ବିଜେପି ସରକାର ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି: ବିଜେଡି

ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଜେପି ସମ୍ପୂର୍ଣ୍ଣ ବିଫଳ

Madhusudan Das Picture
Published On

ଭୁବନେଶ୍ୱର: ସୋମବାର କୋମନା ବ୍ଲକର ତରବୋଡା ନିର୍ବାଚନୀ ସଭାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେତେ ମାତ୍ରାରେ ପୂରଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବିଜେପିର ନେତାମାନେ ଏହା ଉପରେ ଟୀକାଟିପ୍ପଣୀ ଦେଉଥିବା ବେଳେ ସେମାନଙ୍କୁ ପାଲଟା ଜବାବ ଦେଇଛି ବିଜେଡି। ଗତ ୧୬ ମାସରେ ବିଜେପି ସରକାର ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି ବୋଲି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ. ମହାନ୍ତି କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେତେ ମାତ୍ରାରେ ପୂରଣ କରିଛନ୍ତି ବୋଲି ଗତକାଲି ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ପ୍ରଶ୍ନ କରିଥିଲେ । ଆମେ ମଧ୍ୟ ବିଜେପି ସରକାରକୁ ସେହି ପ୍ରଶ୍ନର ପୁନରାବୃତ୍ତି କରୁଛୁ। ବିଜେପି ଦେଇଥିବା ୩୦୦ ୟୁନିଟ୍‌ ମାଗଣା ବିଜୁଳି ଓଡ଼ିଶାବାସୀଙ୍କୁ ମିଳିପାରିଲା କି ? ସେହିପରି ବୁଢ଼ାବୁଢ଼ୀଙ୍କୁ ୩୫୦୦ ଟଙ୍କା ଭତ୍ତା , ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ପ୍ରତି ପଞ୍ଚାୟତରେ ୧୦୦ ଜଣଙ୍କୁ ଚାକିରି, ଚାଷୀଙ୍କୁ ୟୁରିଆ ସାର ଏସବୁ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣିତ ହୋଇଛି । ପୂର୍ବ ବିଜେଡି ସରକାର କରିଥିବା ଜନକଲ୍ୟାଣ ଯୋଜନା ମଧ୍ୟରୁ ୨୫ଟି ଯୋଜନାର ନାମ ପରିବର୍ତ୍ତନ କଲେ । ତେଣୁ ବିଜେପି ସରକାର ଗେମ୍‌ ଚେଞ୍ଜର ସରକାର ନୁହେଁ, ନେମ୍‌ ଚେଞ୍ଜର ସରକାର। ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଦୁଇ ଗୁଣା ବିକାଶ ହେବ କହୁଥିବା ବେଳେ ଦୁଇ ଗୁଣା ବିନାଶ ହୋଇଛି । ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ କମିଲା, ୧୬ଟି ପରୀକ୍ଷାରେ ମହାବିଭ୍ରାଟ ହେଲା, ଗତ ୧୬ ମାସରେ ୩୭,୬୧୧ ମହିଳା ନିର୍ଯାତନା ମାମଲା ହୋଇଛି। ବିଜେପି ସରକାରର ଏହି ଅପାରଗତାକୁ ନେଇ ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଉପରେ ବିଜେପି ନେତାମାନଙ୍କ ଟିପ୍ପଣୀ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଲେନିନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସେହିପରି  ସୁଲତା ଦେଓ କହିଥିଲେ ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ନବୀନ ପଟ୍ଟନାୟକ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି  ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ। ହାଣ୍ଡିଶାଳରୁ ମହିଳାମାନଙ୍କୁ ଆଣି ନାରୀ ସଶକ୍ତିକରଣ ପାଇଁ ଦୁବାଇ, ମାଲେସିଆ ଓ ସିଙ୍ଗାପୁର ପଠାଇଥିଲେ । ପୂର୍ବ ବିଜେଡି ସରକାର ସମୟରେ ମିଶନ ଶକ୍ତି ମାମାନେ ଓଡ଼ିଶା ସରକାରଙ୍କ ୩୦ଟି ବିଭାଗର କାମ କରୁଥିଲେ। ବିଜେପି କ୍ଷମତାକୁ ଆସିବା ପରେ ମିଶନଶକ୍ତି ବିଭାଗର ବଜେଟକୁ ଅଧା କରି ମିଶନଶକ୍ତିକୁ ପଙ୍ଗୁ କରିଦେଲା । ମହିଳାମାନଙ୍କ ପାଇଁ ବିଜେପି ସରକାର କରିଥିବା ସୁଭଦ୍ରା ଯୋଜନା ହେଉଛି ସବୁଠୁ ବଡ ପ୍ରହସନ ଓ ପ୍ରତାରଣା । ଦିଲ୍ଲୀରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା, ହରିୟାଣାରେ ୨୧୦୦ ଟଙ୍କା, କର୍ଣ୍ଣାଟକରେ ୨୦୦୦ ଟଙ୍କା, ମହାରାଷ୍ଟ୍ରରେ ୧୫୦୦ ଟଙ୍କା, ପଶ୍ଚିମବଙ୍ଗରେ ୧୫୦୦ ଟଙ୍କା, ମଧ୍ୟପ୍ରଦେଶରେ ୧୨୫୦ ଟଙ୍କା, ଝାଡ଼ଖଣ୍ଡରେ ୧୦୦୦ ଟଙ୍କା, ତାମିଲନାଡୁରେ ୧୦୦୦ ଟଙ୍କା ଦିଆଯାଉଥିବା ବେଳେ ଓଡ଼ିଶାରେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ମାତ୍ର ୮୩୩ ଟଙ୍କା ଦିଆଯାଉଛି। ଦିନକୁ ମାତ୍ର ୨୭ ଟଙ୍କାରେ ବିଜେପିର ନାରୀ ସଶକ୍ତିକରଣ ନାରା ହାସ୍ୟାସ୍ପଦ । ସୁଭଦ୍ରା ଯୋଜନାରେ ପାଖାପାଖି ୩ ଲକ୍ଷ ମହିଳା ବାଦ୍‌ ପଡିଥିବା ବେଳେ ୨୦ ହଜାର ଜୀବିତ ଲୋକଙ୍କୁ ମୃତ ଘୋଷଣା କରାଯାଇଛି । ଓଡ଼ିଶାରେ ୧୭ ଲକ୍ଷ ଲକ୍ଷପତି ଦିଦି ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଡିଣ୍ଡିମ ପିଟୁଥିବା ବେଳେ ୨୦ ଅଗଷ୍ଟ ୨୦୨୫ ସଂସଦର ଉତ୍ତରରେ ଏହି ସଂଖ୍ୟା ୭ ଲକ୍ଷ ୮୦ ହଜାର ଦର୍ଶାଯାଇଛି। ତେଣୁ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲକ୍ଷପତି ଦିଦିଙ୍କୁ ନେଇ ଡାହା ମିଛ କହୁଛନ୍ତି । ଜଣେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦାୟିତ୍ୱ ହେଉଛି ମହିଳାଙ୍କ ଅଧିକାର ସପକ୍ଷରେ କହିବା। ମାତ୍ର କିଛିଟା ଭୋଟ୍‌ ପାଇଁ ‘ବାହାଘର ପରେ ବାପା ଘର ବହୁଦୂର, ମାମୁଁ ଘର ସାତ ପର’ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର