ଦେଇ ବିଶ୍ୱବ୍ୟାଙ୍କ ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସରକାର: ୧୮ ମାସର ସରକାରରେ ହେଲାଣି ୯୧ ହଜାର କୋଟି ଋଣ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଆଗରେ ଭୁଲ ତଥ୍ୟ ଉପସ୍ଥାପନ କରି ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଗତ ୧୮ ମାସରେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ ପଛକୁ ଚାଲିଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ଅଜୟ ବଙ୍ଗା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଭେଟି ରାଜ୍ୟର ଦୀର୍ଘକାଳୀନ ବିକାଶ ଅଗ୍ରାଧିକାର, ଅର୍ଥନୈତିକ ସଂସ୍କାର ଏବଂ ନିଯୁକ୍ତି ସୃଷ୍ଟି ଉପରେ ଆଲୋଚନା କରିଥିଲେ। ଏହି ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଯେଉଁ ସୂଚନା ଦିଆଯାଇଥିଲା, ତାହାକୁ ଭ୍ରାମାତ୍ମକ ବୋଲି କହି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଦଳ ପକ୍ଷରୁ ଶୁକ୍ରବାର ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ଆଗରେ ଓଡ଼ିଶାର ବର୍ତ୍ତମାନ ଅର୍ଥନୀତିର ଏକ ଗୋଲାପି ଚିତ୍ର ଉପସ୍ଥାପନ କରି ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେଡି ସରକାରଙ୍କ କାର୍ଯ୍ୟକାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତିଶୀଳ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ନୀତି ଆୟୋଗଙ୍କ ଆର୍ଥିକ ପରିଚାଳନା ସୂଚକାଙ୍କରେ ଭାରତରେ ପ୍ରଥମ ସ୍ଥାନ ଲାଭ କରିଥିଲା। ଦେଶରେ ଓଡ଼ିଶାର ଋଣ ଭାର ସର୍ବନିମ୍ନ ଥିଲା ଏବଂ ୨୪ ବର୍ଷର କାର୍ଯ୍ୟକାଳରେ ମୋଟ ଋଣ ଥିଲା ମାତ୍ର ୭୮,୦୦୦ କୋଟି ଟଙ୍କା। ବିଶ୍ୱ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ ବିଜେଡି ସରକାରଙ୍କ ଆର୍ଥିକ ପରିଚାଳନା ମଡେଲ୍‌କୁ ପ୍ରଶଂସା କରିଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆର୍ଥିକ ପରିଚାଳନା ବିପରୀତ ଦିଗରେ ଗତି କରିଛି। ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଓ ଏହା ଓଡ଼ିଶାକୁ ୩ ଦଶନ୍ଧି ପଛକୁ ଫେରାଇ ନେଇଛି।
ବିଜେପି ସରକାର ମାତ୍ର ୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ ନେଇଛନ୍ତିି। ଏହାମଧ୍ୟରୁ ୩୮ ପ୍ରତିଶତ ଋଣ ଖୋଲା ବଜାରରୁ ନିଆଯାଇଛି, ଯାହା ବିଶ୍ୱ ବ୍ୟାଙ୍କ ନିର୍ଦ୍ଦେଶିକାକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରୁଛି। 

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ବିତ୍ତୀୟ ନିଅଣ୍ଟ ହାର ୧.୭ ପ୍ରତିଶତରୁ ବଢ଼ି ୩.୫ ପ୍ରତିଶତ ହୋଇଛି । ପ୍ରାଥମିକ ନିଅଣ୍ଟ ୧.୧ ପ୍ରତିଶତରୁ ବଢ଼ି ୨.୯ ପ୍ରତିଶତ ହୋଇଛି। ଏହି ସମୟରେ ଓଡି଼ଶାର ଜିଏସ୍‌ଡିପି ବୃଦ୍ଧି ଦର ୯.୬ ପ୍ରତିଶତରୁ ଖସି ୭.୨ ପ୍ରତିଶତ ହୋଇଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ୭.୬ ପ୍ରତିଶତରୁ ୩.୮ ପ୍ରତିଶତକୁ ହ୍ରାସ ପାଇଛି। ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୮.୭ ପ୍ରତିଶତରୁ ୬.୧ %କୁ ଖସିଛି।  ସେବା କ୍ଷେତ୍ର ଯୋଗଦାନ ୨% ହ୍ରାସ ପାଇଛି।  ନୀତି ଆୟୋଗଙ୍କ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ ତମରୁ ୨୦୨୪ରେ ୧୫ତମକୁ ଖସି ଆସିଛି।  ଜାତୀୟ ଷ୍ଟାର୍ଟଅପ୍‌ ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠରୁ ୨୦୨୫ରେ ୨୦ତମକୁ ଖସିଛି। ଏହି ସମସ୍ତ ତଥ୍ୟ ଏବଂ ରାଙ୍କିଙ୍ଗ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଡବଲ୍‌ ଇଞ୍ଜିନ୍‌ ସରକାର ଅର୍ଥନୈତିକ ଏବଂ ଆର୍ଥିକ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯଦି ଏହି ଅବନତି ଧାରା ଜାରି ରହିବ ତେବେ ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ କରିବା ଲକ୍ଷ୍ୟ ସ୍ୱପ୍ନରେ ହିଁ ରହିଯିବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର