ଲୋକଙ୍କ ସେବା କରିବା ବିଜୁ ଜନତା ଦଳର ମୁଖ୍ୟ ଉଦ୍ଦେଶ୍ୟ, ରାଜନୀତି ଏକ ମାଧ୍ୟମ ମାତ୍ର : ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ଆରମ୍ଭ କରୁଛି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା। ଏକ ସାମୂହିକ ଆନ୍ଦୋଳନରେ ପରିଣତ ବିଜୁ ଜନତା ଦଳ ଚଳିତ ବର୍ଷ ପଦଯାତ୍ରାକୁ ଜନସାଧାରଣଙ୍କ ସେବା ନିମନ୍ତେ ଉତ୍ସର୍ଗକରିଛି। ପଦଯାତ୍ରା ସମୟରେ ରୋଗୀମାନଙ୍କର ସେବା, ରକ୍ତଦାନ, ଚାରା ରୋପଣ ପରି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ରାଜ୍ୟର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ଦଳ […]

ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ଆରମ୍ଭ କରୁଛି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା। ଏକ ସାମୂହିକ ଆନ୍ଦୋଳନରେ ପରିଣତ ବିଜୁ ଜନତା ଦଳ ଚଳିତ ବର୍ଷ ପଦଯାତ୍ରାକୁ ଜନସାଧାରଣଙ୍କ ସେବା ନିମନ୍ତେ ଉତ୍ସର୍ଗକରିଛି। ପଦଯାତ୍ରା ସମୟରେ ରୋଗୀମାନଙ୍କର ସେବା, ରକ୍ତଦାନ, ଚାରା ରୋପଣ ପରି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ରାଜ୍ୟର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ଦଳ ନିଜକୁ ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ ଦଳର ଗତକାଲି ନୂତନ କର୍ମୀ, କର୍ମକର୍ତ୍ତା ଓ କନିଷ୍ଠ ସଦସ୍ୟମାନଙ୍କୁ ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଦିଗ୍‌‌ଦର୍ଶନ ଦିଆଯାଇଥିବା ବେଳେ ଆଜି ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କୁ ଭିଡିଓ କନଫରେନସିଂ ଜରିଆରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହି ଆସିଛି। ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆଶୁଛନ୍ତି। ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।’

ଆହୁରି ପଢ଼ନ୍ତୁ: ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ

ଅନ୍ୟପଟେ କାର୍ଯ୍ୟକ୍ରମ ଆରମ୍ଭରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜନସମ୍ପର୍କ ଯାତ୍ରାର ଆଭିମୁଖ୍ୟ ଓ ଦାୟିତ୍ୱ ସମ୍ପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରାଇଛନ୍ତି। ସେ କହିଛନ୍ତି ରାଜନୀତି କ୍ଷେତ୍ରରେ ବିଜୁବାବୁଙ୍କ ବଡ଼ ଅବଦାନ। ଗାଁକୁ କାମ,ମାକୁ ସମ୍ମାନ। ଆଉ ତାହା ଆଜି ରାଜ୍ୟରେ ପ୍ରତିଫଳିତ ହୋଇଛି।

ସେହିପରି ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା ନିଜର ଉଦବୋଧନ ଦେଇ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ ବିଜେଡି ଶାସନକୁ ଆସିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ିଥିଲା ରାଜ୍ୟ। ଏଥିରୁ ମୁକୁଲେଇ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଗତ ନୀତି ଆୟୋଗ ବୈଠକରେ ସ୍ଵତନ୍ତ୍ର ଫୋକାସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ବାତ୍ୟା ବିରୋଧୀ ଭିତ୍ତିଭୂମି ନେଇ ଦାବି କରିଥିଲେ ନବୀନ। ରେଳବାଇ କ୍ଷେତ୍ରରେ ବି ଓଡ଼ିଶାକୁ ଅବହେଳା କରାଯାଇଛି। ରାଜ୍ୟରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସେହି ଅନୁସାରେ ପ୍ରାପ୍ୟ ମିଳୁନି। ଏହି ହକ ପାଇଁ ଓଡ଼ିଶା ଲଢେଇ ଜାରି ରଖିଛି। ଆଗକୁ ପଦଯାତ୍ରା ଜରିଆରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବାନ କରୁଛୁ। ଆମେ ଆଶା କରୁଛୁ ଆମର ଏହି ପଦଯାତ୍ରା ସଫଳ ହେବ।

30 Sep 2022 By The Sakala

ଲୋକଙ୍କ ସେବା କରିବା ବିଜୁ ଜନତା ଦଳର ମୁଖ୍ୟ ଉଦ୍ଦେଶ୍ୟ, ରାଜନୀତି ଏକ ମାଧ୍ୟମ ମାତ୍ର : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ଆରମ୍ଭ କରୁଛି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା। ଏକ ସାମୂହିକ ଆନ୍ଦୋଳନରେ ପରିଣତ ବିଜୁ ଜନତା ଦଳ ଚଳିତ ବର୍ଷ ପଦଯାତ୍ରାକୁ ଜନସାଧାରଣଙ୍କ ସେବା ନିମନ୍ତେ ଉତ୍ସର୍ଗକରିଛି। ପଦଯାତ୍ରା ସମୟରେ ରୋଗୀମାନଙ୍କର ସେବା, ରକ୍ତଦାନ, ଚାରା ରୋପଣ ପରି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତ ରାଜ୍ୟର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ଦଳ ନିଜକୁ ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ ଦଳର ଗତକାଲି ନୂତନ କର୍ମୀ, କର୍ମକର୍ତ୍ତା ଓ କନିଷ୍ଠ ସଦସ୍ୟମାନଙ୍କୁ ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଦିଗ୍‌‌ଦର୍ଶନ ଦିଆଯାଇଥିବା ବେଳେ ଆଜି ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କୁ ଭିଡିଓ କନଫରେନସିଂ ଜରିଆରେ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହି ଆସିଛି। ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର।

ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆଶୁଛନ୍ତି। ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।’

ଅନ୍ୟପଟେ କାର୍ଯ୍ୟକ୍ରମ ଆରମ୍ଭରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜନସମ୍ପର୍କ ଯାତ୍ରାର ଆଭିମୁଖ୍ୟ ଓ ଦାୟିତ୍ୱ ସମ୍ପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରାଇଛନ୍ତି। ସେ କହିଛନ୍ତି ରାଜନୀତି କ୍ଷେତ୍ରରେ ବିଜୁବାବୁଙ୍କ ବଡ଼ ଅବଦାନ। ଗାଁକୁ କାମ,ମାକୁ ସମ୍ମାନ। ଆଉ ତାହା ଆଜି ରାଜ୍ୟରେ ପ୍ରତିଫଳିତ ହୋଇଛି।

ସେହିପରି ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା ନିଜର ଉଦବୋଧନ ଦେଇ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ ବିଜେଡି ଶାସନକୁ ଆସିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ିଥିଲା ରାଜ୍ୟ। ଏଥିରୁ ମୁକୁଲେଇ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଗତ ନୀତି ଆୟୋଗ ବୈଠକରେ ସ୍ଵତନ୍ତ୍ର ଫୋକାସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ବାତ୍ୟା ବିରୋଧୀ ଭିତ୍ତିଭୂମି ନେଇ ଦାବି କରିଥିଲେ ନବୀନ। ରେଳବାଇ କ୍ଷେତ୍ରରେ ବି ଓଡ଼ିଶାକୁ ଅବହେଳା କରାଯାଇଛି। ରାଜ୍ୟରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସେହି ଅନୁସାରେ ପ୍ରାପ୍ୟ ମିଳୁନି। ଏହି ହକ ପାଇଁ ଓଡ଼ିଶା ଲଢେଇ ଜାରି ରଖିଛି। ଆଗକୁ ପଦଯାତ୍ରା ଜରିଆରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବାନ କରୁଛୁ। ଆମେ ଆଶା କରୁଛୁ ଆମର ଏହି ପଦଯାତ୍ରା ସଫଳ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର