ମାଲକାନଗିରିରେ ପୌରାଧକ୍ଷ ପଦ ହାତେଇଲା ବିଜେଡି

The Sakala Picture
Published On

ମାଲକାନଗିରି : ମାଲକାନଗିରି ପୌର ପରିଷଦର ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଜି ପୌର ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ମାଲକାନଗିରି ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ଦଳର ମନୋଜ କୁମାର ବାରିକ ନିର୍ବାଚିତ ହୋଇଥିବା ବେଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ କୁମାର ନାୟକ ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମାଲକାନଗିରି ପୌର ପରିଷଦରେ ବିଜେଡିର ଦଳର ଅଧ୍ୟକ୍ଷ ପ୍ରାର୍ଥି ଶ୍ରୀ […]

ମାଲକାନଗିରି : ମାଲକାନଗିରି ପୌର ପରିଷଦର ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଜି ପୌର ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ମାଲକାନଗିରି ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେଡି ଦଳର ମନୋଜ କୁମାର ବାରିକ ନିର୍ବାଚିତ ହୋଇଥିବା ବେଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ କୁମାର ନାୟକ ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମାଲକାନଗିରି ପୌର ପରିଷଦରେ ବିଜେଡିର ଦଳର ଅଧ୍ୟକ୍ଷ ପ୍ରାର୍ଥି ଶ୍ରୀ ବାରିକ ୭୪୮୭ ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ଦଳର ପ୍ରାର୍ଥି ଜି.ଶ୍ରୀନିବାସ ରାଓ ୬୨୧୧ ଟି ଭୋଟ ପାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ବିଜେଡିର ଶ୍ରୀ ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ଶ୍ରୀ ରାଓଙ୍କ ଠାରୁ ୧୨୭୬ ଟି ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ସେହିଭଳି ବାଲିମେଳା ଏନ.ଏ.ସିର ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥି ଶ୍ରୀ ନାୟକ ୨୭୮୧ ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସଞ୍ଜିବ ଦୋରା ୨୩୯୩ ଟି ଭୋଟ ପାଇଛନ୍ତି । ବିଜେପିର ଶ୍ରୀ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ଶ୍ରୀ ଦୋରାଙ୍କଠାରୁ ୩୮୮ ଟି ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ମାଲକାନଗିରି ପୌର ପରିଷଦର ମୋଟ ୧୯ ଟି ୱାର୍ଡ ମଧ୍ୟରୁ ୧୪ ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥି ବିଜୟୀ ହୋଇଥିବାବେଳେ ୫ ଟି ୱାର୍ଡରେ କଂଗ୍ରେସର କାଉନସିଲର ପ୍ରାର୍ଥି ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସେହିଭଳି ବାଲିମେଳା ଏନ.ଏ.ସିର ମୋଟ ୧୨ ଟି ୱାର୍ଡ ମଧ୍ୟରୁ ୮ ଟି ୱାର୍ଡରେ ବିଜେଡିର କାଉନସିଲର ବିଜୟୀ ହୋଇଥିବା ବେଳେ ୪ ଟି ୱାର୍ଡରେ ବିଜେପି ଦଳର କାଉନସିଲର ବିଜୟୀ ହୋଇଛନ୍ତି । ତେବେ ମାଲକାନଗିରି ପୌର ପରିଷଦରେ ବିଜେପିର ଶୋଚନୀୟ ପରାଜୟ ହୋଇଥିବା ବେଳେ ଗୋଟିଏ ବି ପ୍ରାର୍ଥୀ ଏଠାରେ ବିଜୟ ଲାଭ କରି ପାରି ନାହାନ୍ତି । ସେହିପରି ବାଲିମେଳା ଠାରେ କଂଗ୍ରେସର ମଧ୍ୟ ଗୋଟିଏ ବି ପ୍ରାର୍ଥୀ ବିଜୟ ଲାଭ କରି ନାହାନ୍ତି । ତେବେ ଫଳାଫଳ ଘୋଷଣା ପରେ ମାଲକାନଗିରି ପୌର ପରିଷଦରେ ବିଜୁ ଜନତା ଦଳର ବିଜୟୀ ପ୍ରାର୍ଥୀ ଓ ଶତାଧିକ କର୍ମୀ ଏବଂ ବରିଷ୍ଠ ନେତୃ ବୃନ୍ଦ ମାନେ ବିଜୟୀ ଶୋଭାଯାତ୍ରା କରି ବିଜୟ ଉତ୍ସବ ପାଳନ କରିଥିବା ବେଳେ ବାଲିମେଳାରେ ମଧ୍ୟ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର