ମାଆ ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର: ବିଜେଡି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓଡ଼ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ରୋହିତ ପୂଜାରୀ […]

ଭୁବନେଶ୍ୱର: ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓଡ଼ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ରୋହିତ ପୂଜାରୀ ପୂଜାରୀ କହିଥିଲେ, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ। ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ଗତ ଦୁଇ ଦିନ ହେଲା ସମ୍ୱଲପୁରର ମାଆ ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥିବା ଏକ ପୋଷ୍ଟର ଲଗାଯାଇଛି ଓ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି। ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ୱରୀ ପୀଠର ରୁପାନ୍ତିକରଣକୁ ସଫଳତାର ସହିତ ସମ୍ପୂର୍ଣ କରାଯାଇଥିଲା। ସେହିପରି, ଛାପୁର ବ୍ରିଜ ମଧ୍ୟ ତାଙ୍କରି ସମୟରେ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥିରେ ଅସୁବିଧା ନାହିଁ। କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି। ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ, ପରେ ଏହା ବିଚାରାଧୀନ ଅଛି ବୋଲି କହିଲେ। ସରକାର ସ୍ପଷ୍ଟ କରନ୍ତୁ, କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ। ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭରସିଟିର ମାନ୍ୟତା, ଭିସୁଟ୍‌କୁ ଆଇଆଇଟିର ମାନ୍ୟତା ଇତ୍ୟାଦିର କାମ ରହିଛି। ଏହି ସବୁ କାମ କରି ସରକାର ନିଜର ପ୍ରଚାର କରନ୍ତୁ, ମନା ନାହିଁ। କିଛି କାମ ନକରି କେବଳ ପୋଷ୍ଟର ବ୍ୟାନର ମାରିଲେ ଲୋକେ ଗ୍ରହଣ କରିବେ ନାହିଁ। ଛତିଶଗଡ଼ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାରେଜ ଗୁଡିକ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ଓଡିଶା ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହି ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି ବୋଲି ଶ୍ରୀ ପୂଜାରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

07 Oct 2024 By The Sakala

ମାଆ ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓଡ଼ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ।

ରୋହିତ ପୂଜାରୀ ପୂଜାରୀ କହିଥିଲେ, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ। ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ। କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ଗତ ଦୁଇ ଦିନ ହେଲା ସମ୍ୱଲପୁରର ମାଆ ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥିବା ଏକ ପୋଷ୍ଟର ଲଗାଯାଇଛି ଓ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି। ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ୱରୀ ପୀଠର ରୁପାନ୍ତିକରଣକୁ ସଫଳତାର ସହିତ ସମ୍ପୂର୍ଣ କରାଯାଇଥିଲା। ସେହିପରି, ଛାପୁର ବ୍ରିଜ ମଧ୍ୟ ତାଙ୍କରି ସମୟରେ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି। ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥିରେ ଅସୁବିଧା ନାହିଁ। କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ।

ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି। ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ, ପରେ ଏହା ବିଚାରାଧୀନ ଅଛି ବୋଲି କହିଲେ। ସରକାର ସ୍ପଷ୍ଟ କରନ୍ତୁ, କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ। ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭରସିଟିର ମାନ୍ୟତା, ଭିସୁଟ୍‌କୁ ଆଇଆଇଟିର ମାନ୍ୟତା ଇତ୍ୟାଦିର କାମ ରହିଛି। ଏହି ସବୁ କାମ କରି ସରକାର ନିଜର ପ୍ରଚାର କରନ୍ତୁ, ମନା ନାହିଁ। କିଛି କାମ ନକରି କେବଳ ପୋଷ୍ଟର ବ୍ୟାନର ମାରିଲେ ଲୋକେ ଗ୍ରହଣ କରିବେ ନାହିଁ। ଛତିଶଗଡ଼ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାରେଜ ଗୁଡିକ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଛି। ବର୍ତ୍ତମାନ ଓଡିଶା ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହି ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି ବୋଲି ଶ୍ରୀ ପୂଜାରୀ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର