ପିପିଲିରେ ଉଡିଲା ବିଜେଡିର ବିଜୟ ବାନା, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ରୁଦ୍ରପ୍ରତାପ ମହାରଥୀ ବିଜୟୀ

The Sakala Picture
Published On

ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନଭେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ହେଉଥିଲା ଭୋଟ୍‌ ଗଣତି। ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି […]

ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନଭେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ହେଉଥିଲା ଭୋଟ୍‌ ଗଣତି। ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି ରହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ଅନ୍ୟପଟେ ପିପିଲିରେ ମଧ୍ୟ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ । ତେବେ ତାଙ୍କ ପୁଅ ରୁଦ୍ର ଏହି ଉପନିର୍ବାଚନରେ ୯୬,୧୯୬ ଭୋଟ୍‌ ମିଳିଛି। ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୧୯୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୫୮୯ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

03 Oct 2021 By The Sakala

ପିପିଲିରେ ଉଡିଲା ବିଜେଡିର ବିଜୟ ବାନା, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ରୁଦ୍ରପ୍ରତାପ ମହାରଥୀ ବିଜୟୀ

ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନଭେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ହେଉଥିଲା ଭୋଟ୍‌ ଗଣତି। ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି ରହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ।

ଅନ୍ୟପଟେ ପିପିଲିରେ ମଧ୍ୟ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ । ତେବେ ତାଙ୍କ ପୁଅ ରୁଦ୍ର ଏହି ଉପନିର୍ବାଚନରେ ୯୬,୧୯୬ ଭୋଟ୍‌ ମିଳିଛି। ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୧୯୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୫୮୯ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର