ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ
କରୁଛି: ବିଜେଡି: ବିଜେଡି

ଅନ୍ୟାୟ ବନ୍ଦ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ

Madhusudan Das Picture
Published On

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର। ସୋସିଆଲ ମିଡିଆରେ ବିଜେପି ବିରୋଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପିର ଆକ୍ରୋଶର ଶିକାର ହେବାକୁ ପଡୁଛି। ଏହା ଏକପ୍ରକାର ଏକଛତ୍ରବାଦ ଓ ଏହା ବନ୍ଦ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି । 

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିମ୍‌ସାର୍‌ର ଦୁଇ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ରେଡ୍ ବେଳେ ଉଭୟଙ୍କର ୪୨ ପ୍ଲଟ ଠାବ

ମଙ୍ଗଳବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ ନିଜ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ  ଲୋକେ ବିଜେପିକୁ ସମାଲୋଚନା କରୁଛନ୍ତି। ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ବିରୋଧରେ ମତପ୍ରକାଶ କରୁଛନ୍ତି, ସେମାନଙ୍କୁ ଗିରଫ କରିବା ସହ ଥାନାକୁ ଡାକି ଭୟଭୀତ କରାଯାଉଛି। ସେମାନଙ୍କ ସୋସିଆଲ ମିଡ଼ିଆ ଆଇଡ଼ି ନିଷ୍କ୍ରିୟ କରାଯାଉଛି, ଲୋକଙ୍କ ସ୍ୱର ଚାପି ଦେବାକୁ ଉଦ୍ୟମ ହେଉଛି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ସୋସିଆଲ ମିଡ଼ିଆ ଆଇଡ଼ି ବନ୍ଦ କରିଦିଆଯାଇଛି। ବିଜେପି ସରକାରଙ୍କୁ ବିରୋଧ କରିବାରୁ କଟକର ବିଶ୍ୱଜିତ ସାହୁଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି । ମାତ୍ର ଅନ୍ୟ ଦଳର ନେତାଙ୍କ ଚରିତ୍ର ସଂହାର କରୁଥିବା ବିଜେପି ଆଇଟି ସେଲ ଲୋକଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। 

ଆହୁରି ପଢ଼ନ୍ତୁ: NIT ରାଉରକେଲା ଗବେଷକଙ୍କ ନୂଆ ଉଦ୍ଭାବନ: ଶୀଘ୍ର ଘା’ ଶୁଖାଇବ ‘ସ୍ମାର୍ଟ ପଟି’, ଯନ୍ତ୍ରଣାରୁ ମିଳିବ ମୁକ୍ତି

ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଲେ ଆକ୍ରୋଶର ଶିକାର ହେବାକୁ ପଡୁଛି । ସରକାର ଓ ବିଜେପି ବିରୋଧରେ ତୁଣ୍ଡ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେଉଛି; ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନିଆଯାଉନାହିଁ। ରାଜ୍ୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପ୍ରତି ଧ୍ୟାନ ନ ଦେଇ ସୋସିଆଲ ମିଡିଆରେ ମତପ୍ରକାଶ କରୁଥିବା ଲୋକଙ୍କୁ ଗିରଫ କରି ପୁଲିସ ବାହାବା ନେଉଛି। 

ଆହୁରି ପଢ଼ନ୍ତୁ: ଚିଠା ଭୋଟର ତାଲିକାକୁ ନେଇ ବିଜେଡିର ସାଂଘାତିକ ଅଭିଯୋଗ: ୨୦ ଲକ୍ଷ ନୁହେଁ; ବାଦ୍‌ ପଡ଼ିଛନ୍ତି ୨୭ ଲକ୍ଷ ଭୋଟର

ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ପୁଲିସର ଦି’ଟା ଆଇନ । ସରକାରଙ୍କୁ ସମାଲୋଚନା କଲେ କାର୍ଯ୍ୟାନୁଷ୍ଠାନ, ମାତ୍ର ବିରୋଧୀଙ୍କୁ ଗାଳିଗୁଲଜ କଲେ ସୁରକ୍ଷା ପ୍ରଦାନ। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ବିରୁଦ୍ଧରେ କୁତ୍ସିତ ଟିପ୍ପଣୀ ଦେଉଥିବା ଲୋକଙ୍କୁ ପୁଲିସ ସୁରକ୍ଷା ଦେଉଛି।  ଆଇଟି ସେଲ୍‌କୁ ବ୍ୟବହାର କରି ବିଜେପି ରାଜ୍ୟରେ ରାଜନୈତିକ ବିରୋଧୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ଯିଏ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଗିରଫ କରାଯାଉଛି।  ସରକାର ଯଦି ଏଥିରୁ କ୍ଷାନ୍ତ ନ ରୁହେ, ତେବେ ଆଗାମୀ ଦିନରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।

07 Jul 2026 By Madhusudan Das

ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ
କରୁଛି: ବିଜେଡି: ବିଜେଡି

ଅନ୍ୟାୟ ବନ୍ଦ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ସମାଲୋଚନାର ଶିକାର ହେଉଛି ବିଜେପି ସରକାର। ସୋସିଆଲ ମିଡିଆରେ ବିଜେପି ବିରୋଧରେ ମତ ପ୍ରକାଶ କରୁଥିବା ଲୋକଙ୍କୁ ବିଜେପିର ଆକ୍ରୋଶର ଶିକାର ହେବାକୁ ପଡୁଛି। ଏହା ଏକପ୍ରକାର ଏକଛତ୍ରବାଦ ଓ ଏହା ବନ୍ଦ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି । 

ମଙ୍ଗଳବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ ନିଜ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ  ଲୋକେ ବିଜେପିକୁ ସମାଲୋଚନା କରୁଛନ୍ତି। ଯେଉଁମାନେ ସୋସିଆଲ ମିଡିଆରେ ବିଜେପି ବିରୋଧରେ ମତପ୍ରକାଶ କରୁଛନ୍ତି, ସେମାନଙ୍କୁ ଗିରଫ କରିବା ସହ ଥାନାକୁ ଡାକି ଭୟଭୀତ କରାଯାଉଛି। ସେମାନଙ୍କ ସୋସିଆଲ ମିଡ଼ିଆ ଆଇଡ଼ି ନିଷ୍କ୍ରିୟ କରାଯାଉଛି, ଲୋକଙ୍କ ସ୍ୱର ଚାପି ଦେବାକୁ ଉଦ୍ୟମ ହେଉଛି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ସୋସିଆଲ ମିଡ଼ିଆ ଆଇଡ଼ି ବନ୍ଦ କରିଦିଆଯାଇଛି। ବିଜେପି ସରକାରଙ୍କୁ ବିରୋଧ କରିବାରୁ କଟକର ବିଶ୍ୱଜିତ ସାହୁଙ୍କୁ ଟାର୍ଗେଟ କରି ଗିରଫ କରାଯାଇଛି । ମାତ୍ର ଅନ୍ୟ ଦଳର ନେତାଙ୍କ ଚରିତ୍ର ସଂହାର କରୁଥିବା ବିଜେପି ଆଇଟି ସେଲ ଲୋକଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। 

ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଲେ ଆକ୍ରୋଶର ଶିକାର ହେବାକୁ ପଡୁଛି । ସରକାର ଓ ବିଜେପି ବିରୋଧରେ ତୁଣ୍ଡ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେଉଛି; ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପ ନିଆଯାଉନାହିଁ। ରାଜ୍ୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପ୍ରତି ଧ୍ୟାନ ନ ଦେଇ ସୋସିଆଲ ମିଡିଆରେ ମତପ୍ରକାଶ କରୁଥିବା ଲୋକଙ୍କୁ ଗିରଫ କରି ପୁଲିସ ବାହାବା ନେଉଛି। 

ମୁଖପାତ୍ର ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ପୁଲିସର ଦି’ଟା ଆଇନ । ସରକାରଙ୍କୁ ସମାଲୋଚନା କଲେ କାର୍ଯ୍ୟାନୁଷ୍ଠାନ, ମାତ୍ର ବିରୋଧୀଙ୍କୁ ଗାଳିଗୁଲଜ କଲେ ସୁରକ୍ଷା ପ୍ରଦାନ। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ବିରୁଦ୍ଧରେ କୁତ୍ସିତ ଟିପ୍ପଣୀ ଦେଉଥିବା ଲୋକଙ୍କୁ ପୁଲିସ ସୁରକ୍ଷା ଦେଉଛି।  ଆଇଟି ସେଲ୍‌କୁ ବ୍ୟବହାର କରି ବିଜେପି ରାଜ୍ୟରେ ରାଜନୈତିକ ବିରୋଧୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ଯିଏ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତାଙ୍କୁ ଗିରଫ କରାଯାଉଛି।  ସରକାର ଯଦି ଏଥିରୁ କ୍ଷାନ୍ତ ନ ରୁହେ, ତେବେ ଆଗାମୀ ଦିନରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର